ETV Bharat / international

ଆମେରିକା ସହ ବାଣିଜ୍ୟିକ କାରବାର ନେଇ ଆଗ୍ରହୀ ବ୍ରିଟେନ - ଜୋ ବିଡେନଙ୍କ ସହ କଥା ହେଲେ ବ୍ରିଟିସ ପିଏମ ମନ୍ତ୍ରୀ ବୋରିସ

ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନଙ୍କ ସହ ଫୋନ ଯୋଗେ କଥା ହେଲେ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଉଭୟଙ୍କ ମଧ୍ୟରେ ସମ୍ଭାବ୍ୟ ମୁକ୍ତ ବାଣିଜ୍ୟିକ କାରବାର ନେଇ ଆଲୋଚନା ହୋଇଛି । ବୋରିସ୍ ଜନସନ ପ୍ରଥମ ୟୁରୋପୀୟ ନେତା ଯିଏକି ଆମେରିକାର ରାଷ୍ଟ୍ରପତି ବିଡେନଙ୍କ ସହ କଥା ହୋଇଛନ୍ତି । ଅଧିକ ପଢନ୍ତୁ...

ଆମେରିକା ସହ ବାଣିଜିକ କାରବାର ନେଇ ଆଗ୍ରହୀ ବ୍ରିଟେନ

author img

By

Published : Jan 24, 2021, 9:41 AM IST

ୱାଶିଂଟନ:ଆମେରିକା-ବ୍ରିଟେନ ମଧ୍ୟରେ ନୂତନ ମୁକ୍ତ ବାଣିଜ୍ୟିକ ଚୁକ୍ତି ନେଇ ଆଗ୍ରହ ପ୍ରକାଶ ପାଇଛି । ଏନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଶନିବାର ଦୁଇ ରାଷ୍ଟ୍ର ଫୋନ ଯୋଗେ କଥା ହୋଇଥିଲେ ।

ଆମେରିକା ପୁଣି ଥରେ ପ୍ୟାରିସ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରେ ସାମିଲ ହେବ । ଆମେରିକାର ଏହି ନିଷ୍ପତ୍ତିକୁ ଜନସନ ସ୍ବାଗତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟ ବୈଷୟିକ ମହାମାରୀ କୋରୋନା ଭାଇରସ ଚୁକ୍ତି ଭଳି ଅନେକ ଚୁକ୍ତି ଉପରେ କଥାବାର୍ତ୍ତା ହୋଇଥିଲେ । ନୂତନ ବାଣିଜ୍ୟ ଚୁକ୍ତିରେ ବିଡେନଙ୍କ ଅପେକ୍ଷା ଜନସନଙ୍କ ପାଇଁ ଅଧିକ ପ୍ରାଥମିକତା ରହିଛି । ଆମେରିକାରର 46 ତମ ରାଷ୍ଟ୍ରପତି ଭାବେ ବିଡେନ ଶପଥ ନେବା ପରେ ୟୁରୋପର ପ୍ରଥମ ରାଜନେତା ଭାବେ ବୋରିସ ପ୍ରଥମେ ବିଡେନଙ୍କ ସହ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ବ୍ରେକ୍ସିଟ୍ ପରବର୍ତ୍ତୀ ଅବଧି ଶେଷ ହେବା ପରେ ବ୍ରିଟେନ ଏହାର ଜାତୀୟ ବାଣିଜ୍ୟ ନୀତି ଉପରେ ନିୟନ୍ତ୍ରଣ ଫେରିପାଇଛି ।

ସେପଟେ, ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ପାସାକି ଶୁକ୍ରବାର ଦିନ କହିଥିଲେ ଯେ, ନୂତନ ବାଣିଜ୍ୟ ଚୁକ୍ତି ପାଇଁ ସେପରି କୌଣସି ସମୟ ନାହିଁ । ତେବେ ବିଡେନ ମୁଖ୍ୟତଃ କୋରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ କରିବାକୁ 1.9 ଟ୍ରିଲିୟନ ଡଲାର କୋରୋନା ରିଲିଫ ଘୋଷଣା କରିଛନ୍ତି ।

ବିଡେନ ଟ୍ରେଜେରୀ ସଚିବ ଭାବେ ମନୋନୀତ ହୋଇଥିବା ଜେନେଟ ୟେଲେନ ମଧ୍ୟ ସ୍ପଷ୍ଟ କରିଥିଲେ, ବର୍ତ୍ତମାନ ଆମେରିକା ନୂତନ ବାଣିଜିକ କାରବାରକୁ ନେଇ ଆଗ୍ରହୀ ନୁହେଁ । ରାଷ୍ଟ୍ରପତି ବିଡେନ ମଧ୍ୟ କହିଥିଲେ, ଆମେରିକାବାସୀଙ୍କ ପାଇଁ ଓ ଭିତ୍ତିଭୂମିରେ ପୁଞ୍ଜି ନିବେଶ କରିବା ପୂର୍ବରୁ ସେ କୌଣସି ବାଣିଜ୍ୟ ଚୁକ୍ତିନାମା କରିବେ ନାହିଁ ।

ଡାଉନିଙ୍ଗ୍ ଷ୍ଟ୍ରିଟ୍ ପକ୍ଷରୁ କୁହାଯାଇଛି ଯେ, ବିଡେନ ଏବଂ ଜନସନଙ୍କ ମଧ୍ୟରେ ସମ୍ଭାବ୍ୟ ମୁକ୍ତ ବାଣିଜ୍ୟ କାରବାରର ଲାଭ ବିଷୟରେ ଆଲୋଚନା କରିଛନ୍ତି । ଜନସନ ବାଣିଜ୍ୟ ସମସ୍ୟାର ଯଥାଶୀଘ୍ର ସମାଧାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ବିଟ୍ରେନ ପିଏମ ଟ୍ବିଟ କରିଥିଲେ । ସେ ରାଷ୍ଟ୍ରପତି ବାଇଡେନଙ୍କ କଥା ହୋଇ ନିଜ ଖୁସି ପ୍ରକାଶ କରିଥିଲେ ।

ଜନସନଙ୍କ ସମେତ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋରଙ୍କ ମଧ୍ୟ ବିଡେନଙ୍କ ସହ କଥା ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.