ETV Bharat / international

ଭାରତ-ଚୀନ ସଂଘର୍ଷ: ଚୀନ ଉପରେ ବର୍ଷିଲେ ଶୀର୍ଷ ଆମେରିକୀୟ ସାଂସଦ - chinese army

ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚୀନ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣାକୁ ନେଇ ଚୀନ ଉପରେ ବର୍ଷିଛନ୍ତି ଆମେରିକାର ଜଣେ ଶୀର୍ଷ ସାଂସଦ ।

 ଆମେରିକୀୟ ସାଂସଦ
ଆମେରିକୀୟ ସାଂସଦ
author img

By

Published : Jun 19, 2020, 2:00 PM IST

ୱାଶିଂଟନ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚୀନ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣାକୁ ନେଇ ଚୀନ ଉପରେ ବର୍ଷିଛନ୍ତି ଆମେରିକାର ଜଣେ ଶୀର୍ଷ ସାଂସଦ । ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଭାରତୀୟ କ୍ଷେତ୍ରରେ ଅଧିଗ୍ରହଣ କରିବା ଉଦ୍ଦେଶ୍ୟରେ ଏହି ସଂଘର୍ଷ ଘଟାଇଥିବା ଆମେରିକୀୟ ସାଂସଦ ମିଚ ମୈକୋଲିନ କହିଛନ୍ତି ।

ଗୁରୁବାର ବୈଦେଶିକ ନୀତି ଉପରେ ସୀନଟରେ ସମ୍ବୋଧନ କରି ମୈକଲିନ କହିଛନ୍ତି, ଏଭଳି ଲାଗୁଛି ପିଏଲଏ ଭାରତୀୟ କ୍ଷେତ୍ରକୁ ଅଧିଗ୍ରହଣ କରିବା ଉଦ୍ଦେଶ୍ୟରେ ହିଂସକ ସ୍ଥିତି ପାଇଁ ଭାରତୀୟ ସେନାକୁ ଉସୁକାଇଥିଲେ । ଏହି ସଂଘର୍ଷ ଭାରତ ଏବଂ ଚୀନ ମଧ୍ୟରେ 1962ରେ ହୋଇଥିବା ଯୁଦ୍ଧ ପରର ସବୁଠୁ ବଡ ହିଂସା ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, 'ଚୀନ ନିଜ ସୀମା ଭିତର ଲୋକଙ୍କ ସହ ଅନ୍ୟାୟ କରୁଛି । ବିଶ୍ବର ମାନଚିତ୍ରକୁ ପୁନଃ ପ୍ରସ୍ତୁତ କରି ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରୁଛି ଏବଂ ନିଜ ହିସାବରେ ତାକୁ ପରିବର୍ତ୍ତନ କରିବାର ପ୍ରୟାସ କରୁଛି ।'

ସୂଚନାଯୋଗ୍ୟ ଯେ, ଭାରତ-ଚୀନ ସୀମାରେ ଗଲୱାନ ଘାଟିରେ ଥିବା ପଏଣ୍ଟ 14କୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନରୁ ଉତ୍ତେଜନା ଲାଗିରହିଛି । ଇତି ମଧ୍ୟରେ ଜୁନ୍ 15 ଓ 16 ବିଳମ୍ବିତ ରାତିରେ ଲଦାଖର ଗାଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ​​ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.