ETV Bharat / international

ଆମେରିକାରେ 11 ଭାରତୀୟଙ୍କ ମୁଣ୍ଡ ନେଲା କୋରୋନା, 16 ପଜିଟିଭ - us tackle pandamic

ଆମେରିକାରେ ପ୍ରତିଦିନ ରେକର୍ଡ ଭାଙ୍ଗୁଛି ମହାମାରୀ । କୋଭିଡ-19ରେ ଅତି କମରେ 11 ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି । ସମସ୍ତେ ନ୍ୟୁୟର୍କ ଓ ନ୍ୟୁଜର୍ସି ଅଞ୍ଚଳର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ..

ଆମେରିକାରେ 11 ଭାରତୀୟଙ୍କ ମୁଣ୍ଡ ନେଲା କୋଭିଡ-19,16 ପଜିଟିଭ

author img

By

Published : Apr 9, 2020, 10:23 AM IST

ୱାଶିଂଟନ: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରକୁ ଦୋହଲାଇ ଦେଇଛି କୋରୋନା । ପ୍ରତିଦିନ ହଜାର ହଜାର ଲୋକଙ୍କୁ ମୃତ୍ୟୁ ହେଉଥିବା ଖବର ସାମନାକୁ ଆସୁଛି । କୋଭିଡ-19ରେ ଅତି କମରେ 11 ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି । ଏହା ସହ ଆଉ 16 ଜଣ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ 14 ହଜାରରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 4 ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି ।

ଆମେରିକାରେ କୋରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ସମସ୍ତ ଭାରତୀୟ ନାଗରିକ ନ୍ୟୁୟର୍କ ଏବଂ ନ୍ୟୁ ଜର୍ସି ଅଞ୍ଚଳର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ 4 ଜଣ ନ୍ୟୁୟର୍କ ସହରର ଟ୍ୟାକ୍ସି ଡ୍ରାଇଭର ବୋଲି କୁହାଯାଉଛି।

ଆମେରିକାରରେ ନ୍ୟୁୟର୍କ ସିଟି କୋଭିଡ-19ର ପେଣ୍ଠସ୍ଥଳୀ ପାଲଟିଛି । ଏଥିରେ 6,000 ରୁ ଅଧିକ ମୃତ୍ୟୁ ଏବଂ 1,38,000 ରୁ ଅଧିକ ସଂକ୍ରମଣ ମାମଲା ରହିଛି । ନ୍ୟୁ ଜର୍ସିରେ 1,500 ମୃତ୍ୟୁ ଏବଂ ପ୍ରାୟ 48,000 ସଂକ୍ରମଣ ରହିଛି । ଫ୍ଲୋରିଡାଠାରେ ଜଣେ ଭାରତୀୟଙ୍କର ଏହି ମାରାତ୍ମକ ମହାମାରୀ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାଯାଇଛି ।

4 ଜଣ ମହିଳାଙ୍କ ସମେତ ସମସ୍ତ 16 ଜଣ ଭାରତୀୟ, ଯେଉଁମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନେ ଏବେ ଆଇସୋଲେସନରେ ଅଛନ୍ତି । ସେମାନଙ୍କ ମଧ୍ୟରୁ 8 ଜଣ ନ୍ୟୁୟର୍କର, ତିନିଜଣ ନ୍ୟୁଜର୍ସିରୁ ଏବଂ ଟେକ୍ସାସ୍ ଏବଂ କାଲିଫର୍ଣ୍ଣିଆ ପରି ଅନ୍ୟ ରାଜ୍ୟରୁ ଆସିଛନ୍ତି । ସଂକ୍ରମିତମାନେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶର ବୋଲି ଜଣାପଡିଛି ।

ସମଗ୍ର ଆମେରିକାରେ ଭାରତୀୟ ଦୂତାବାସ ଏବଂ କନସୁଲେଟ୍ ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଭାରତୀୟ-ଆମେରିକୀୟ ସଂଗଠନଗୁଡ଼ିକ ସହିତ କୋରୋନା ଭାଇରସ୍ ଦ୍ୱାରା ପ୍ରଭାବିତ ଭାରତୀୟମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବାରେ ସହଯୋଗ କରୁଛନ୍ତି ।

ମାରାତ୍ମକ ଜୀବାଣୁ ବିସ୍ତାରକୁ ରୋକିବା ପାଇଁ କଡ଼ା ଯାତ୍ରା ଉପରେ ପ୍ରତିବନ୍ଧକ ଥିବାରୁ ସ୍ଥାନୀୟ ସହରର ଅଧିକାରୀମାନେ ମୃତ ବ୍ୟକ୍ତିଙ୍କ ଶେଷ ରୀତିନୀତି କରିଆସୁଛନ୍ତି ଏବଂ ଅନେକ କ୍ଷେତ୍ରରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସେମାନଙ୍କ ଶବଦାହରେ ଯୋଗଦେବାକୁ ଅନୁମତି ଦିଆଯାଉ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.