ETV Bharat / international

ଆମେରିକାରେ ପ୍ରଥମ: 2 ପୋଷା ବିଲେଇ କୋରୋନା ସଂକ୍ରମିତ

author img

By

Published : Apr 23, 2020, 11:56 PM IST

ଆମେରିକାରେ ପ୍ରଥମ ଥର ପାଇଁ ମଣିଷ ପରେ ପଶୁ ଦେହରେ କୋରୋନା ଭୂତାଣୁ ଦେଖିବାକୁ ମିଳିଛି । 2 ଜଣ ପୋଷା ବିଲେଇଙ୍କଠାରେ କୋରୋନା ପଜିଟିଭ ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ...

ଆମେରିକାରେ ପ୍ରଥମ: 2 ପୋଷା ବିଲେଇ କୋରୋନା ସଂକ୍ରମିତ
ଆମେରିକାରେ ପ୍ରଥମ: 2 ପୋଷା ବିଲେଇ କୋରୋନା ସଂକ୍ରମିତ

ନ୍ୟୁୟର୍କ: ଆମେରିକାରେ ପ୍ରଥମ ଥର ପାଇଁ ମଣିଷ ପରେ ପଶୁ ଦେହରେ କୋରୋନା ଭୂତାଣୁ ଦେଖିବାକୁ ମିଳିଛି । 2 ଜଣ ପୋଷା ବିଲେଇଙ୍କଠାରେ କୋରୋନା ପଜିଟିଭ ସ୍ପଷ୍ଟ ହୋଇଛି । ଏପରି ଘଟଣା ଦେଶରେ ପ୍ରଥମ ବୋଲି କୃଷି ବିଭାଗ ସୂଚନା ଦେଇଛି ।

ରିପୋର୍ଟ ଅନୁସାରେ ଏହି 2ଟି ପୋଷା ବିଲେଇ ନିଜ ମାଲିକ ଅଥବା ପାଖ ପଡୋଶୀଠାରୁ ଏଥିରେ ଆକ୍ରାନ୍ତ ହୋଇଥିବାର ସନ୍ଦେହ କରାଯାଉଛି । ହେଲେ ଏହା ଉପରେ ଅଧିକ ରିସର୍ଚ୍ଚ ଚାଲିଛି ଏବଂ ଏହା ସ୍ପଷ୍ଟ ହୋଇନାହିଁ ଯେ ମଣିଷଠାରୁ ବିଲେଇଙ୍କୁ ଏହା ବ୍ୟାପିଛି । ତେବେ ଏମାନଙ୍କର ପ୍ରକୃତ ଠିକଣା କହିନାହାନ୍ତି ସରକାର । ସେହିପରି 2ଟି ବିଲେଇଙ୍କଠାରେ କୋରୋନା ସହ ଅନ୍ୟାନ୍ୟ ରୋଗର ଲକ୍ଷଣ ଦେଖାଯାଇଛି ।

ତେବେ ପ୍ରଥମ ବିଲେଇର ମାଲିକ କୌଣସି ରୋଗରେ ଆକ୍ରାନ୍ତ ହୋଇନାହାନ୍ତି । ତେଣୁ ଏହାର କୋଭିଡ 19 ସଂକ୍ରମଣ ଉପରେ ଡାକ୍ତରୀ ଟିମ ରିସର୍ଚ୍ଚ ଚଲାଇଛି । ହେଲେ ଦ୍ବିତୀୟ ବିଲେଇର ମାଲିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆମେରିକାରେ ପୂର୍ବରୁ ବାଘ ଓ ଅନ୍ୟାନ୍ୟ ପଶୁ ଦେହରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ହେଲେ ବିଲେଇ ଦେହରେ ଏହା ପ୍ରଥମ ବୋଲି ପ୍ରଶାସନ ସୂଚନା ଦେଇଛି । ତେବେ ଏହାକୁ ନେଇ କୌଣସି ଲୋକ ଭୟଭୀତ ହେବାର କାରଣ ନାହିଁ । ଏପର୍ଯ୍ୟନ୍ତ ବିଲେଇ ଦେହରୁ କୋଭିଡ 19 ବ୍ୟାପିବାର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି ଡାକ୍ତରୀ ଟିମ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.