ETV Bharat / international

ଆମେରିକାରେ ନୂଆ ସକାଳ ଆରମ୍ଭ ହୋଇଛି: କମଲା ହାରିସ - କମଲା ହାରିସ

ଜୋ ବାଇଡେନଙ୍କ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ସହ କମଲା ହାରିସ୍ ଇତିହାସ ସୃଷ୍ଟି କରିଛନ୍ତି । ପ୍ରଥମ ମହିଳା କୃଷ୍ଣକାୟ ମହିଳା ଭାବେ ସର୍ବାଧିକ ଭୋଟ ପାଇଥିବା ପ୍ରଥମ ଏସୀୟ ଆମେରିକୀୟ । ଅଧିକ ପଢନ୍ତୁ...

ଆମେରିକାବାସୀଙ୍କ ନୂଆ ସକାଳ ଆରମ୍ଭ ହୋଇଛି
ଆମେରିକାବାସୀଙ୍କ ନୂଆ ସକାଳ ଆରମ୍ଭ ହୋଇଛି
author img

By

Published : Nov 8, 2020, 10:57 AM IST

ୱାଶିଂଟନ: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନୂତନ ଉପରାଷ୍ଟ୍ରପତି ହୋଇଛନ୍ତି ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଭାରତୀୟ ବଂଶୋଦ୍ଭବ କମଲା ହାରିସ । ଆମେରିକା ଇତିହାସରେ ପ୍ରଥମ ଥର ଜଣେ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ପଦ ସମ୍ଭାଳିବାକୁ ଯାଉଛନ୍ତି । ବହୁମତକୁ ଠାରୁ ଢେର ଅଧିକା ଭୋଟ ପାଇ ଡେମୋକ୍ରାଟିକ ପାର୍ଟି ହ୍ବାଇଟ ହାଉସ ଦଖଲ କରିଛି । ଏନେଇ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କମଲା ହାରିସ ।

ଇତିହାସ ରଚିଥିବା କମଲା ହାରିସ ନିଜର ଏହି ସଫଳତାରେ ମାଆ ଶ୍ୟାମଳା ଗୋପାଲନ ହାରିସଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ମାତ୍ର 19 ବର୍ଷ ବୟସରେ ଭାରତରୁ ଆମେରିକା ଆସିଥିବା ତାଙ୍କ ମାଆ କେବେ ମଧ୍ୟ ଏହା ଭାବିନଥିବେ ତାଙ୍କ ଝିଅ ଉପରାଷ୍ଟ୍ରପତି ହେବେ । କିନ୍ତୁ ମାଆ ଆମେରିକାବାସୀଙ୍କ ଉପରେ ଦୃଢ ବିଶ୍ବାସ ରହିଥିଲା ଯେ, ନିଶ୍ଚୟ କିଛି ପରିବର୍ତ୍ତନ ହେବ ।

ହାରିସ ଆହୁରି କହିଛନ୍ତି, ତାଙ୍କ ମାଆ, କୃଷ୍ଣକାୟ ମହିଳା, ଏସିଆନ, ଶ୍ବେତରଙ୍ଗ, ଲାଟିନ, ସ୍ଥାନୀୟ ଆମେରିକାବାସୀ ଏପରି କିଛି ଇତିହାସ ରଚିବାକୁ ଲଗାତାର ସଂଘର୍ଷ କରିଆସିଥିଲେ । ଯାହା ଆଜି ପୂରଣ ହୋଇଛି । ଆମେରିକାରବାସୀଙ୍କ ଡେମୋକ୍ରାଟିକକୁ ଭୋଟ ଦେଇ ଆଶା, ଏକତା, ବିଜ୍ଞାନ ଓ ସତ୍ୟତା ଉପରେ ଭରସା କରିଛନ୍ତି । ଆମେରିକାବାସୀଙ୍କ ପାଇଁ ଏକ ନୂଆ ସକାଳ ହୋଇଛି ।

ସୂଚନାଯୋଗ୍ୟ, ଶନିବାର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମଥର କୌଣସି କୃଷ୍ଣକାୟ ମହିଳା, ଏସିଆନ-ଆମେରିକା ମହିଳା ଦେଶ ଚଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ସେହିପରି ଗୁରୁତ୍ବପୂର୍ଣ୍ଣ ପେନସିଲଭେନିଆ ରାଜ୍ୟ ଜିତିବା ପରେ ବହୁମତ ପାଇଁ ଆବଶ୍ୟକ 270 ଇଲେକ୍ଟୋରାଲ କଲେଜ ଭୋଟକୁ ଅତିକ୍ରମ କରିଥିଲେ ବାଇଡେନ ।

ଜୋ ବାଇଡେନ ତୃତୀୟ ଥର ଲାଗି ହ୍ବାଇଟ ହାଉସରେ ଲଢିବା ପରେ ରାଷ୍ଟ୍ରପତି ହୋଇଛନ୍ତି । 4 ଦଶନ୍ଧି ଧରି ସେ ୱାଶିଂଟନର ସିନେଟ ଓ ପରେ ଉପରାଷ୍ଟ୍ରପତି ରହିଥିଲେ । 7.4 କୋଟି ଭୋଟ ସହ ବାଇଡେନ ବିଜୟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.