ସାନ ଫ୍ରାନ୍ସିସ୍କୋ: ସାରା ଦେଶରେ ବ୍ୟାପିଥିବା ‘ଅଲ ଲାଇଭ୍ସ ମ୍ୟାଟର’ ଓ ‘ବ୍ଲାକ ଲାଇଭ୍ସ ମ୍ୟାଟର’ ନାରାକୁ ନେଇ କେଉଁଠି ସମର୍ଥନ ମିଳୁଛି ତ କେଉଁଠି ମିଳୁଛି ରାଜନୈତିକ ବିରୋଧ । ଏମିତିରେ ଅନେକ ଟେକ୍ନୋଲୋଜି ଜାଏଣ୍ଟ ଏହି ବିରୋଧରେ ପରୋକ୍ଷରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏବେ ଏହି ତାଲିକାରେ ସାମିଲ ହୋଇଛି ଆପଲ । ଆପଲରେ ଥିବା ସିରି ଅପଡେଟ ସହ ‘ଅଲ ଲାଇଭ୍ସ ମ୍ୟାଟର’ କମାଣ୍ଡରେ ଭିନ୍ନ ପ୍ରତିକ୍ରିୟା ଦେବା ପାଇଁ ପ୍ରସ୍ତୁତ ହୋଇଛି ଡିଜାଇନ ।
ଆମେରିକା ଓ ଅନ୍ୟ ରାଷ୍ଟ୍ରମାନଙ୍କରେ ବ୍ଲାକ ଲାଇଭନ୍ସ ମ୍ୟାଟରର ପ୍ରତିଉତ୍ତରରେ ଅଲ ଲାଇଭ୍ସ ମ୍ୟାଟରର ନାରା ଜୋର ଧରିଛି । ଏମିତିରେ ଆପଲର ଏଆଇ ଆସିଷ୍ଟାଣ୍ଟ ସିରିକୁ ମିଳିଛି ନୂଆ ଟ୍ରେନିଂ । ‘ଡୁ ବ୍ଲାକ ଲାଇଭ୍ସ ମ୍ୟାଟର’ ବା ‘କୃଷ୍ଣକାୟଙ୍କ ଜୀବନର ମୂଲ୍ୟ ଅଛି କି?’ ପ୍ରଶ୍ନରେ ସାଧାରଣ ହଁର ଉତ୍ତର ଦେବ ସିରି । ଏଥିସହ ଏହି ଆନ୍ଦୋଳନ ସମ୍ପର୍କିତ ଅଧିକ ତଥ୍ୟ ପାଇଁ ସମ୍ପୃକ୍ତ ୱେବସାଇଟର ଠିକଣା ଦେବ ସିରି ।
ସମାନ ଭାବେ ‘ଡୁ ଅଲ ଲାଇଭ୍ସ ମ୍ୟାଟର’ ପ୍ରଶ୍ନର ଉତ୍ତରରେ ମଧ୍ୟ ସିରି ନିଜର ଦୃଢ ଜବାବ ବଜାୟ ରଖିବା ପାଇଁ ଅପଡେଟ କରାଯାଇଛି । ତେବେ ଆପଲ ୱାଶିଂଟଲ ଡିସିସ୍ଥିତ ସାଟେଲାଇଟ ଫଟୋରେ ମଧ୍ୟ ପରିବର୍ତ୍ତନ କରିଛି । ଏବେ ଆପଲ ମ୍ୟାପରେ ଜଣେ ହ୍ବାଇଟ ହାଉସ ନିକଟବର୍ତ୍ତୀ ଆନ୍ଦୋଳନର ଗଳିର ଠିକଣା ପାଇପାରିବେ । ସେପଟେ ନିକଟରେ ଆପଲ ସିଇଓ ଟିମ କୁକ କହିଥିଲେ କି ଏହି ଆନ୍ଦୋଳନ ପାଇଁ ଆପଲକୁ ଆହୁରି ବହୁତ କିଛି କରିବାର ଆବଶ୍ୟକତା ରହିଛି ।
@IANS