ETV Bharat / international

ଶକ୍ତିଶାଳୀ ଭୂକମ୍ପରେ ଥରିଲା ପେରୁ

ଲାଟିନ ଆମେରିକୀୟ ଦେଶ ପେରୁର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନୁଭୂତ ହୋଇଯାଇଛି ଏକ ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.8 ରହିଛି।

author img

By

Published : May 9, 2019, 10:47 AM IST

Updated : May 9, 2019, 11:38 AM IST

ପ୍ରତୀକାତ୍ମକ ଫଟୋ

ଲିମା: ଶକ୍ତିଶାଳୀ ଭୂକମ୍ପରେ ଥରିଛି ଲାଟିନ ଆମେରିକୀୟ ଦେଶ ପେରୁ । ବୁଧବାର ଦେଶରେ ଉପକୂଳବର୍ତ୍ତୀ ଅଞ୍ଚଳରେ 5.8 ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଅନୁଭୂତ ହୋଇଛି । ପେରୁରେ ଅନୁଭୂତ ହୋଇଥିବା ଭୂକମ୍ପ ସମ୍ପର୍କରେ ସ୍ପଷ୍ଟ କରିଛି ଆମେରିକୀୟ ଭୂତତ୍ତ୍ବ ସର୍ବେକ୍ଷଣ । ଭୂକମ୍ପର କେନ୍ଦ୍ରସ୍ଥଳ ଦେଶରେ ଦକ୍ଷିଣ ଭାଗରେ 69 କିମି ଦୂରରେ ଅବସ୍ଥିତ ଥିବା ମିନାସ ଡି ମାର୍କୋନା ନାମକ ସ୍ଥାନରେ ରହିଛି ।

ଭୂକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଏ ପର୍ଯ୍ୟନ୍ତ କିଛି ଜଣା ପଡିନାହିଁ । ଅନ୍ୟପଟେ ଏହା ପ୍ରଭାବରେ ହେବାକୁ ଥିବା ସାମ୍ଭାବ୍ୟ ସୁନାମୀ ସମ୍ପର୍କରେ କିଛି ଜଣା ପଡିନାହିଁ । ପେରୁର ଭୌଗୋଳିକ ଅବସ୍ଥିତି ପ୍ରଶାନ୍ତ ମହାସାଗରର ଜ୍ବାଳାମୁଖୀ ଅଞ୍ଚଳରେ ମଧ୍ୟରେ ଅବସ୍ଥିତ । ଯେଉଁଥିପାଇଁ ଏଠାରେ ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ଅନୁଭୂତ ହୋଇଥାଏ ।

ଅନ୍ୟପଟେ ଗତ ସୋମବାର ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ପପୁଆ ନ୍ୟୁ ଗିନରେ 7.2 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା । ଏହା ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଖବର ମିଳିନାହିଁ । ଭୂକମ୍ପର କେନ୍ଦ୍ରସ୍ଥଳ ଏଠାକାର ବୁଲୋଲୋ ନାମକ ସ୍ଥାନରେ ଥିଲା ବୋଲି ଜଣାଇଛି ଆମେରିକୀୟ ଭୂତତ୍ତ୍ବ ସର୍ବେକ୍ଷଣ। ସେହି ସମାନ ଦିନରେ ଦେଶର ପଶ୍ଚିମ ଭାଗରେ ଅବସ୍ଥିତ ପାନଗୁନା ନାମକ ଅନ୍ୟ ଏକ ସ୍ଥାନରେ 5.5 ତୀବ୍ରତା ବିଶିଷ୍ଟ ଅନ୍ୟ ଏକ ଭୂକମ୍ପର ଝଟକା ଅନୁଭୂତ ହୋଇଛି।

05.05.2019
Radhakanta Mohanty,Kendrapada(Exclusive)
Slug-od_kpr_foni effect update_script_7204459
Anchor-ଚାଲିଯାଇଛି ମହାବାତ୍ୟା ଫୋନି।ଯିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଛାଡ଼ିଦେଇଯାଇଛି ଅନେକ ଅକୁହା ଯନ୍ତ୍ରଣା।୧୯୯୯ ମହାବାତ୍ୟା ପରେ ଅଣ୍ଟାସଳଖି ଛିଡା ହେଉଥିବା କେନ୍ଦ୍ରାପଡ଼ା ଜିଲ୍ଲା ଆଜି ପୁଣି ଫେରିଯାଇଛି ତାର ପୁର୍ବ ଅବସ୍ଥାକୁ।
VO1-ଗତକାଲି ଜିଲ୍ଲାର ରାଜନଗର ବ୍ଲକରେ ଫୋନିର ଯନ୍ତ୍ରଣା ଆମେ ଦେଖାଇଥିଲୁ।ଫୋନିର ତାଣ୍ଡବରେ କେବଳ ଉପାନ୍ତ ରାଜନଗର ବ୍ଲକ ନୁହେଁ,ଏହାର ପ୍ରଭାବ ଅନୁଭୂତ ହୋଇଛି ଜିଲ୍ଲାର ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟି ଅଞ୍ଚଳରେ।ଜିଲ୍ଳାର ଡେରାବିଶ୍ ବ୍ଲକ ଅଞ୍ଚଳରେ ଫୋନି ବ୍ୟାପକ କ୍ଷୟକ୍ଷତି କରିଛି ।ଏହି ବ୍ଲକ ଅନ୍ତର୍ଗତ ବେଣୀପୁର ପଞ୍ଚାୟତର ରାଇତୁଣ୍ଡି ଗାଁର ଚିତ୍ରସେନ ଦଳାଇଙ୍କ ଏକମାତ୍ର ରୋଜଗାରର ଉତ୍ସ ତେଜରାତି ଓ ପାନ ଦୋକାନ ଚାଲୁଥିବା କ୍ୟାବିନଟିକୁ ଫୋନି ମହାବାତ୍ୟା ଉଡାଇ ନେଇଛି।ପୁର୍ବରୁ ଅନ୍ୟର ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଚିତ୍ରସେନ କିଛିବର୍ଷ ପୁର୍ବରୁ ଅସୁସ୍ଥ ହୋଇ ଅପରେସନ ହୋଇଥିବାରୁ ଚାଷ କାର୍ଯ୍ୟ ତାଙ୍କ ଦ୍ୱାରା ସମ୍ଭବ ହୋଇନଥିଲା।ତେଣୁ ଏହି ଦୋକାନଟିକୁ ରୋଜଗାରର ଏକମାତ୍ର ଉତ୍ସ ଭାବରେ ବାଛି ପାଞ୍ଚ ପ୍ରାଣୀ କୁଟୁମ୍ବ ଚାଲିଯାଉଥିଲେ।କିନ୍ତୁ ପ୍ରଳୟଙ୍କାରୀ ଫୋନି ଧୋଇନେଇଥିଲା ରୋଜଗାରର ଏକମାତ୍ର ଉତ୍ସକୁ।ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ଚିତ୍ରସେନ।
ବାଇଟ୧-ଚିତ୍ରସେନ ଦଳାଇ(ଦୋକାନ ଭାଙ୍ଗିଯାଇଥିବା ବ୍ୟକ୍ତି)
VO2-ସେହିପରି ଏହି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ମଙ୍ଗଳପୁର ଦଳିତ ସାହି ଫୋନି ମହାବାତ୍ୟାର ଆଁରେ ପୂର୍ଣ୍ଣ ରୂପେ ଧ୍ବଂସବିଧ୍ଵଂସ ହୋଇଯାଇଥିବା ବେଳେ ଗାଁର ଟୁକୁନା ମଲ୍ଲିକଙ୍କ ଘର ହୋଇଛି ଅଧିକ ପ୍ରଭାବିତ।ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଖଣ୍ଡିଏ ନଥିବାରୁ ଛଣଛପର ଘରେ ମୁଣ୍ଡ ଗୁଞ୍ଜିଥିଲେ ଟୁକୁନାଙ୍କ ସମେତ ତାଙ୍କ ଆଠ ପ୍ରାଣୀ କୁଟୁମ୍ବ ବିଶିଷ୍ଟ ପରିବାର।ଗତ ଶୁକ୍ରବାର ଦିନ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳରେ ଏମାନେ ଆଶ୍ରୟ ନେଇଥିଲେ ଆଜି ଫେରିଛନ୍ତି ନିଜ ଘରକୁ।କିନ୍ତୁ ଫୋନିର କୋପରେ ଉପରର ଛପର ଉଡିଯାଇଛି ଓ କାଂଥ ଭାଙ୍ଗି ଯାଇଛି।ଦିନରେ ସୂର୍ଯ୍ୟ ଓ ରାତିରେ ଜହ୍ନ ଦେଖିବା ସାର ହୋଇଛି ଏହି ପରିବାର କ୍ଷେତ୍ରରେ।ଗତ ଲଗାଣ ବର୍ଷାରେ ଏହି ପରିବାରର ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏମାନଙ୍କୁ ସରକାରୀ ସାହାଯ୍ୟ ସାତସପନ ପାଲଟିଥିଲା।ପେଶାରେ ଦିନମଜୁରିଆ ଟୁକୁନା ଦିନେ କାମକୁ ଗଲେ ପରିବାର ଚଳାଇଥାନ୍ତି।ତେବେ ଫୋନି ପରେ କାମ ମିଳୁନଥିବାରୁ ଉପବାସ ରହିବା ଯେମିତି ଏହି ପରିବାର ପାଇଁ ଫୋନିର ବଡ଼ ଅଭିଶାପ।ସରକାରଙ୍କ ରିଲିଫ ସାମଗ୍ରୀ ଏମାନଙ୍କ ପାଖରେ ପହଞ୍ଚି ନଥିବା ବେଳେ ଭୋକ ଦାଉରୁ ରକ୍ଷା ପାଇବା ପାଇଁ ଫୋନି ଝଡରେ ଝଡିପଡିଥିବା ଆମ୍ବ ହିଁ ପାଲଟିଛି ଏମାନଙ୍କ ପାଇଁ ଖାଦ୍ୟ।
ବାଇଟ୨-ଟୁକୁନା ମଲ୍ଲିକ(ମଙ୍ଗଳପୁର ବାସିନ୍ଦା)
ବାଇଟ୩-ବିଦୁ ମଲ୍ଲିକ(ଟୁକୁନାଙ୍କ ମା)
VO3-ସରକାରଙ୍କ ଯୋଜନା କେବଳ କାଗଜ କଲମରେ ସୀମିତ ଥିବା ଏହି ଦୁଇ ପରିବାରର ଦୃଶ୍ୟରୁ ସ୍ପଷ୍ଟ ପ୍ରମାଣିତ।
ବାଇଟ୪-ସଂଗୀତା ମଲ୍ଲିକ(ମଙ୍ଗଳପୁର ବାସିନ୍ଦା)
            ପିଟିସି
Last Updated : May 9, 2019, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.