ଉଗାଡୋଗୁ: ପଶ୍ଚିମ ଆଫ୍ରିକାରେ ଏକାସହ 24 ଜଣଙ୍କୁ ଗୁଳିକରି ହତ୍ୟା । ବୁରିକାନା ଫୋସୋ ଚର୍ଚ୍ଚରେ ଘଟିଛି ଏହି ଘଟଣା । ଏହାସହ ବନ୍ଧୁକଧାରୀ ଘଟଣାସ୍ଥଳରୁ 3 ଜଣଙ୍କୁ ଅପହରଣ କରି ନେଇଛନ୍ତି ।
ସୂଚନା ଅନୁସାରେ ପ୍ୟାନ୍ସି ଟାଉନ ଅଧିନସ୍ଥ ୟାଘା ଅଞ୍ଚଳରେ ଏଭଳି ହୃଦୟ ବିଦାରକ ଘୟଣା ଘଟିଛି। ପ୍ରାୟ 20 ଜଣ ଦୁର୍ବୃତ୍ତ ବନ୍ଧୁକଧରି ଚର୍ଚ୍ଚ ଉପରେ ଆକ୍ରମଣ କରିଥିଲେ । ଫଳରେ 24 ଜଣଙ୍କର ମୃତ୍ୟୁ ଘଟିବା ସହ 10 ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଘଟଣାସ୍ଥଳରୁ 180 କିଲୋମିଟର ଦୂର ଡୋରୀ ଟାଉନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗୁରୁତରଙ୍କୁ ଭେଟିଛନ୍ତି ବୋଣ୍ଡର କମ୍ୟୁନର ମେୟର ସିହାନରୀ ଓସାଙ୍ଗୋଲା ବ୍ରିଗେଡି । ଏମାନଙ୍କ ଅବସ୍ଥା ଦେଖି ଦୁଖଃ ପ୍ରକାଶ କରିଛନ୍ତି ମେୟର । ଏହି ଘଟଣା ଉଭୟ ଖ୍ରୀଷ୍ଟିୟାନ ଏବଂ ମୁସଲିମ ସଂପ୍ରଦାୟର ଲୋକଙ୍କର ମୃତ୍ୟୁ ଘଟିଛି । ଗତବର୍ଷ ବୁରିକାନା ଫୋସୋରେ ପ୍ରାୟ 1300 ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ ଗନମ୍ୟାନ ।
@ANI