ETV Bharat / international

ଟ୍ରମ୍ପଙ୍କ କୋରୋନା ପରିଚାଳନାରେ 60 ପ୍ରତିଶତ ଆମେରିକୀୟ ଅସନ୍ତୁଷ୍ଟ - President Donald Trump

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହି ମହାମାରୀକୁ ପରିଚାଳନା କରିବାରେ ବିଫଳ ହୋଇଥିବା ଅନେକ ଆମେରିକୀୟ ମତ ପ୍ରକାଶ କରିଛନ୍ତି । ମହାମାରୀ କୋରୋନା ନିୟନ୍ତ୍ରଣ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେଇଥିବା ପଦକ୍ଷେପରେ ଆମେରିକାର 60 ପ୍ରତିଶତ ଲୋକ ଅସନ୍ତୁଷ୍ଟ ଅଛନ୍ତି ।

ଟ୍ରମ୍ପ
ଟ୍ରମ୍ପ
author img

By

Published : Jul 18, 2020, 12:22 PM IST

ୱାଶିଂଟନ: ଆମେରିକାରେ କୋରୋନା ସଂକ୍ରମଣର ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହି ମହାମାରୀକୁ ପରିଚାଳନା କରିବାରେ ବିଫଳ ହୋଇଥିବା ଅନେକ ଆମେରିକୀୟ ମତ ପ୍ରକାଶ କରିଛନ୍ତି । ମହାମାରୀ କୋରୋନା ନିୟନ୍ତ୍ରଣ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେଇଥିବା ପଦକ୍ଷେପରେ ଆମେରିକାର 60 ପ୍ରତିଶତ ଲୋକ ଅସନ୍ତୁଷ୍ଟ ଅଛନ୍ତି । ଏନେଇ ଏକ ସର୍ଭେରେ ପ୍ରକାଶ ପାଇଛି ।

ଜୁଲାଇ 12 ରୁ 15 ମଧ୍ୟରେ ୱାଶିଂଟନ୍ ପୋଷ୍ଟ-ଏବିସି ନ୍ୟୁଜ୍ ପକ୍ଷରକୁ ଏହି ସର୍ଭେ କରାଯାଇଥିଲା । ତେବେ ଶୁକ୍ରବାର ଏହି ସର୍ଭେର ରିପୋର୍ଟ ପ୍ରକାଶ ପାଇଛି । ତେବେ ଆମେରିକାର 60 ପ୍ରତିଶତ ଲୋକ ଟ୍ରମ୍ପଙ୍କ କୋରୋନା ପରିଚାଳନାରେ ଅସନ୍ତୁଷ୍ଟ ଥିବା ଜଣାପଡିଛି । ତେବେ ଟ୍ରମ୍ପଙ୍କ କୋରୋନା ପରିଚାଳନାରେ ସନ୍ତୁଷ୍ଟ ଥିବା ଲୋକଙ୍କ ସଂଖ୍ୟା 46 ପ୍ରତିଶତରୁ 38 ପ୍ରତିଶତକୁ ଖସିଆସିଥିବା ସର୍ଭେରେ କୁହାଯାଇଛି ।

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲକଡାଉନ ନଖୋଲିବାକୁ ପରାମର୍ଶ ଦେଇଥିଲେ ସୁଦ୍ଧା ଟ୍ରମ୍ପ ପ୍ରଶାସନ ବାରମ୍ବାର ଲକଡାଉନ କୋହଳ କରିବା ନେଇ ଯୁକ୍ତି ବାଢିଥିଲେ । ତେବେ ଏହି ସର୍ଭେ ଏଭଳି ସମୟରେ ଆସିଛି ଯେତେବେଳେ ବର୍ତ୍ତମାନ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଟ୍ରମ୍ପଙ୍କ କୋରୋନା ପରିଚାଳନା ନେଇ ତାଙ୍କୁ ସମାଲୋଚନା କରୁଛନ୍ତି ।

ତେବେ ରାଷ୍ଟ୍ରପତି ଟ୍ରମ୍ପଙ୍କ କୋରୋନା ପରିଚାଳନାକୁ ଆଶା ହୀନ ବୋଲି କହିଛନ୍ତି ରିପବ୍ଲିକାନ୍‌ର ମେରିଲ୍ୟାଣ୍ଡ ରାଜ୍ୟପାଳ ଲ୍ୟାରି ହୋଗାନ୍ । ସେ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ମହାମାରୀର ଗମ୍ଭୀରତାକୁ ଅଣଦେଖା କରିଛନ୍ତି । ହ୍ୱାଇଟ ହାଉସ୍ ସର୍ବସାଧାରଣ ଚେତାବନୀ ଦେବାରେ ଏବଂ ରଣନୀତି ପ୍ରସ୍ତୁତ କରିବାରେ ବିଫଳ ହୋଇଛି । ଆମେରିକୀୟ ହସ୍ପିଟାଲକୁ ଭେଣ୍ଟିଲେଟର ପଠାଇବାରେ ମଧ୍ୟ ବିଫଳ ହୋଇଛି ଟ୍ରମ୍ପ ପ୍ରଶାସନ । ଏଥିରେ ଆହୁରି ବିଳମ୍ବ ହେଲେ ଆମେ ଅନେକ ଆମେରିକୀୟଙ୍କୁ ହରେଇଦେବୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳ ସୁଦ୍ଧା ଆମେରିକାର ମୋଟ କୋରୋନା ସଂକ୍ରମଣ ସଂଖ୍ୟା 3,641,417 କୁ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 139,175 କୁ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.