ଡୋଡମା: ସାରା ବିଶ୍ବରୋ କୋରୋନା ପ୍ରକୋପ ଜାରି ରହିଛି । ଏପରିସ୍ଥଳେ ଦିନକୁ ଦିନ କୋରୋନା ସଂକ୍ରମଣକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କୋରୋନା ସଂକ୍ରମଣ ବିଲେଇ, ବାଘଙ୍କୁ ହୋଇଥିବା ଖବର ଆସିଥିଲା କିଛି ଦିନ ପୂର୍ବେ । ହେଲେ ବର୍ତ୍ତମାନ ଏକ ଦେଶରେ ଛେଳି, ଫଳ ସବୁ କୋରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାରୁ ଆସିଛି । ତାଞ୍ଜାନିଆରେ ଏଭଳି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଖବର ଏବେ ଚର୍ଚ୍ଚା ପାଲଟିଛି ।
ତାଞ୍ଜାନିଆରେ ଛେଳି ଏବଂ ଏକ ସ୍ବତନ୍ତ୍ର ଧରଣର ଫଳ କୋରୋନା ପଜିଟିଭ୍ ହୋଇଛି | ଏହା ପରେ ରାଷ୍ଟ୍ରପତି ଜମ ମାଗୁଫଲ୍ଲୀ ଟେଷ୍ଟ କିଟ୍ ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଟେଷ୍ଟ କିଟ୍ ରେ ତ୍ରୁଟି କାରଣରୁ ଏପରି ଫଳାଫଳ ଆସିଛି ।
ସୂଚନା ଯେ, କୋରୋନା ଭାଇରସ ମାମଲା ତାଞ୍ଜାନିଆରେ କମ୍ ନୁହେଁ ଏବଂ କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଜନ୍ ମାଗୁଫୁଲି ସମଗ୍ର ବିଶ୍ବରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଲୁଚାଇବା ଖବର ଆସିବା ପରେ ସମାଲୋଚନାର ଶିକାର ହୋଇଥିଲେ ।
ତେବେ ଛେଳି ଏବଂ ଫଳର କୋରୋନା ପଜିଟିଭ୍ ମିଳିବା ପରେ ସେ କହିଛନ୍ତି ଯେ ବିଦେଶରୁ ଆସିଥିବା ଟେଷ୍ଟ କିଟ୍ ଠିକ୍ ନୁହେଁ। ଏହା କିପରି ସମ୍ଭବ ଯେ ଛେଳି ଏବଂ ଫଳ କୋରୋନା ପଜିଟିଭ୍ ହେବ | ଏହି ପରୀକ୍ଷା କିଟ୍ ଯାଞ୍ଚ କରିବାକୁ ସେ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି।
ବାସ୍ତବରେ ତାଞ୍ଜାନିଆରେ ଛେଳି, ଫଳ ଏବଂ ମେଣ୍ଢାଙ୍କ ନମୁନା ନିଆଯାଇଥିଲା | ଯାଞ୍ଚ ପାଇଁ ନମୁନାକୁ ତାଞ୍ଜାନିଆର ଲାବୋରେଟୋରୀକୁ ପଠାଯାଇଥିଲା ଯେଉଁଥିରେ ଛେଳି ଏବଂ ଫଳ କୋରୋନା ସଂକ୍ରମିଥ ଥିବା ପରୀକ୍ଷା ରିପୋର୍ଟ ଆସିଥିଲ ।