ETV Bharat / international

ଟେକ୍ସାସରେ ବରଫ ଝଡ଼; 6 ମୃତ, 130 ଯାନବାହନ ଦୁର୍ଘଟଣାଗ୍ରସ୍ତ

author img

By

Published : Feb 12, 2021, 11:16 AM IST

ଆମେରିକାର ଆନ୍ତଃରାଜ୍ୟ ଟେକ୍ସାସରେ ବରଫ ଝଡ଼ ହେତୁ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 130 ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଧିକ ପଢନ୍ତୁ...

6 killed in 130-vehicle pileup on icy Texas interstate
ଆମେରିକା ଟେକ୍ସାସ ଅଞ୍ଚଳରେ ବରଫ ଝଡ଼; 6 ମୃତ, 130 ଯାନବାହନ ଦୁର୍ଘଟଣାଗ୍ରସ୍ତ

ୱାଶିଂଟନ: ଆମେରିକାର ଆନ୍ତଃରାଜ୍ୟ ଟେକ୍ସାସ୍‌ରେ ଶୀତଦିନିଆ ଝଡ଼ ବା ବରଫ ଝଡ଼ ସହିତ ବର୍ଷା ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏଥିରେ 130ରୁ ଅଧିକ ଯାନବାହନ ଏକକାଳୀନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପ୍ରାୟ 6 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି ।

ଡାଉନ୍ ଟାଉନ୍ ଫୋର୍ଟ ୱର୍ଥ ଅଞ୍ଚଳ ନିକଟସ୍ଥ ଆନ୍ତଃରାଜ୍ୟ-35ରେ ହୋଇଥିବା ଏହି ଦୁର୍ଘଟଣା ସ୍ଥଳରେ ସେମିଟ୍ରେଲର୍ସ, କାର ଏବଂ ଟ୍ରକ୍ ପରସ୍ପରକୁ ଧକ୍କା ଦେଇଥିଲେ ଏବଂ କିଛି ଗାଡି ପରସ୍ପର ଉପରେ ଚଢି ଯାଇ ଯାନବାହନ ପର୍ବତ ଭଳି ରହିଥିବା ଦେଖିବାକୁ ମିଳିଛି । ଏହି ଗାଡ଼ିଗୁଡ଼ିକର ଦୁର୍ଘଟଣା ହୋଇଥିବା ବେଳେ ସେଥିରେ ଥିବା ଯାତ୍ରୀ ଓ ଚାଳକ ମଧ୍ୟ ଫସି ରହିଥିଲେ । ତେବେ ସେମାନଙ୍କୁ 'ହାଇଡ୍ରୋଲିକ୍ ଉଦ୍ଧାର ଉପକରଣ'କୁ ବ୍ୟବହାର କରି ଉଦ୍ଧାର କରାଯାଇଥିଲା ବୋଲି ଫୋର୍ଟ ୱର୍ଥର ଅଗ୍ନିଶମ ବାହିନୀ ମୁ୍ଖ୍ୟ ଜିମ ଡେଭିସ କହିଛନ୍ତି ।

ଏହି ଦୁର୍ଘଟଣାରେ ପ୍ରାୟ 65 ଜଣ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ପ୍ରାୟ 36 ଜଣଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣା ସକାଳ 6ଟାରେ ଘଟିଥିବା ଜଣାପଡିଛି । ତେବେ ହସ୍ପିଟାଲ ଓ ଜରୁରୀକାଳୀନ କର୍ମଚାରୀ କାର୍ଯ୍ୟାଳୟରୁ ଫେରୁଥିବା ଓ ଯିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାଗସ୍ତ ଲୋକଙ୍କ ମଧ୍ୟରେ ପୋଲିସ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ ରହିଥିବା ସୂଚନା ମିଳିଛି ।

ବରଫ ଝଡ଼ ଏକ ପୋଲାର ଭର୍ଟେକ୍ସ (ପୋଲାର ଭର୍ଟେକ୍ସ ହେଉଛି ପୃଥିବୀର ଉଭୟ ପୋଲକୁ ଘେରି ରହିଥିବା ନିମ୍ନ ଚାପ ଏବଂ ଥଣ୍ଡା ପବନର ଏକ ବଡ଼ କ୍ଷେତ୍ର) ଭାବରେ ଆସିଥିଲା । ତେବେ ଏହା ସାଧାରଣତଃ ପୃଥିବୀର ପୋଲ ଉପରେ ବସିଥିବା ଘୂର୍ଣ୍ଣିବଳୟ ଆମେରିକା-କାନାଡା ସୀମା ନିକଟରେ ଗତି କରିଛି, ଯାହାଫଳରେ ପୂର୍ବ ଅପେକ୍ଷା ଦକ୍ଷିଣରେ ଅଧିକ ଥଣ୍ଡା ପାଗ ସୃଷ୍ଟି ହୋଇଛି ବୋଲି ନେସନାଲ ୱେଦର ସର୍ଭିସ ଷ୍ଟର୍ମ ପ୍ରେଡିକ୍ସନ ସେଣ୍ଟରର ପାଣିପାଗ ବିଶେଷଜ୍ଞ ଷ୍ଟିଭ୍ ଗୋସ୍ କହିଛନ୍ତି ।

ଟେନେସୀ ଅଞ୍ଚଳରେ ପ୍ରାୟ 30ଟି ଟ୍ରାଫିକ ଦୁର୍ଘଟଣା ଘଟିଥିବା ବେଳେ ପାଣିପାଗ ଯୋଗୁଁ ମେମ୍ଫିସ ଅନ୍ତର୍ଜାତୀୟ ବିମାନବନ୍ଦରରେ କିଛି ବିମାନକୁ ବିଳମ୍ବ କରାଯାଇଛି । କେଣ୍ଟୁକିରେ ରାଜ୍ୟପାଳ ଆର୍ଥିକ ସହାୟତା ଏବଂ ଏଜେନ୍ସିଗୁଡ଼ିକୁ ସମନ୍ବୟ ରକ୍ଷା କରିବା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଏବଂ ଦକ୍ଷିଣ ଇଣ୍ଡିଆନାରେ ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.