ETV Bharat / international

ଆମେରିକା-କେନିଆ ସଂଯୁକ୍ତ ବେସରେ ଆତଙ୍କବାଦୀ ଆକ୍ରମଣ

author img

By

Published : Jan 5, 2020, 2:32 PM IST

କେନିଆ ସ୍ଥିତ ଆମେରିକା ଏବଂ କେନିଆ ସଂଯୁକ୍ତ ସେନା ବେସରେ ଆତଙ୍କବାଦୀ  ଆକ୍ରମଣ ହୋଇଛି । ଏହି ଆକ୍ରମଣ ପାଇଁ ଇରାନ ସମର୍ଥିତ ସଂଗଠନ  ଅଲ ଶବାବ ନିଜକୁ ଦାୟୀ କରିଛି ।

terror-attack-at-a-joint-military-base-of-us-and-kenya
ଫାଇଲ ଫଟୋ

ନୈରବୀ: ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ବଢୁଥିବା ବେଳେ ପୂର୍ବ ଆଫ୍ରିକାର ଦେଶ କେନିଆରୁ ବଡ ଖବର ଆସିଛି । କେନିଆସ୍ଥିତ ଆମେରିକା ଏବଂ କେନିଆର ସଂଯୁକ୍ତ ସେନା ବେସରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବିସ୍ଫୋରକ ଭରା କାର ସାହାଯ୍ୟରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ସେପଟେ ବିସ୍ଫୋରଣ ପରେ ସେନା ବେସରେ ଗୁଳି ବିନିମୟ ଜାରି ରହିଛି । ତେବେ ଏହି ଆକ୍ରମଣ ପାଇଁ ଇରାନ ସମର୍ଥିତ ସଂଗଠନ ଅଲ ଶବାବ ନିଜକୁ ଦାୟୀ କରିଛି ।

ଆକ୍ରମଣର କ୍ଷୟକ୍ଷତି ଏବଂ ମୃତାହତ ସମ୍ପର୍କରେ ଏବେ ସୁଦ୍ଧା କୌଣସି ସୂଚନା ମିଳିନାହିଁ । ଅଲ ଶବାବ ଅଲ କାଏଦା ଆତଙ୍କବାଦୀ ସଂଗଠନ ସହ ଜଡିତ ରହିଛି । ଶବାବ କେନିଆର ନିକଟବର୍ତ୍ତୀ ଦେଶ ସୋମାଲିଆରେ ସକ୍ରିୟ ରହିଛି । ତେବେ 22 ବର୍ଷ ପରେ ଆଫ୍ରିକା ଭିତରେ ଆମେରିକା ସଂସ୍ଥା ଉପରେ ଏପରି ଆକ୍ରମଣ ହୋଇଛି । ଏହା ପୂର୍ବରୁ 1998ରେ ନୈରବୀରେ ଆମେରିକୀୟ ଦୂତାବାସ ଉପରେ ବୋମା ବିସ୍ଫୋରଣ ହୋଇଥିଲା ।

Intro:Body:

Blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.