ETV Bharat / international

ଚାରି ଦଶନ୍ଧି ପରେ ବନ୍ଦ ହେଲା ହ୍ୟୁଷ୍ଟନ୍ ସ୍ଥିତ ଚୀନ କନସୁଲେଟ୍ - ହ୍ୟୁଷ୍ଟନ୍ ସ୍ଥିତ ଚୀନ କନସୁଲେଟ୍ ବନ୍ଦ

ଗତ କିଛି ମାସ ମଧ୍ୟରେ ବେଜିଂର କୋରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ କରିବା, ଜିନଜିଆଙ୍ଗରେ ଉଇଗୁର୍ ମୁସଲମାନମାନଙ୍କ ଉପରେ ଚୀନର କଟକଣା ଏବଂ ହଂକଂରେ ଏକ ବିବାଦୀୟ ଜାତୀୟ ସୁରକ୍ଷା ଆଇନ ଲାଗୁ କରିବା ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।

 ଚୀନ କନସୁଲେଟ୍
ଚୀନ କନସୁଲେଟ୍
author img

By

Published : Jul 25, 2020, 1:04 PM IST

ୱାଶିଂଟନ: 4 ଦଶନ୍ଧି ପରେ ଆନୁଷ୍ଠାନିକ ଭାବେ ବନ୍ଦ ହେଲା ଆମେରିକାର ହ୍ୟୁଷ୍ଟନ୍ ସହରରେ ଥିବା ଚୀନ କନସୁଲେଟ୍ । ଏହାପରେ ଆମେରିକା ଏବଂ ଚୀନ ମଧ୍ୟରେ ବିବାଦ ଏକ ନୂତନ ସ୍ତରରେ ପହଞ୍ଚିଛି । ଗତ କିଛି ମାସ ମଧ୍ୟରେ ବେଜିଂର କୋରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ କରିବା, ଜିନଜିଆଙ୍ଗରେ ଉଇଗୁର୍ ମୁସଲମାନମାନଙ୍କ ଉପରେ ଚୀନର କଟକଣା ଏବଂ ହଂକଂରେ ଏକ ବିବାଦୀୟ ଜାତୀୟ ସୁରକ୍ଷା ଆଇନ ଲାଗୁ କରିବା ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।

ଏହାପରେ ଆମେରିକା ଚୀନକୁ ହ୍ୟୁଷ୍ଟନରେ ଥିବା କନସୁଲେଟ୍ ଜେନେରାଲ୍‌କୁ 72 ଘଣ୍ଟା ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଆମେରିକାର ବରିଷ୍ଠ ଅଧିକାରୀମାନେ ହ୍ୟୁଷ୍ଟନରେ ଥିବା କନସୁଲେଟକୁ ବେଜିଂର 'ଗୁପ୍ତଚର କାର୍ଯ୍ୟ'ର ଅଂଶ ବୋଲି ଅଭିଯୋଗ କରିଥିଲେ। ଯାହା ପରେ ଆମେରିକା ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି କନସୁଲେଟ ଏବେ ଆନୁଷ୍ଠାନିକ ଭାବରେ ବନ୍ଦ ହୋଇଯାଇଛି ।

ସେପଟେ ଡ୍ରାଗନ ମଧ୍ୟ ଏହାର କଡା ପଦକ୍ଷେପ ସ୍ବରୂପ ଶୁକ୍ରବାର ଚେଙ୍ଗଡୁରେ ଥିବା ଆମେରିକା କନସୁଲେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ଏବଂ ଜାତୀୟ ସୁରକ୍ଷା ସ୍ୱାର୍ଥର କ୍ଷତି ବୋଲି ଅଭିଯୋଗ କରି ଆମେରିକାକୁ ଏହି ନିର୍ଦ୍ଦେଶ ଦେଇଛି ଚୀନ ।

ଟ୍ରମ୍ପ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ଶେଷ ହେବାର ଏକ ଘଣ୍ଟା ପୂର୍ବରୁ ଆମେରିକାର ଅଧିକାରୀମାନେ ଏହି ବିଲ୍ଡିଂକୁ ନିଜ ଅଧୀନକୁ ନେଇଥିଲେ । ଏହାସହିତ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ଜାତୀୟ ପତାକା ଏବଂ ସିଲ୍ ସେଠାରୁ ବାହାର କରିଦିଆଯାଇଥିଲା । ସକାଳୁ କନସୁଲେଟ୍ କର୍ମଚାରୀମାନେ ବିଲଡିଂରୁ ନିଜ ଆସବାବ ପତ୍ର ବାହାର କରୁଥିବା ଦେଖିବାକୁ ମିଳିଥିଲା ।

ସମୟ ସୀମା ପୂର୍ବରୁ ହ୍ୟୁଷ୍ଟନ୍ ପୋଲିସ୍ ବ୍ୟାରିକେଡ୍ ସ୍ଥାପନ କରି ଚାରି ଦଶନ୍ଧି ଧରି ଚୀନ ସରକାର ଦଖଲ କରିଥିବା କୋଠା ନିକଟସ୍ଥ ରାସ୍ତା ବନ୍ଦ କରି ଦେଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.