ETV Bharat / international

କଳା-ଗୋରା ଲଢେଇ ବିଶ୍ଵକୁ କରିଛି ସ୍ତଵ୍ଧ, ମଙ୍ଗଳବାର ହୋଷ୍ଟନରେ ହେବ ଫ୍ଲୋଏଡଙ୍କ ଅନ୍ତିମ ସଂସ୍କାର

author img

By

Published : Jun 8, 2020, 12:51 PM IST

ଆଫ୍ରିକୀୟ-ଆମେରିକୀୟ ବଂଶର ଜର୍ଜ ଫ୍ଲଏଡ ମେ 25 ରେ ମିନାପଲିସରେ ପୋଲିସର ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ, ଏହା ପରେ ସାରା ଆମେରିକାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ତେବେ ମଙ୍ଗଳବାର ହୋଷ୍ଟନରେ ହେବ ଫ୍ଲୋଏଡଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ।

କଳା-ଗୋରା ଲଢେଇ ବିଶ୍ଵକୁ କରିଛି ସ୍ତଵ୍ଧ, ଟ୍ରମ୍ପଙ୍କ ହିଂସାତ୍ମକ ସଂଘର୍ଷକୁ ନିନ୍ଦା

ୱାସିଂଟନ୍: ସଂଘର୍ଷମୟ ପଦକ୍ଷେପ ସମାଧାନ ଆଣେନା। ବରଂ ସ୍ଥିତିକୁ ବିଗାଡି ଦିଏ। ତେଵେ ଆମେରିକାରେ ଚାଲିଥିବା କଳା-ଗୋରା ଲଢେଇକୁ ବିଶ୍ବ ନିନ୍ଦା କରୁଛି। ସୂଚନାଯୋଗ୍ୟ, ଜର୍ଜ ଫ୍ଲୋଏଡଙ୍କ ମୃତଦେହ ମଙ୍ଗଳବାର ଦିନ ହୋଷ୍ଟନରେ ପହଞ୍ଚିବ ଓ ଶବ ସଂସ୍କାର କରାଯିବ।

ଜର୍ଜ ଫ୍ଲୋଏଡଙ୍କ ପାଇଁ ନ୍ୟାୟ ଖୋଜି ପ୍ରାୟ 20,000 ଲୋକ ଶନିବାର ଦିନ ଚିକାଗୋରେ 'ମାର୍ଚ୍ଚ ଅଫ୍ ଜଷ୍ଟିସ୍' ବାହାର କରିଥିଲେ। ଆଫ୍ରିକୀୟ-ଆମେରିକୀୟ ବଂଶର ଜର୍ଜ ଫ୍ଲୋଏଡ ମେ 25 ରେ ମିନାପଲିସରେ ପୋଲିସର ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ, ଏହା ପରେ ସାରା ଆମେରିକାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।

କୃଷ୍ଣାଙ୍ଗ ଆମେରିକୀୟ ନାଗରିକ ଜର୍ଜ ଫ୍ଲୋଏଡଙ୍କ ମୃତଦେହ ଶନିବାର ଦିନ ଟେକ୍ସାସରେ ପହଁଞ୍ଚିଛି। କିଛି ଦିନ ପୂର୍ବରୁ ଜର୍ଜ ଫ୍ଲୋଏଡଙ୍କ ପୋଲିସ ହେପାଜତରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସମଗ୍ର ଆମେରିକାରେ ବିରୋଧ ତୀବ୍ର ହୋଇଛି। ଏପରିକି ବିକ୍ଷୋଭକାରୀମାନେ ହ୍ୱାଇଟ୍ ହାଉସ ସମ୍ମୁଖରେ ହିଂସାତ୍ମକ ପ୍ରଦର୍ଶନ କରିଥିଲେ। ଏହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟାସନାଲ ଗାର୍ଡ ସୁରକ୍ଷା ବାହିନୀକୁ ହିଂସାତ୍ମକ ସଂଘର୍ଷ ପରେ ସୁରକ୍ଷା ପାଇଁ ନିୟୋଜିତ ୱାଶିଂଟନରୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି, ତେଣୁ ନ୍ୟାସନାଲ ଗାର୍ଡ ଫେରିବା ଉଚିତ୍।

ପୋଲିସର ହେପାଜତରେ ଫ୍ଲଏଡଙ୍କ ମୃତ୍ୟୁ ପରେ ସମଗ୍ର ଆମେରିକାରେ ବିରୋଧ ଜାରି ରହିଛି। ୱାସିଂଟନରେ କିଛି ଅଭାବ ଦେଖାଦେଇଛି, ଯେତେବେଳେ ରାଷ୍ଟ୍ରପତି ଟ୍ରମ୍ପ ନ୍ୟାସନାଲ ଗାର୍ଡକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ପରି ୱାସିଂଟନରେ ହିଂସାତ୍ମକ ପ୍ରଦର୍ଶନ ଦେଖାଯାଇନଥିଲା, କିନ୍ତୁ ଲୋକମାନେ ବିରୋଧ ଜାରି ରଖିଛନ୍ତି। ଶନିବାର ଦିନ ହଜାର ହଜାର ବିକ୍ଷୋଭକାରୀ ସ୍ଲୋଗାନ ଦେଇ ୱାସିଂଟନ୍ ଡିସିରେ ପଦଯାତ୍ରା କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ଆଠ ଦିନର ବିକ୍ଷୋଭ ପରେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଶନିବାର ଦିନ ରାଜଧାନୀର ଆର୍ଲିଙ୍ଗଟନ୍, ଭର୍ଜିନିଆ ଭଳି ସ୍ଥାନରେ ଏକାଠି ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.