ETV Bharat / international

ଆମେରିକାରେ ହ୍ରାସ ପାଉଛି ମୃତ୍ୟୁ ସଂଖ୍ୟା, 24 ଘଣ୍ଟାରେ 26077 ପଜିଟିଭ ରିପୋର୍ଟ

author img

By

Published : Jun 22, 2020, 11:37 AM IST

ୟୁଏସଏରେ 86 ଦିନ ପରେ ସବୁଠୁ କମ ମୃତ୍ୟୁ ସଂଖ୍ୟା ରେକର୍ଡ ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ 22 ଲକ୍ଷ 79 ହଜାର 879ଲୋକ ସଂକ୍ରମିତ । ଅଧିକ ପଢନ୍ତୁ...

ଆମେରିକାରେ ହ୍ରାସ ପାଉଛି ମୃତ୍ୟୁ ସଂଖ୍ୟା, 24 ଘଣ୍ଟାରେ 26,077 ପଜିଟିଭ ରିପୋର୍ଟ

ୱାଶିଂଟନ: କୋରୋନା କବଜାରେ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା । ଦେଶରେ ଭୟଙ୍କର ରୂପ ନେଇଛି କୋରୋନା ମହାମାରୀ । ପୂର୍ବ ଅପେକ୍ଷା ମୃତ୍ୟୁ ସଂଖ୍ୟା ଅହେତୁକ ଭାବେ କମ ଥିବାବେଳେ, ସଂକ୍ରମଣ ସଂଖ୍ୟା କିନ୍ତୁ ପୂର୍ବପରି ରହିଛି ଜନ ହପକିନ୍ସ ଅନୁଯାୟୀ, ଗତ 24 ଘଣ୍ଟାରେ 26 ହଜାର 77ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏଥିରେ 267 ଜଣଙ୍କର ମୃତ୍ୟୁ ହୋଇଛି ।

ସୋମବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ଭାଇରସ ସଂକ୍ରମଣ ସଂଖ୍ୟା 22 ଲକ୍ଷ 79 ହଜାର 879କୁ ବୃଦ୍ଧି ପାଇଛି । ସମୁଦାୟ 1 ଲକ୍ଷ 19 ହଜାର 969 ଜଣଙ୍କର ମୃତ୍ୟୁ ହୋଇଛି । ତେବେ 9 ଲକ୍ଷ 79 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ 12 ଲକ୍ଷ 54 ହଜାର ଲୋକ ଚିକିତ୍ସିତ ଅଛନ୍ତି

ସେହପରି ନ୍ୟୁୟର୍କ ସହରରେ ସର୍ବାଧିକ 4 ଲକ୍ଷ 11 ହଜାର 264ଟି ପଜିଟିଭ ମାମଲା ରହିଛି।ସହରରେ 31 ହଜାର 125 ଲୋକଙ୍କର ମୃତ୍ୟୁ ହୋଇଛି । 69 ହଜାର 506 ଜଣ ସୁସ୍ଥ ହୋଇଛନ୍ତି । ଏହା ପରେ, କାଲିଫର୍ଣ୍ଣିଆରେ 1 ଲକ୍ଷ 78 ହଜାର 567 କୋରୋନା ସଂକ୍ରମିତଙ୍କ ମଧ୍ୟରୁ 5 ହଜାର 515 ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ନ୍ୟୁ ଜର୍ସି, ଇଲିନୋଇସ, ଫ୍ଲୋରିଡା ପରି ସହର ମଧ୍ୟ ଅଧିକ ପ୍ରଭାବିତ ହୋଇଛନ୍ତି।

ତେବେ ଆମେରିକାରେ 86 ଦିନରେ ଏତେ କମ ମୃତ୍ୟୁ ସଂଖ୍ୟା ରେକର୍ଡ ହୋଇଛି । ଶେଷ ଥର ପାଇଁ ମାର୍ଚ୍ଚ 24ରେ 268 ସର୍ବନିମ୍ନ ମୃତ୍ୟୁ ରେକର୍ଡ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.