ETV Bharat / international

କାବୁଲ ବିସ୍ଫୋରଣରେ ପ୍ରାଣ ହରାଇଥିବା ସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାଇଡେନ

କାବୁଲ ସିରିଜ ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୩ ଜଣ ଆମେରିକୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ...

author img

By

Published : Aug 30, 2021, 12:03 PM IST

କାବୁଲ ସିରିଜ ବିସ୍ଫୋରଣରେ ପ୍ରାଣହରାଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ବାଇଡେନ

କାବୁଲ: କାବୁଲ ସିରିଜ ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୩ ଜଣ ଆମେରିକୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ସମୟରେ ବାଇଡେନଙ୍କ ସହ ପ୍ରଶାସନିକ ଅଧିକାରୀ, ଆମେରିକାର ପ୍ରତିରକ୍ଷା ସଚିବ, ଯୁଗ୍ମମୁଖ୍ୟ ଷ୍ଟାପ ମାର୍କ ମିଲିର ଏବଂ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ପ୍ରମୁଖ ଉପସ୍ଥିତ ଥିଲେ ।

ଗତକାଲି (ରବିବାର) ସକାଳ ସମୟରେ ରାଷ୍ଟ୍ରପତି ଓ ପ୍ରଥମ ମହିଳା ଡେଲାୱେରର ଡୋଭର ଯାତ୍ରା କରିଥିଲେ । ପ୍ରାଣ ହରାଇଥିବା ସୈନିକଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିଥିଲେ ବାଇଡେନ । ଗୁରବାର ଦିନ କାବୁଲ ବିମାନ ବନ୍ଦର ବାହାରେ ISIS-K ଆତଙ୍କୀଙ୍କ ଦ୍ବାରା ହୋଇଥିବା ସିରିଜ ବିସ୍ଫୋରଣ । ଯେଉଁଥିରେ କି, ୧୭୦ରୁ ଅଧିକ ଆଫଗାନବାସୀ ପ୍ରାଣ ହରାଇଥିବା ବେଳେ ଆମେରିକାର ୧୩ ସୈନିକ ପ୍ରାଣ ହରାଇଥିଲେ । ଏନେଇ ଆମେରିକା ରାଷ୍ଟ୍ରପତି ଗଭୀର ଶୋକ ପ୍ରକାଶ କରିବା ସହ ଏହାର ପ୍ରତିଶୋଧ ନେବାକୁ ମଧ୍ୟ କହିଥିଲେ । ଏନେଇ ଶନିବାର ଦିନ ଆଫଗାନରେ ଆମେରିକା ଡ୍ରୋନ ଷ୍ଟ୍ରାଇକ କରି ଏହାର ପ୍ରତିଶୋଧ ନେଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.