ETV Bharat / international

କାବୁଲ ବିମାନ ବନ୍ଦରରେ 6,000 ଲୋକେ :ଆମେରିକାର ବୈଦେଶିକ ମୁଖପାତ୍ର - ଆପଗାନିସ୍ତାନ ତାଲବାନ ବିବାଦ

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଲୋକେ ଦେଶ ଛାଡି ପଳାଉଛନ୍ତି । ବିମାନ ବନ୍ଦରରେ ଲୋକଙ୍କ ଲାଗିଛି ଅସମ୍ଭାଳ ଭିଡ । ବର୍ତ୍ତମାନ ସୁଦ୍ଧା ପ୍ରାୟ 6,000 ଲୋକେ କାବୁଲ ବିମାନ ବନ୍ଦରରେ ଫସି ରହିଛନ୍ତି । ଅଧିକ ପଢନ୍ତୁ...

6,000 ଲୋକେ କାବୁଲ ବିମାନବନ୍ଦରରେ ଅଛନ୍ତି:ଆମେରିକାର ବୈଦେଶିକ ମୁଖପାତ୍ର

author img

By

Published : Aug 20, 2021, 3:16 PM IST

ୱାଶିଂଟନ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଲୋକେ ଦେଶ ଛାଡି ପଳାଉଛନ୍ତି । ବିମାନ ବନ୍ଦରରେ ଲୋକଙ୍କ ଲାଗିଛି ଅସମ୍ଭାଳ ଭିଡ । ବର୍ତ୍ତମାନ ସୁଦ୍ଧା ପ୍ରାୟ 6,000 ଲୋକେ କାବୁଲ ବିମାନ ବନ୍ଦରରେ ଫସି ରହିଛନ୍ତି । ଯେଉଁମାନଙ୍କୁ ଆମେରିକା କାଉନସିଲର ଦଳ ଦ୍ବାରା ସ୍ଥାନାନ୍ତର ପାଇଁ ପ୍ରକ୍ରିୟାକରଣ ଆରମ୍ଭ ହୋଇଛି । ଖୁବଶୀଘ୍ର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି।

ମୁଖପାତ୍ର ନେଡ ପ୍ରାଇସ ଏକ ସାମ୍ବାଦିକ ସମ୍ବିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ କାବୁଲ ବିମାନ ବନ୍ଦର ଚାରିପାଖରେ 5,200 ଆମେରିକୀୟ ସୈନ୍ୟ ମୁତୟନ ହୋଇଛନ୍ତି । 12 C-17s ବିମାନ ଯୋଗେ ଗତ 24 ଘଣ୍ଟା ମଧ୍ୟରେ 2,000 ରୁ ଅଧିକ ଯାତ୍ରୀଙ୍କୁ ସେଠାରୁ ଉଦ୍ଧାର କରିଯାଇଥିଲା । ଅଗଷ୍ଟ 14 ଠାରୁ ଆମେରିକା ମୋଟ 7,000 ଲୋକଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଆମେରିକାର ନାଗରିକ ତଥା ଆଇନଗତ ସ୍ଥାୟୀ ବାସିନ୍ଦାଙ୍କୁ ସେଠାରୁ ଆଣିବା ପାଇଁ ବିମାନରେ ପ୍ରଥମ ସୁଯୋଗ ଦିଆଯିବ ।

ଏହି ସମୟରେ ବିମାନବନ୍ଦର କମ୍ପାଉଣ୍ଡ (କାବୁଲରେ) ଯିବାକୁ ଆମର ସମ୍ବଳ ନାହିଁ। ଏହାପୂର୍ବରୁ ଗୁରୁବାର ଦିନ ପେଣ୍ଟାଗନ୍ କହିଛି ଯେ କାବୁଲରେ ବର୍ତ୍ତମାନ ସ୍ଥଳଭାଗରେ 5,200 ରୁ ଅଧିକ ସୈନ୍ୟଙ୍କୁ ନିୟୋଜିତ କରାଯାଇଛି । ଅଗଷ୍ଟ 14 ରେ ଥଇଥାନ କାର୍ଯ୍ୟ ଆରମ୍ଭ ହେବା ପରଠାରୁ ଆମେରିକା ପ୍ରାୟ 7,000 ସମୁଦାୟ ପଳାତକଙ୍କୁ ସ୍ଥାନାନ୍ତର କରିଛି। ଆଫଗାନିସ୍ତାନରୁ ବାହାରିଥିବା ଲୋକଙ୍କ ସଂଖ୍ୟା ପାଖାପାଖି 12 ହଜାର ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.