ETV Bharat / international

ଟ୍ରମ୍ପଙ୍କ ରାଲିରେ ମହିଳା ପିନ୍ଧିଥିଲେ ଏମିତି ଟିସାର୍ଟ, ବାନ୍ଧିଲା ପୋଲିସ - ଟ୍ରମ୍ପଙ୍କ ରାଲିରେ ବନ୍ଧା ହେଲେ ମହିଳା

''ମୁଁ ନିଶ୍ବାସ ନେଇ ପାରୁନାହିଁ'' ଏମିତି ଏକ ଟି ସାର୍ଟ ପିନ୍ଧି ଟ୍ରମ୍ପଙ୍କ ରାଲିରୁ ଗିରଫ ହେଲେ ମହିଳା। ଗିରଫ ହୋଇଥିବା ମହିଳା ଜଣକ ହେଲେ ଶୀଲା ବକ୍।

ଟ୍ରମ୍ପଙ୍କ ରାଲିରେ ମହିଳା ପିନ୍ଧିଥିଲେ ଏମିତି ଟି -ସାର୍ଟ, ବାନ୍ଧି ନେଲା ପୋଲିସ

author img

By

Published : Jun 21, 2020, 3:12 PM IST

ୱାସିଂଟନ୍: ଆମେରିକାରେ ଥମୁନି ଶ୍ବେତାଙ୍ଗ ପୋଲିସଙ୍କ ଅତ୍ୟାଚାର । କୃଷ୍ଣାଙ୍ଗ ଜର୍ଜ ଫ୍ଲୋଏଡଙ୍କୁ ଆଣ୍ଠୁମାଡି ହତ୍ୟା କରାଯାଇଥିବା ଘଟଣା ମନରୁ ନଲିଭୁଣୁ ପୁଣି ଦେଶରେ ଆଉ ଏକ ଘଟଣା ଘଟିଛି। ତେବେ ବାରମ୍ବାର ଏହି ଗୋରା ପୋଲିସଙ୍କ ଅତ୍ୟାଚାରକୁ ସବୁ ଆଡୁ ପ୍ରବଳ ବିରୋଧ କରାଯାଉଥିଲେ ଚେତୁନାହାଁନ୍ତି ଆମେରିକା ସରକାର।

ତେବେ ଶନିବାର ଆୟୋଜିତ ଟ୍ରମ୍ପଙ୍କ ନିର୍ବାଚନ ରାଲିରୁ ଜଣେ ମହିଳାଙ୍କୁ ପୋଲିସ ହାତକଡି ପକାଇ ଗିରଫ କରିବା ସହ ସେ ସ୍ଥାନରୁ ଉଠାଇ ନେଇଥିଲା। ଯାହା ପରିସ୍ଥିତିକୁ ଆହୁରୀ ଅଶାନ୍ତ କରିଦେଇଥିଲା। ତେବେ ମହିଳା ଜଣକ ପିନ୍ଧିଥିବା ଟି-ସାର୍ଟରେ ଲେଖାଥିଲା, ''ମୁଁ ନିଶ୍ବାସ ନେଇ ପାରୁନାହିଁ''। ଯାହା ଜର୍ଜ ଫ୍ଲୋଏଡଙ୍କ ଶେଷ ନିଶ୍ବାସ ତ୍ୟାଗ ସମୟର ଶେଷ ଦୁଇଟି ବାକ୍ୟ ସହ ସଂଯୋଗ କରୁଥିଲା।

ତୁଲସା ୱାର୍ଲ୍ଡ ଅନୁଯାୟୀ ପୋଲିସ, ଗିରଫ ମହିଳା ଜଣକ ହେଲେ ଶୀଲା ବକ୍। ଶିଲାଙ୍କ କହିବା ଅନୁସାରେ ଯେ ଟ୍ରମ୍ପଙ୍କ ଏହି ରାଲି ପାଇଁ ଟିକେଟ ଆଣିଥିଲେ। ହେଲେ ତାଙ୍କ ଏହି ଅପରାଧ ପାଇଁ ତାଙ୍କୁ ଗିରଫ କରାଯାଇଛି।

ପ୍ରକାଶ ଥାଉକି, ନ୍ୟୁୟର୍କରୁ ଦେଶର ରାଜଧାନୀ ଲସ୍ ଏଞ୍ଜେଲ୍ସ ପର୍ଯ୍ୟନ୍ତ ହଜାର ହଜାର ବିକ୍ଷୋଭକାରୀ ଗତ ମାସରେ ମିନିଆପଲିସ୍ ପୋଲିସ ଅଧିକାରୀଙ୍କ ହାତରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.