ETV Bharat / international

ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ନିୟମ କୋହଳ କଲେ ବ୍ରାଜିଲ ରାଷ୍ଟ୍ରପତି

author img

By

Published : Jul 5, 2020, 2:27 PM IST

ବ୍ରାଜିଲରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ନିୟମକୁ କୋହଳ କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ । ଅଲ ଜଜିରା ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ନିଜ ଭିଟୋ ପାୱାର ବ୍ୟବହାର କରି ସମସ୍ତ ଜନସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ନିୟମକୁ କୋହଳ କରିଛନ୍ତି । ଅଧିକ ପଢନ୍ତୁ...

ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ନିୟମ କୋହଳ କଲେ ବ୍ରାଜିଲ ରାଷ୍ଟ୍ରପତି
ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ନିୟମ କୋହଳ କଲେ ବ୍ରାଜିଲ ରାଷ୍ଟ୍ରପତି

ବ୍ରାସିଲିଆ: ବ୍ରାଜିଲରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ନିୟମକୁ କୋହଳ କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ । ଅଲ ଜଜିରା ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ନିଜ ଭିଟୋ ପାୱାର ବ୍ୟବହାର କରି ସମସ୍ତ ଜନସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ନିୟମକୁ କୋହଳ କରିଛନ୍ତି । ଏହାସହ ଦୋକାନ ଏବଂ ଚର୍ଚ୍ଚ ଗୁଡିକରେ ବାଧ୍ୟତାମୂଳକ ମାସ୍କ ବ୍ୟବାହର ନିୟମକୁ ମଧ୍ୟ ଉଠାଇଛନ୍ତି ।

ପୂର୍ବରୁ କୁହାଯାଇଥିଲା ଯେ, ମାସ୍କ ଗୁଡିକ ବାଣିଜ୍ୟିକ ଏବଂ ଶିଳ୍ପ ପ୍ରତିଷ୍ଠାନ, ଧାର୍ମିକ ମନ୍ଦିର, ଶିକ୍ଷାଦାନ ଏବଂ ବନ୍ଦ ସ୍ଥାନ ଯେଉଁଠାରେ ଲୋକମାନେ ଏକତ୍ରିତ ହେଉଛନ୍ତି ସେଠାରେ ପିନ୍ଧାଯିବ। ତେବେ ବର୍ତ୍ତମାନ ଏହି ଆର୍ଟିକିଲ ଅସାମ୍ବିଧାନିକ ବୋଲି ରାଷ୍ଟ୍ରପତି କହିଛନ୍ତି ।

ତେବେ ରାଷ୍ଟ୍ରପତି ପୂର୍ବରୁ ନିଜ ଭିଟୋ ପାୱାର ବ୍ୟବହାର କରି ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କୁ ମାସ୍କ ଯୋଗାଇବା ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗରେ ମାସ୍କ ବଣ୍ଟନ କରିବାକୁ ସରକାରୀ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ ।

ସ୍ପୁଟନିକ ରିପୋର୍ଟ କରିଛି ଯେ ବ୍ରାଜିଲରେ ଗତ 24 ଘଣ୍ଟା ମଧ୍ୟରେ 38,000 ନୂତନ କୋରୋନା ଭାଇରସ୍ ଏବଂ ଏକ ହଜାରରୁ ଅଧିକ ମୃତ୍ୟୁ ଘଟିଛି । ବର୍ତ୍ତମାନ ବ୍ରାଜିଲରେ 1,577,004 କରୋନା ଭାଇରସ୍ ମାମଲା ଏବଂ ମୋଟ 64,265 ଜଣଙ୍କ କୋରୋନା ଜନିତ ମୃତ୍ୟୁ ଘଟିଛି।

@ ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.