ETV Bharat / international

ବିଶ୍ବ ଅର୍ଥନୀତିକୁ ବଡ ଚ୍ୟାଲେଞ୍ଜ, ବହୁମୂଲ୍ୟ ଦେବ ଚୀନ: ମାଇକ ପୋମ୍ପିଓ

author img

By

Published : Apr 24, 2020, 6:57 PM IST

କୋରୋନାଭାଇରସ୍ ମହାମାରୀ ପାଇଁ ଚୀନ୍‌କୁ ଦାୟୀ କରି ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ଯେ ଏହା ବିଶ୍ବ ତଥା ଆମେରିକାର ଅର୍ଥନୀତି ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି ଏବଂ ଚୀନକୁ ଏହାର ବହୁମୂଲ୍ୟ ଦେବ।କୁ ପଡିବ । ଅଧିକ ପଢିବୁ...

Pompeo
Pompeo

ୱାଶିଂଟନ: କୋରୋନାରେ ବିଶ୍ବର ସୁପରପାୱାର ଆମେରିକା ଥରହର । ଅନ୍ୟପଟେ କୋରୋନା ଭାଇରସ ବିସ୍ତାରକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗୁଛି । ଅନ୍ୟପଟେ ଚୀନକୁ କୋରୋନା ଚେତାବନୀ ଦେଇସାରିଲାଣି ଆମେରିକା । ବାରମ୍ବାର ଆମେରିକା ରାଷ୍ଟ୍ରପତି ନିଜ ବିବୃତିରେ ଚୀନକୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଦାୟୀ କରୁଛନ୍ତି । କୋରୋନାକୁ ନେଇ ଆମେରିକା ଅନେକ ସନ୍ଦେହାତ୍ମକ ଆରୋପ ଚୀନ ଉପରେ ଲଗାଉଛି । ଏପରିସ୍ଥଳେ କୋରୋନାଭାଇରସ୍ ମହାମାରୀ ପାଇଁ ଚୀନ୍‌କୁ ଦାୟୀ କରି ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ଯେ ଏହା ବିଶ୍ବ ତଥା ଆମେରିକାର ଅର୍ଥନୀତି ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି ଏବଂ ଚୀନକୁ ଏହାର ବହୁମୂଲ୍ୟ ଦେବ।କୁ ପଡିବ ।

କୋରୋନା ଭାଇରସ ସଂକ୍ରାନ୍ତରେ ବିଭିନ୍ନ ତଥ୍ୟ, ଦସ୍ତାବେଜରେ ଚୀନର ଆଭିମୁଖ୍ୟ ବିଶ୍ବ ସମ୍ମୁଖରେ ସ୍ପଷ୍ଟ ହେଉନାହିଁ । ଏହା ଆଗାମୀ ଦିନରେ ଚୀନ ଉପରେ ବିରାଟ ଚାପ ପକାଇବ ବୋଲି ସେ କହିଛନ୍ତି । ବିଶ୍ବରେ 190870 ଲୋକଙ୍କ ପ୍ରାଣ ନେଇଥିବା କୋରୋନାରେ 50ହଜାର ଆମେରିକୀୟଙ୍କ ଜୀବନ ଯାଇଥିବା ସେ କହିଛନ୍ତି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ କୋରୋନାଭାଇରସ୍ ଉହାନ୍ ଭାଇରୋଲୋଜି ଲାବୋରେଟୋରୀରୁ ବ୍ୟାପିଛି ଏହା ଉପରେ ଅଧିକ ଅନୁସନ୍ଧାନ ଆବଶ୍ୟକ ।

ପୋମ୍ପିଓ ଗୁରୁବାର ରାତିରେ ଏକ ସାକ୍ଷାତକାରରେ ଫକ୍ସ ନ୍ୟୁଜକୁ କହିଛନ୍ତି, " ଚୀନ୍ କମ୍ୟୁନିଷ୍ଟ ପାର୍ଟି ଉହାନ୍ ଭାଇରୋଲୋଜି ଲାବୋରେଟୋରୀ ଯାହା କରିଛି ସେଥିପାଇଁ ନିଶ୍ଚିତ ଭାବରେ ବହୁମୂଲ୍ୟ ଦେବାକୁ ପଡିବ । କଣ ଦେବ ତାହା ଭବିଷ୍ୟତରେ ଜଣାପଡିବ ବୋଲି ସେ କହିଛନ୍ତି ।

ତେବେ ସେ କହିଛନ୍ତି ଯେ ବର୍ତ୍ତମାନ ଚୀନ୍ ଉପରେ ଅଧିକ ଧ୍ୟାନ ଦିଆଯାଇ ନାହିଁ । ଏବେ ଆମେରିକା ପ୍ରଶାସନର ଲକ୍ଷ୍ୟ ହେଉଛି ଭାଇରସ ନିୟନ୍ତ୍ରଣ କରିବା ଏବଂ ଆମେରିକାର ଅର୍ଥନୀତିକୁ ପୁନର୍ଜୀବିତ କରିବା । ପୋମ୍ପିଓ କହିଛନ୍ତି ଯେ ଔଷଧ ପାଇଁ ଆମେରିକା ଚୀନ୍ ଉପରେ ନିର୍ଭରଶୀଳ ନୁହେଁ ବୋଲି କହିବାକୁ ସମୟ ଆସିଯାଇଛି ।

ଆମେରିକାର ସର୍ବୋଚ୍ଚ କୂଟନୀତିଜ୍ଞ କହିଛନ୍ତି ଯେ ଚୀନ୍‌ର କୋରୋନାଭାଇରସ୍ ବିସ୍ତାରକୁ ନେଇ ଆମେରିକୀୟଙ୍କ ମନରେ ଆକ୍ରୋଶ ବୃଦ୍ଧି ପାଇଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସମାନ ଭାବେ ମନୋଭାବ ପୋଷଣ କରୁଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.