ୱାଶିଂଟନ: ସାଉଦି ଆରବକୁ 1000 ରୁ ଅଧିକ ଏୟାର-ଟୁ-ସରଫେସ ଏବଂ ଜାହାଜ ବିରୋଧୀ କ୍ଷେପଣାସ୍ତ୍ର ବିତରଣ ପାଇଁ ବୋଇଂ ସହ 2 ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଦୁଇଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଏନେଇ ପେଣ୍ଟାଗନ ବୁଧବାର ସୂଚନା ଦେଇଛି ।
ପ୍ରଥମ ଚୁକ୍ତିନାମାରେ 1.97 ବିଲିୟନ ଡଲାରର SLAM ER କ୍ରୁଜ୍ କ୍ଷେପଣାସ୍ତ୍ରର ଆଧୁନିକୀକରଣ ସହିତ 650ଟି ନୂତନ କ୍ଷେପଣାସ୍ତ୍ର ପ୍ରଦାନ କରାଯିବ । ଯାହାକୁ ସାଉଦି ଆରବ ସରକାର ସ୍ବୀକୃତି ପ୍ରଦାନ କରାଯାଇଥିବା ବୋଇଂ ଉଲ୍ଲେଖ କରିଛି ।
SLAM ERs ପାଇଁ ଏହି ଚୁକ୍ତିନାମା ଡିସେମ୍ବର 2028 ସୁଦ୍ଧା ଶେଷ ହେବ । SLAM ER ଜିପିଏସ ଦ୍ବାରା ପରିଚାଳିତ ହେଉଥିବା ବେଳେ ଏହା ଦ୍ବାରା ଏୟାର ଟୁ ଏୟାର ପ୍ରୟୋଗ କରିହେବ ଓ 155 ନଟିକାଲ ମାଇଲ ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ।
ସେହିପରି ପେଣ୍ଟାଗନ ମଧ୍ୟ ସାଉଦି ଆରବକୁ 467ଟି ନୂଆ ହରପୁନ ବ୍ଲକ 2 ଜାହାଜ ବିରୋଧୀ କ୍ଷେପଣାସ୍ତ୍ର ପ୍ରଦାନ ପାଇଁ 650 ନିୟୁତ ଡଲାରର ଚୁକ୍ତି କରିଛି ।
ଏହାସହ ଅନ୍ୟ ଉପକରଣ ଗୁଡିକୁ ବ୍ରାଜିଲ, କାତାର ଏବଂ ଥାଇଲ୍ୟାଣ୍ଡକୁ ପଠାଯିବ । ଅନ୍ୟପକ୍ଷରେ ଭାରତ ଜାପାନ, ନେଦରଲାଣ୍ଡ ଓ ଦକ୍ଷିଣ କୋରିଆକୁ ସହାୟତା ଉପକରଣ ଯୋଗାଇ ଦିଆଯିବ ବୋଲି ଏହି ବିବୃତ୍ତିରେ କୁହାଯାଇଛି । ଏକ ବିବୃତ୍ତିରେ ବୋଇଙ୍ଗ କହିଛନ୍ତି ଯେ 2026 ସୁଦ୍ଧା ହରପୁନ କାର୍ଯ୍ୟକ୍ରମ ବନ୍ଦ କରାଯାଇ SLAM ER ଉତ୍ପାଦନକୁ ପୁଣି ଥରେ ଆରମ୍ଭ କରିବ ।
ସୂଚନାଯୋଗ୍ୟ, ବୋଇଂ 2008ରେ ନିଜର ଶେଷ SLAM ER ପ୍ରଦାନ କରିଥିଲା ।