ETV Bharat / international

ପୁଣି ଉଠିଲା କୃଷ୍ଣକାୟ ପ୍ରସଙ୍ଗ, ହିଂସା ନିୟନ୍ତ୍ରଣ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ପୁଣି କୃଷ୍ଣକାୟ ପ୍ରସଙ୍ଗ । କୁହାଯାଉଛି ରବିବାର ଶ୍ବେତ ରଙ୍ଗର ପୁଣି ଜଣେ ପୋଲିସ 29 ବର୍ଷୀୟ କୃଷ୍ଣକାୟ ଯୁବକ ଜ୍ୟାକବ ବ୍ଲେକଙ୍କୁ ଗୁଳି କରିଥିଲା । ଏହାକୁ ନେଇ ଗତ 3 ଦିନ ଧରି ପରିସ୍ଥିତି ନିୟନ୍ତ୍ରଣ ବାହାରେ ରାହିଛି । ଅଧିକ ପଢନ୍ତୁ...

ହିଂସା ନିୟନ୍ତ୍ରଣ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା

author img

By

Published : Aug 26, 2020, 9:38 AM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ପୁଣି ଥରେ ଉଠିଲା କୃଷ୍ଣକାୟ ପ୍ରସଙ୍ଗ । ଗତ ତିନି ଦିନ ଧରି ଆମେରିକାର ୱିସ୍କୋନ୍ସନ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଦର୍ଶନକାରୀମାନେ ଅନେକଗୁଡିକ କାରରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରୁଛନ୍ତି । ପରିସ୍ଥିତି ସମ୍ପୂର୍ଣ୍ଣ ଅଶାନ୍ତ ରହିଛି । ସେପଟେ ପରିସ୍ଥିତିକୁ କାବୁ କରିବାକୁ ରାଜ୍ୟର ଗଭର୍ଣ୍ଣର ଟୋନୀ ଏଭର୍ସ ଜରୁରୀ ପରିସ୍ଥିତି ଲାଗୁ ଘୋଷଣା କରିଛନ୍ତି । ଏଥିପାଇଁ ଘଟଣାସ୍ଥଳରେ ନ୍ୟାସନାଲ ଗାର୍ଡ ମୁତୟନ କରାଯାଇଛି । କୁହାଯାଉଛି, ରବିବାର ପୁଣି ଜଣେ ପୋଲିସ 29 ବର୍ଷୀୟ କୃଷ୍ଣକାୟ ଯୁବକ ଜ୍ୟାକବ ବ୍ଲେକଙ୍କୁ ଗୁଳି କରିଥିଲା । ଏହାକୁ ବିରୋଧ କରି ହିଂସା ଦେଖାଦେଇଛି ।

ଅନ୍ୟପଟେ, ଗୁଳିମାଡରେ ଶିକାର ହୋଇଥିବା ଜ୍ୟାକବଙ୍କ ଅବସ୍ଥା ଗୁରୁତର ରହିଛି । ଜ୍ୟାକବଙ୍କ ପିତାଙ୍କ ଅନୁସାରେ, ପୁଅର ଶରୀରରେ 8ଟି ଗୁଳି ବାଜିଛି । ବ୍ଲେକର ଶରୀରର କୌଣସି ଅଙ୍ଗ କାମ କରୁନାହିଁ । ଡାକ୍ତର ମଧ୍ୟ ସଠିକ ଭାବେ କହିପାରୁନାହାଁନ୍ତି ଅବସ୍ଥା କଣ ହେବ ।

ଜ୍ୟାକବ ବ୍ଲେକଙ୍କ ହତ୍ୟା ବିରୋଧରେ ସୋମବାର ନ୍ୟୁୟର୍କ ସହରରେ ଶତାଧିକ ବିକ୍ଷୋଭକାରୀ ପଦଯାତ୍ରା କରିଥିଲେ। ଗଣତାନ୍ତ୍ରିକ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଏହି ଘଟଣାର ସ୍ୱଚ୍ଛ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି, "ପୋଲିସ ଜ୍ୟାକବ ବ୍ଲେକଙ୍କୁ ସାତଥର ଗୁଳି ଚଳାଇଥିଲା। ଏହି ଘଟଣାକୁ ତାଙ୍କ ପିଲାମାନେ କାରରୁ ଦେଖୁଥିଲେ। ଆଜି ଆମେ ପୁଣି ଥରେ ଶୋକ କରିବାକୁ ଚାହୁଁଛୁ । ଏହି ଘଟଣାରେ ଆମକୁ ସମ୍ପୂର୍ଣ୍ଣ ଏବଂ ସ୍ୱଚ୍ଛ ଅନୁସନ୍ଧାନ ଆବଶ୍ୟକ।"

ସୂଚନାଯୋଗ୍ୟ, ଗତ ମେ’ ମାସରେ ମିନିଏସୋଟାରେ କୃଷ୍ଣକାୟ ବ୍ୟକ୍ତି ଜଜ ଫ୍ଲୋଏଡାଙ୍କ ହତ୍ୟା ପରେ ଆମେରିକାରେ ବିରୋଧ ପ୍ରଦର୍ଶନ ହୋଇଥିଲା । ସେହି ସମୟରେ ପୋଲିସ ଉପରେ ବର୍ବରତା ଅଭିଯୋଗ ଆସିଥିଲା । ଏପରିକି ହ୍ବାଇଟ ହାଉସ ବାହାରେ ବିରୋଧ ପ୍ରଦର୍ଶନ କରାଯାଇଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିକ୍ରେଟ ବଙ୍କରରେ ଯିବାକୁ ପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.