ସାନ ଫ୍ରାନ୍ସିସ୍କୋ: ପ୍ରାଇମ ଭିଡିଓରେ ୟୁଜର୍ସଙ୍କୁ ନୂଆ ଓ ଭିନ୍ନ ଅନୁଭବ ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି ଆମାଜନ । ଏନେଇ ପ୍ରାଇମ ଭିଡିଓରେ 24 ଘଣ୍ଟିଆ ଲାଇଭ ପ୍ରୋଗ୍ରାମିଂ ଆଡ କରିବା ପାଇଁ ଯୋଜନା ରହିଥିବା ଆମାଜନ ସ୍ପଷ୍ଟ କରିଛି । ଇ-କମର୍ସ ଜାଏଣ୍ଟର ଏହି ପଦକ୍ଷେପ ନେଇ କେତେକ ସାର୍ବଜନୀନ ଭାବେ ଉପଲବ୍ଧ ଚାକିରି ତାଲିକା ମଧ୍ୟ ଇଙ୍ଗିତ କରିଛନ୍ତି ।
ତେବେ ଏହି ଯୋଜନାରେ ପ୍ରାଇମ ଭିଡିଓ ପ୍ଲାଟଫର୍ମରେ ନୂଆ ଚ୍ୟାନେଲମାନେ ଲାଇଭ ନ୍ୟୁଜ୍, ମ୍ୟୁଜିକ୍, ସ୍ପୋର୍ଟ୍ସ, ଆୱାର୍ଡ ଶୋ’ ସମେତ ସିନେମା ଓ ଟିଭି ଶୋ’ ବ୍ୟତୀତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ବ୍ରଡକାଷ୍ଟ କରିବେ । ଏନେଇ ଗୁରୁବାର ଅନ୍ତରୀଣ ସୂତ୍ରରୁ ଏକ ଉଦ୍ୟୋଗ ପ୍ରକାଶ କରିଛି କି ଆମାଜନ ଏଦିଗରେ ଲାଇସେନ୍ସ ପ୍ରାପ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।
ଏହି କାର୍ଯ୍ୟକ୍ରମରେ ଲିନିଅର ଟିଭିର ସୁବିଧା ମଧ୍ୟ ରହିବ । ଏହାଦ୍ବାରା ୟୁଜର୍ସମାନେ ନିଜ ପସନ୍ଦ ଟିଭି ଚ୍ୟାନେଲକୁ ପ୍ରତ୍ୟେକ ସମୟରେ ଦେଖିପାରିବେ । ସେ ଖେଳ ହେଉ କି ନ୍ୟୁଜ୍, ମ୍ୟୁଜିକ, ଆୱାର୍ଡ ଶୋ’ ଓ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ସବୁକିଛି ଏବେ ୟୁଜର୍ସମାନେ ପ୍ରାଇମ ଭିଡିଓରେ ସହଜରେ ଦେଖିପାରିବେ । ଏନେଇ ଆମାଜନ ପ୍ରାଇମ ଭିଡିଓ ଲିନିଅର ଟିଭିରେ କିଛି ମୁଖ୍ୟ ଉତ୍ପାଦ ପରିଚାଳକର ଆବଶ୍ୟକତା ଥିବା ଏକ ଚାକିରୀ ତାଲିକାରେ ପ୍ରକାଶ ପାଇଥିଲା ।
ଏହି ତାଲିକାରେ ଲେଖା ରହିଥିଲା ସାଧାରଣ ଟିଭିର ଅନୁଭବ ୟୁଜର୍ସଙ୍କୁ ପ୍ରାଇମ ଭିଡିଓରେ ଯୋଗାଇବା ପାଇଁ ଜଣେ ଉତ୍ପାଦ ପରିଚାଳକଙ୍କ ଆବଶ୍ୟକତା ରହିଛି । ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଅଫିସିଆଲ ସୂଚନା ନାହିଁ । ହେଲେ ଏହି ଫିଚର ପ୍ରାଇମ ଭିଡିଓରେ ଆଡ ହେବା ଦ୍ବାରା ଆମାଜନ ଅନ୍ୟ ଅନ-ଡିମାଣ୍ଡ ଭିଡିଓ ଅଫରିଂ ପ୍ଲାଟଫର୍ମ ନେଟଫ୍ଲିକ୍ସ ଓ ଡିଜନି+ ଠାରୁ ଭିନ୍ନ ବୋଲି ପ୍ରମାଣିତ ହେବ ବୋଲି କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ