ଜାପାନ: ଆଜିକାଲି ଯୁବପିଢୀଙ୍କ ପାଇଁ ଆସୁଛି ବିଭିନ୍ନ ପ୍ରକାର ଡେଟିଙ୍ଗ୍ ଆପ । ଏହି ଡେଟିଙ୍ଗ୍ ଆପ୍ ସାହାଯ୍ୟରେ ନିଜ ମନର ମଣିଷକୁ ଖୋଜି ପାଇବାରେ ସଫଳ ହେଉଛନ୍ତି ଏମାନେ । ମାତ୍ର ଏକ ଏମିତି ସ୍ଥାନ ରହିଛି ଯେଉଁଠାରେ ଡିଏନଏ ମ୍ୟାଚ ଦ୍ବାର ଖୋଜାଯାଉଛି ପାର୍ଟନର । ତେବେ କେଉଁଠି ରହିଛି ଏହି ସ୍ଥାନ ଜାଣିବା ପାଇଁ ପଢନ୍ତୁ...
ଜାପାନରେ ଡିଏନଏ ମ୍ୟାଚିଙ୍ଗ ଦ୍ବାରା ପାର୍ଟନର ଖୋଜା ଯାଉଛି । ଆଉ ଏହାକୁ ସ୍ପିଡ୍ ଡେଟିଙ୍ଗର ନାମ ଦିଆଯାଇଛି । ଗବେଷକଙ୍କ କହିବା ଅନୁସାରେ, ଜିନ୍ ଯେତେ ଭିନ୍ନ ହେବ ପାର୍ଟନରଙ୍କ ପ୍ରତି ଆର୍କଷିତ ହେବାର ସମ୍ଭାବନା ସେତେ ଅଧିକ ହେବ ।
ଦୀର୍ଘ 35 ବର୍ଷ ଧରି ଏହି ମ୍ୟାଚ ମେକିଙ୍ଗ୍ କରାଉଥିବା କମ୍ପାନୀ Nozze ଏହି ପ୍ରୋଗ୍ରାମ ଜାନୁୟାରୀରେ ଆରମ୍ଭ କରିଥିଲା । ଏହି କମ୍ପାନୀ ୟୁର୍ଜସଙ୍କଠାରୁ ଡିଏନଏ ସାମ୍ପୁଲ ନେଇଥାଏ ଏବଂ ରିପୋର୍ଟ ଆଧାରରେ ଏହାକୁ ମ୍ୟାଚିଙ୍ଗ୍ କରାଯାଇଥାଏ । ପରଫେକ୍ଟ ଜେନେଟିକ୍ ମ୍ୟାଚ ପାଇଁ ଅନେକ ଲୋକେ Nozzeର ଏହି ପ୍ରୋଗ୍ରାମରେ ସାଇନଅପ୍ କରିଛନ୍ତି ।
ଗତ ମାସରେ କମ୍ପାନୀ ପକ୍ଷରୁ ଏକ ପାର୍ଟି ମଧ୍ୟ ଆୟୋଜନ କରାଯାଇଥିଲା । ଏକ ରିପୋର୍ଟ ଅନୁସାରେ, ଏହି ପାର୍ଟିରେ 4ଜଣ କପୁଲଙ୍କ ଡିଏନଏ ପରସ୍ପର ସହ ମ୍ୟାଚ ହୋଇଥିଲା । ଯାହାପରେ ସେମାନେ ସ୍ପିଡଡେଟିଙ୍ଗରେ ନିଜକୁ ସାମିଲ କରିଥିଲେ ।