ETV Bharat / international

America Report: ISIS ସହ କାମ କରୁଛନ୍ତି ୬୬ ଭାରତୀୟ

author img

By

Published : Dec 18, 2021, 7:16 AM IST

ଆତଙ୍କବାଦୀ ସଂଗଠନ ISISକୁ ନେଇ ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ଆମେରିକା ବୈଦେଶିକ ମନ୍ତ୍ରଣାଳୟ । ଏହି ରିପୋର୍ଟ ମୁତାବକ ୬୬ ଜଣ ଭାରତୀୟ ସକ୍ରିୟ ଭାବେ ଆତଙ୍କବାଦୀ ସଂଗଠନ ISIS ସହ କାର୍ଯ୍ୟ କରୁଛନ୍ତି । ଅଧିକ ପଢ଼ନ୍ତୁ

America Report: ISIS ସହ କାମ କରୁଛନ୍ତି ୬୬ ଭାରତୀୟ
America Report: ISIS ସହ କାମ କରୁଛନ୍ତି ୬୬ ଭାରତୀୟ

ୱାଶିଂଟନ: ଆତଙ୍କବାଦୀ ସଂଗଠନ ISISକୁ ନେଇ ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ଆମେରିକା ବୈଦେଶିକ ମନ୍ତ୍ରଣାଳୟ । ଏହି ରିପୋର୍ଟ ମୁତାବକ ୬୬ ଜଣ ଭାରତୀୟ ସକ୍ରିୟ ଭାବେ ଆତଙ୍କବାଦୀ ସଂଗଠନ ISIS ସହ କାର୍ଯ୍ୟ କରୁଛନ୍ତି । ଆମେରିକା ବୈଦେଶିକ ମନ୍ତ୍ରାଳୟ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍‌ ଏହାକ ନେଇ ରିପୋର୍ଟ ଦେଇଛନ୍ତି ।

ସେପଟେ ଭାରତୀୟ ସେନାର ଆତଙ୍କବାଦୀ ବିରୋଧୀ ଅଭିଯାନକୁ ପ୍ରଶଂସା କରିଛି ଆମେରିକା । ଆତଙ୍କବାଦୀଙ୍କୁ ନିପାତ କରିବାକୁ ଆମେରିକାକୁ ଭାରତର ସହଯୋଗ ମିଳୁଥିବା ନେଇ ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟ ମୁତାବକ କୌଣସି ବାହ୍ୟ ଦେଶର ଆତଙ୍କବାଦୀ ୨୦୨୦ ନଭେମ୍ବର ମାସରୁ ଭାରତ ମଧ୍ୟକୁ ପ୍ରବେଶ କରିନାହାନ୍ତି ।

ଜାତିସଂଘ ସଂକଳ୍ପ ୨୩୦୯ ମୁତାବକ ସରକାର ନିଜ ଦେଶ ନାଗରିକଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତିବଦ୍ଧ । ବିଶେଷ କରି ଯେଉଁମାନେ ବିମାନରେ ଯାତ୍ରା କରୁଛନ୍ତି ସେମାନଙ୍କ ସୁରକ୍ଷାକୁ ନଜରରେ ରଖାଯିବ । ଏହି କ୍ଷେତ୍ରରେ ଭାରତ ସଫଳତା ପୂର୍ବକ କାର୍ଯ୍ୟ କରିଛି । ଆମେରିକାର NIA(national intelligence agency) ଭଳି ଭାରତରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ବିରୋଧି ସଂଗଠନ ମଧ୍ୟ ଦମଦାର କାର୍ଯ୍ୟ କରୁଛି । ଏହାକୁ ନେଇ ୨୦୧୭ରେ ଭାରତ ଆମେରିକା ମଧ୍ୟରେ 2+2 ମନ୍ତ୍ରୀସ୍ତରୀୟ ବୈଠକ ମଧ୍ୟ ହୋଇଥିଲା ।

ଆମେରିକା ବୈଦେଶିକ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ମୋଟ ୩୪ ମାମଲାରେ ତଦନ୍ତ କରିଛି ଭାରତ । ଏହି ମାମଲାରେ ମୋଟ ୧୬୦ଙ୍କୁ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଅଧିକାଂଶ କେରଳ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଅଭିଯୁକ୍ତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.