ETV Bharat / international

କୃଷ୍ଣକାୟଙ୍କୁ ନେଇ ଲଣ୍ଡନରେ ଚାଲିଥିବା 23 ଦିନ ବ୍ୟାପି ଆନ୍ଦୋଳନରେ 23 ପୋଲିସ ଆହତ

author img

By

Published : Jun 7, 2020, 11:08 AM IST

ଫ୍ଲୋଏଡଙ୍କ କୁତ୍ସିତ ହତ୍ୟାକାଣ୍ଡକୁ ନେଇ ଲଣ୍ଡନରେ ଦୀର୍ଘ 23 ଦିନ ଧରି ଚାଲିଛି ଆନ୍ଦୋଳନ। ତେବେ ଜାତିଆଣ ତଥା ପୋଲିସର ଅତ୍ୟାଚାରକୁ ନେଇ ଚାଲିଥିବା ଏହି ବିକ୍ଷୋଭ ଯାତ୍ରାରେ ଏବେ ସୁଦ୍ଧା 23 ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ପୋଲିସ ଅଧୀକ୍ଷକ ଜୋ ଏଡୱାର୍ଡସ କହିଛନ୍ତି।

କୃଷ୍ଣକାୟଙ୍କୁ ନେଇ ଲଣ୍ଡନରେ ଚାଲିଥିବା  23 ଦିନଆ ଆନ୍ଦୋଳନରେ 23 ପୋଲିସ ଆହତ

ଲଣ୍ଡନ: ଜର୍ଜ ଫ୍ଲୋଏଙ୍କ ମୃତ୍ୟୁକୁ ନେଇ ଲଣ୍ଡନରେ ପ୍ରତିବାଦର ବହ୍ନି କୁହୁଳୁଛି। ଆମେରିକାର ମିନେପଲିସ ସହରରେ କୃଷ୍ଣକାୟ ଫ୍ଲୋଏଡଙ୍କ କୁତ୍ସିତ ହତ୍ୟାକାଣ୍ଡକୁ ନେଇ ଲଣ୍ଡନରେ ଦୀର୍ଘ 23 ଦିନ ଧରି ଚାଲିଛି ଆନ୍ଦୋଳନ। ତେବେ ଜାତିଆଣ ତଥା ପୋଲିସର ଅତ୍ୟାଚାରକୁ ନେଇ ଚାଲିଥିବା ଏହି ବିକ୍ଷୋଭ ଯାତ୍ରାରେ ଏବେ ସୁଦ୍ଧା 23 ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ପୋଲିସ ଅଧୀକ୍ଷକ ଜୋ ଏଡୱାର୍ଡସ କହିଛନ୍ତି।

କୋରୋନା ମହାମାରୀ ବିସ୍ତାର ସତ୍ତ୍ବେ ହଜାର ହଜାର ଲୋକ ନିୟମ ନମାନି ସେଣ୍ଟ୍ରାଲ ଲଣ୍ଡନ ସହରରେ ଏକତ୍ରିତ ହୋଇଥିଲେ। '' ଲୋକମାନଙ୍କୁ ବିଭିନ୍ନ ଘଟଣା ବିଷୟରେ ସ୍ବର ଉତ୍ତୋଳନ କରିବାର ଅଧିକାର ରହିଛି। ଯାହାକୁ ନେଇ ଆମର ପୋଲିସ ଅଫିସର ମାନେ ବିରୋଧ କରିନଥିଲେ । ହେଲେ କିଛି ଛୋଟ ଗୋଷ୍ଠୀ ଉଦ୍ଦେଶ୍ୟ ରଖି ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିଥିଲେ। ଯାହା ଦ୍ବାରା 23 ଜଣ ପୋଲିସ ଅଫିସର ଆହତ ହୋଇଛନ୍ତି'' ବୋଲି ଏଡୱାର୍ଡସ କହିଛନ୍ତି।

ମେ 25 ରେ ଫ୍ଲୋଏଡଙ୍କ ମୃତ୍ୟୁ ପୋଲିସର ଅତ୍ୟାଚାର, ଜାତିଭେଦ ତଥା ସାମାଜିକ ଅନ୍ୟାୟ ବିରୁଦ୍ଧରେ ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ ସୃଷ୍ଟି କରିଛି। ଯେହେତୁ ଗିରଫ ହେବା ପରେ ଫ୍ଲୋଏଡଙ୍କ ବେକରେ ଜଣେ ଆମେରିକୀୟ ଶ୍ବେତ ଅଧିକାରୀ ଡେରେକ ଚାଉଭିନ ଆଣ୍ଠୁମାଡିଥିବାର ଭିଡିଓ ପ୍ରକାଶ ପାଇଥିଲା।

ସେହିଦିନ ଠାରୁ ଆମେରିକା ବ୍ୟତୀତ ଗ୍ରୀସ୍, ଇଟାଲୀ ବ୍ରିଟେନ, ଡେନମାର୍କ, ଜର୍ମାନୀ, ଫ୍ରାନ୍ସ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କାନାଡା ଏବଂ ଅନ୍ୟାନ୍ୟ ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.