ETV Bharat / international

Russia-Ukraine War: 137ଜଣଙ୍କୁ ହରାଇଲା ୟୁକ୍ରେନ, 300ରୁ ଊର୍ଦ୍ଧ୍ବ ଆହତ - ୟୁକ୍ରେନକୁ ଋଷର ଆକ୍ରମଣ

ୟୁକ୍ରେନ ଉପରେ ଋଷର ଆକ୍ରମଣରେ 137 ଯବାନ ଓ ସାଧାରଣ ନାଗରିକଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

Ukraine civilians and soldiers killed after russia attack
Russia attack Ukraine: ଋଷର ଆକ୍ରମଣରେ 137 ସେନାବାହିନୀ ଓ ସାଧାରଣ ନାଗରିକଙ୍କ ମୃତ୍ୟୁ
author img

By

Published : Feb 25, 2022, 9:25 AM IST

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ସାରା ବିଶ୍ବକୁ ଦୋହଲାଇ ଦେଇଛି। ଋଷ ଆକ୍ରମଣରେ ଏଯାଏଁ 137 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 316 ଆହତ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଋଷର ଆକ୍ରମଣରେ ଆମେ 137 ଜଣଙ୍କୁ ହରେଇଛୁ ଏବଂ ଏହି ଆକ୍ରମଣରେ 316 ଜଣ ଆହତ ହୋଇଛନ୍ତି ।

ଋଷ କ୍ଷେପଣାସ୍ତ୍ର ବଳରେ ୟୁକ୍ରେନର ୭୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧ୍ବସଂ କରିଦେଇଛି । ଏହି ମହାଯୁଦ୍ଧକୁ ଏଡାଇବାକୁ ତଥା ଋଷକୁ ସାମରିକ କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ବିଶ୍ବ ନେତା । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷର ଆକ୍ରମଣ ନେଇ ବୈଠକ କରିଛନ୍ତି । ଋଷ ବିରୋଧରେ କଟକଣା ଲାଗୁ କରିବା ପାଇଁ ବାଇଡେନ ଜି-୭ ରାଷ୍ଟ୍ରଙ୍କ ସହ ଆଲୋଚନା କରିଛନ୍ତି ।

ଏହି ବୈଠକରେ ବାଇଡେନ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ବର୍ଷିଥିବା ଜଣାପଡ଼ିଛି । ପୁଟିନ ଅନ୍ତର୍ଜାତୀୟ ନିୟମର ଖୋଲା ଉଲ୍ଲଘଂନ କରିଛନ୍ତି । ଏବଂ ଋଷ ଉପରେ ଅଧିକ ଆର୍ଥିକ ପ୍ରତିବନ୍ଧକ ଲଗାଇବା ନେଇ ଖୋଲା ଚେତାବନୀ ମଧ୍ୟ ଦେଇଛନ୍ତି । ଅନ୍ୟପଟେ ଆଜି NATO ସଦସ୍ୟ ଦେଶଙ୍କ ବୈଠକ ବସିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.