ETV Bharat / international

ବୋଟ ଉପରେ ଖସି ପଡିଲା ପଥର, ୧୦ ମୃତ ୩୦ ଆହତ - ବୋଟ ଉପରେ ଖସି ପଡିଲା ପଥର

ଜଳପ୍ରପାତରେ ବୋଟ ଉପରେ ବସି ମଜା ନେଉଥିଲେ ପର୍ଯ୍ୟଟକ । ଆଖି ପିଛୁଳାକେ ଘଟିଗଲା ଅଘଟଣ । ପାହାଡ ଧସି ଖସି ପଡିଲା ଏକ ପଥର ଖଣ୍ଡ। ଆଉ ଅକାଳରେ ଚାଲିଗଲା ୧୦ ଜୀବନ (rock face collapse canyon waterfall) । ଅଧିକ ପଢନ୍ତୁ

ବୋଟ ଉପରେ ଖସି ପଡିଲା ପଥର
ବୋଟ ଉପରେ ଖସି ପଡିଲା ପଥର
author img

By

Published : Jan 10, 2022, 8:36 AM IST

Updated : Jan 10, 2022, 12:38 PM IST

ବ୍ରାସିଲିଆ: ଜଳପ୍ରପାତରେ ବୋଟ ଉପରେ ବସି ମଜା ନେଉଥିଲେ ପର୍ଯ୍ୟଟକ । ଆଖି ପିଛୁଳାକେ ଘଟିଗଲା ଅଘଟଣ । ପାହାଡ ଧସି ଖସି ପଡିଲା ଏକ ପଥର ଖଣ୍ଡ। ଆଉ ଅକାଳରେ ଚାଲିଗଲା ୧୦ ଜୀବନ (rock face collapse canyon waterfall) । ଦୁର୍ଘଟଣାରେ ଅନ୍ୟ ୩୦ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଛାତି ଦୋହଲାଇ ଦେବା ଭଳି ଦୁର୍ଘଟଣା ଘଟିଛି ବ୍ରାଜିଲର ମିନସ ଗେରିସର କ୍ୟାପିଟୋଲିଓ ଓ କ୍ୟାନିୟୋନ୍ସରେ ।

ଘଟଣା ଥିଲା ଏମିତି, ପାହାଡ଼ରୁ ପଥର ଖଣ୍ଡ ଧସି ସିଧା ଦୁଇଟି ବୋଟ୍ ଉପରେ ପଡ଼ିଥିଲା । ଏହି ସମୟରେ ପର୍ଯ୍ୟଟକମାନେ ଚିତ୍କାର କରିଥିଲେ । ପଥର ପଡିବା ସମୟରେ ବହୁ ଉଚ୍ଚକୁ ପାଣି ଉଠିଥିଲା । ଦୁର୍ଘଟଣାର ଦୃଶ୍ୟକୁ କେହି ଜଣେ ମୋବାଇଲ୍‌ରେ ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଯାହା ଭାଇରାଲ ହେଉଛି। ଏହି ଦୁର୍ଘଟଣାରେ କିଛି ନିଖୋଜ ଥିବା ଜଣାପଡ଼ିଛି।

ସମସ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ହାଡ଼ ଭାଙ୍ଗି ଯାଇଛି। ୩୦ ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି । ଗତ ଦୁଇ ସପ୍ତାହ ହେବ ସେଠାରେ ବର୍ଷା ଲାଗି ରହିଥିଲା । ଲଗାତାର ବର୍ଷା କାରଣକୁ ପଥର ଧସିଥିବା ଅନୁମାନ କରାଯାଉଛି।

Last Updated : Jan 10, 2022, 12:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.