ETV Bharat / international

କାନାଡାରେ ପ୍ରଥମ କୋରୋନା ରୋଗୀ ମୃତ - କୋରୋନା ଭାଇରସ

100ଟି ଦେଶରେ ଏବେ କାୟା ବିସ୍ତାର କରିଛି କୋରୋନା ଭାଇରସ(covid-19) ଏବେ କାନାଡାରେ ଜଣଙ୍କର ଜୀବନ ନେଇଛି । ସେପଟେ ଦିନକୁ ଦିନକୁ ସାଙ୍ଘାତିକ ହେଉଛି ଇଟାଲୀ ।

କାନାଡାରେ ପ୍ରଥମ କୋରୋନା ରୋଗୀ ମୃତ
କାନାଡାରେ ପ୍ରଥମ କୋରୋନା ରୋଗୀ ମୃତ
author img

By

Published : Mar 10, 2020, 10:59 AM IST

ନୂଆଦିଲ୍ଲୀ: କାନାଡାରେ ପ୍ରଥମ କୋରୋନା ରୋଗୀ ମୃତ । କାନାଡା ମେଡିକାଲ ଅଫିସର ମୁଖ୍ୟଙ୍କ ଅନୁଯାୟୀ, ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 71ରେ ପହଞ୍ଚିଛି । ଗତ ଶନିବାର ଦିନ 14 ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେପଟେ, ଚୀନ ପରେ ଇଟାଲୀରେ ଭୟଙ୍କର ରୂପ ନେଇ କୋରୋନା । ଦିନକୁ ଦିନ ଏଠାରେ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ଇଟାଲୀର ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ, 463 ଜଣଙ୍କର ଜୀବନ ଯାଇଥିବାବେଳେ, 79 ହଜାରରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା ।

ରିପୋର୍ଟ ମୁତାବକ, ଇଟାଲୀରେ ଗତକାଲି ସୁଦ୍ଧା 102ଜଣ ସଂକ୍ରମଣଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ମୋଟ 724 ଜଣ ସୁସ୍ଥ ହୋଇଛନ୍ତି । ତେବେ ମୃତକ ଓ ସୁସ୍ଥ ହୋଇଥିବା ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 9172 ରହିଛି ।

ଅନ୍ୟପଟେ, ଏହି ଭୂତାଣୁ ବୟସ୍କା ବ୍ୟକ୍ତିଙ୍କ ଠାରେ ଅଧିକ ଦେଖାଦେଇଛି । 1 ପ୍ରତିଶତ କେବଳ 50ରୁ 59 ବର୍ଷୀୟ ଲୋକେ ଆକ୍ରାନ୍ତ ହୋଇଛନ୍ତି । ସେହିପରି 60ରୁ 69 ବର୍ଷସ୍କ ଲୋକଙ୍କ ଠାରେ ମାତ୍ର 10 ପ୍ରତିଶତ ରହିଥିବାବେଳେ 44 ପ୍ରତିଶତ 70ରୁ 79 ବୟସ୍କ ଲୋକେ ଆକ୍ରାନ୍ତ ହୋଇଛନ୍ତି । 90ବର୍ଷୀୟ ବୃଦ୍ଧାଙ୍କ ନିକଟରେ 14 ପ୍ରତିଶତ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.