ETV Bharat / international

କୁକୁର କଳିରୁ ଗୁଳି ବିନିମୟ, 8 ଗୁରୁତର - କୁକୁର ଯୁକ୍ତିରୁ ଗୁଳି ବିନିମୟ

ଯୁକ୍ତରାଷ୍ଟ୍ର ଆମେରିକାର ଟେନିସିରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । କୁକୁରକୁ ନେଇ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଏକ ଭୟଙ୍କର ପରିଣାମରେ ପହଞ୍ଚିଛି । ଅଧିକ ପଢନ୍ତୁ...

କୁକୁରକୁ ନେଇ ଆରମ୍ଭ ହୋଇଥିବା ଯୁକ୍ତିରୁ ଗୁଳି ବିନିମୟ

author img

By

Published : Nov 9, 2020, 8:34 AM IST

ୱାଶିଂଟନ: କୁକୁରକୁ ନେଇ ଆରମ୍ଭ ହୋଇଥିବା ଯୁକ୍ତିତର୍କର ଭୟଙ୍କର ପରିଣାମ । ଯୁକ୍ତିରୁ ଗୁଳିକାଣ୍ଡ ଘଟି 8 ଗୁରୁତର ଆହତ । ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକାର ଟେନିସିର । ଘଟଣାର ସମ୍ପୃକ୍ତ 2 ଜଣ ସନ୍ଦିଗ୍ଧ ପୁରୁଷଙ୍କୁ ଖୋଜୁଛି ନାଶଭିଲ ପୋଲିସ ।

ରବିବାର ଦିନ 1 ସମୟରେ ଗୁଳିକାଣ୍ଡ ହୋଇଥିବା ମେଟ୍ରୋପୋଲିଟାଣ୍ଡ ନାଶଭିଲ ପୋଲିସ ବିଭାଗ ଏନେଇ ସୂଚନା ଦେଇଥିଲା ।

ସୂଚନା ଅନୁସାରେ, ଦୁଇ ଜଣ ବ୍ୟକ୍ତି ପରସ୍ପର ସହ ଯୁକ୍ତି କରୁଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ହାତରେ କୁକୁର ରହିଥିଲା । ପରେ ଉଭୟଙ୍କ ମଧ୍ୟରେ ଯୁକ୍ତି ବଢିବାରୁ କୁକୁର ଧରିଥିବା ବ୍ୟକ୍ତି ବନ୍ଧୁକ ବାହାର କରିଥିଲେ । ଏହା ଦେଖି ଅନ୍ୟ ଜଣେ ବ୍ୟକ୍ତି ସେଠାରୁ ଫେରିଯାଇ ନିଜ ବନ୍ଧୁକ ଆଣିଥିଲେ । ଏହା ପରେ ଉଭୟଙ୍କ ଭିତରେ ଗୁଳି ବିନିୟମ ହୋଇଥିଲା । ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା 8 ଜଣଙ୍କ ଗୁଳି ବାଜି ଗୁରୁତର ହୋଇଛନ୍ତି ।

ସମସ୍ତ ଗୁରୁତର ହସ୍ପିଟାଲେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଜୀବନ ପ୍ରତି କୌଣସି ବିପଦ ନଥିବା ଜଣାପଡିଛି । ସେପଟେ ପୋଲିସ ଘଟଣା ସ୍ଥଳରୁ ବନ୍ଧୁକ ଜବତ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.