ETV Bharat / international

ଆମେରିକାରେ ପୁଣି ଗୋଟିଏ ଦିନରେ 70 ହଜାରରୁ ଊର୍ଦ୍ଧ୍ବ ପଜିଟିଭ, 859 ମୃତ

author img

By

Published : Jul 18, 2020, 11:49 AM IST

କୋରୋନା କବଳରେ ସମଗ୍ର ବିଶ୍ବ ଥିବାବେଳେ, ଏଥିରେ ବେଶି ପ୍ରଭାବିତ ହୋଇଥିବା ଦେଶ ଆମେରିକା ରହିଛି । ଯେଉଁଠି ପ୍ରତ୍ୟେକ ଦିନ 50 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ସଂଖ୍ୟା ରିପୋର୍ଟ ହେଉଛି । ଅଧିକ ପଢନ୍ତୁ...

ଆମେରିକାରେ ଗୋଟିଏ ଦିନରେ 71 ହଜାରରୁ ଉର୍ଦ୍ଧ୍ବ କୋରୋନା ପଜିଟିଭ ରିପୋର୍ଟ, 859 ମୃତ

ଓ୍ବାଶିଂଟନ: ଆମେରିକାରେ ଥମିବାର ନାଁ ନେଉନି କୋରୋନା ସଂକ୍ରମଣ ସଂଖ୍ୟା । 4 ମାସରୁ ଊର୍ଦ୍ଧ୍ବ ହୋଇଥିଲେ ମଧ୍ୟ କୌଣସି ସୁଧାର ଆସୁନି । ପୂର୍ବ ପରି ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଉ କିଛି ଦିନ ପରେ 40 ଲକ୍ଷ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା ।

ଜନ ହପକିନ୍ସ ୟୁନିଭର୍ସିଟି ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 71 ହଜାରରୁ ଉର୍ଦ୍ଧ୍ବ କୋରୋନା ପଜିଟିଭ ରିପୋର୍ଟ ହୋଇଛି । ଏଥିରେ 859 ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ ସଚେତନତା ସତ୍ତ୍ବେ ଥମୁନି ଏହି ସଂକ୍ରମଣ । ଯାହାକୁ ମିଶାଇ ଶନିବାର ସକାଳ ସୁଦ୍ଧା ଦେଶରେ 36 ଲକ୍ଷ 47 ହଜାର 237ରେ ପହଞ୍ଚିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ସେହିପରି ସଂକ୍ରମିତଙ୍କ ମଧ୍ୟରୁ 1 ଲକ୍ଷ 39 ହଜାର 255 ଜଣଙ୍କର ମୃତ୍ୟୁ ଘଟିଛି । 17 ଲକ୍ଷ 33 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ 18 ଲକ୍ଷ 90 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି ।

ସେହିପରି ନ୍ୟୁୟର୍କ ସହର କୋରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି । ଏହାପରେ ନ୍ୟଜର୍ସି, କାର୍ଲିଫର୍ଣ୍ଣିଆ, ମାସାଚୁସେଟସ ଆଦି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.