ETV Bharat / international

South Africa Covid Guide Line: କଣ୍ଟାକ୍ଟ ଟ୍ରେସିଂ ବନ୍ଦ କଲା ଦକ୍ଷିଣ ଆଫ୍ରିକା ସରକାର

author img

By

Published : Dec 25, 2021, 10:03 PM IST

କୋଭିଡ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଏବଂ କ୍ବାରେଣ୍ଟାଇନ କଟକଣା ବନ୍ଦ କଲା ଦକ୍ଷିଣ ଆଫ୍ରିକା ସରକାର । ଅଧିକ ପଢନ୍ତୁ

South Africa Covid Guide Line: କଣ୍ଟାକ୍ଟ ଟ୍ରେସିଂ ବନ୍ଦ କଲେ ଦକ୍ଷିଣ ଆଫ୍ରିକା ସରକାର

ଜୋହାନସବର୍ଗ: କୋଭିଡ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଏବଂ କ୍ବାରେଣ୍ଟାଇନ କଟକଣା ବନ୍ଦ କଲା ଦକ୍ଷିଣ ଆଫ୍ରିକା ସରକାର(South Africa Govt Covid Restriction) । ଏଣିକି ଆଉ ଦକ୍ଷିଣ ଆଫ୍ରିକାରେ କୋଭିଡ ସଂକ୍ରମିତଙ୍କ ସମ୍ପର୍କରେ ଆସିଲେ କ୍ବାରେଣ୍ଟାଇନରେ ରହିବାକୁ ପଡିବ ନାହିଁ କି କୋଭିଡ-୧୯ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ନାହିଁ । ଏନେଇ ଦକ୍ଷିଣ ଆଫ୍ରିକା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ସମସ୍ତ କୋଭିଡ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରିବାର କୌଣସି ଆବଶ୍ୟକ ନାହିଁ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ କରିପାରିବେ । ଯଦି କଣ୍ଟାକ୍ଟରେ ଆସିଥିବା ବ୍ୟକ୍ତିଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଯାଏ, ତେବେ ସେମାନେ ପ୍ରୋଟୋକଲ ଅନୁସରଣ କରିବେ ।

ତେବେ ଏସବୁ ନିୟମ ଉଭୟ ଟୀକାକରଣ ଏବଂ ଟୀକା ନେଇନଥିବା ବ୍ୟକ୍ତିଙ୍କ ପକ୍ଷରେ ଉପଲବ୍ଧ ହେବ । ସେହିପରି ସଂକ୍ରମିତ ବ୍ୟକ୍ତି କିମ୍ବା ସଂଗରୋଧରେ ଥିବା ବ୍ୟକ୍ତି ୧୦ ଦିନ ପରେ ଅଫିସ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ଷେତ୍ରକୁ ଫେରିପାରିବେ । ଏହା ସେମାନଙ୍କ ସ୍ବାସ୍ଥ୍ୟଗତ ସ୍ଥିତି ଉପରେ ନିର୍ଭର କରେ । ୧୦ ଦିନ ସଂଗରୋଧରୁ ଆସିବା ପରେ ପୁନର୍ବାର କୋଭିଡ ଟେଷ୍ଟର ମଧ୍ୟ ଆବଶ୍ୟକତା ନାହିଁ ବୋଲି ଦକ୍ଷିଣ ଆଫ୍ରିକା ସରକାର ସ୍ପଷ୍ଟ କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.