ETV Bharat / international

ଓଲେମ୍ବେ ଷ୍ଟାଡିୟମରେ ଦଳାଚକଟା: ୮ ମୃତ, ୫୦ରୁ ଅଧିକ ଆହତ - ଓଲେମ୍ବେ ଷ୍ଟାଡିୟମରେ ଦଳାଚକଟା

ଓଲେମ୍ବେ ଷ୍ଟାଡିୟମ ବାହାରେ ଦଳାଚକଟାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଓଲେମ୍ବେ ଷ୍ଟାଡିୟମରେ ଦଳାଚକଟା; ୮ମୃତ,୫୦ରୁ ଅଧିକ ଆହତ

author img

By

Published : Jan 26, 2022, 8:36 AM IST

ୟାଉନ୍ଦେ: କ୍ୟାମେରୁନର ରାଜଧାନୀ ୟାଉନ୍ଦେରେ ଥିବା ଓଲେମ୍ବେ ଷ୍ଟାଡିୟମରେ ଦଳାଚକଟା । ଫୁଟବଲ ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଅନେକଙ୍କ ସ୍ଥିତି ଏବେ ସଙ୍କଟାପନ୍ନ ଥିବା କୁହାଯାଉଛି ।

ସୂଚନାମୁତାବକ, କ୍ୟାମେରୁନର ରାଜଧାନୀ ୟାଉନ୍ଦେରେ ଥିବା ଓଲେମ୍ବେ ଷ୍ଟାଡିୟମରେ କ୍ୟାମରୁନ୍ ଓ କୋମୋରୋସ୍ ମଧ୍ୟରେ ଏକ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୬୦ ହଜାର ଦର୍ଶକ ବିଶିଷ୍ଟ ଏହି ଷ୍ଟାଡିୟମରେ କୋରୋନା ଯୋଗୁଁ ୬୦ ପ୍ରତିଶତ ଲୋକଙ୍କୁ ଯିବାକୁ ଅନୁମତି ରହିଥିଲା । ହେଲେ ପରବର୍ତ୍ତି ସମୟରେ ଏହାକୁ ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।

ପ୍ରବେଶ ପଥରେ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଠେଲାପେଲା କରିବାରୁ ସ୍ଥିତି ବିଗିଡ଼ି ଯାଇଥିଲା । ଫଳରେ ଦଳାଚକଟା ପରିସ୍ଥିତି ହୋଇଥିଲା । ଏଥିରେ ୮ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ତିରିଶି ବର୍ଷର ଦୁଇଜଣ ମହିଳା, ତିରିଶି ବର୍ଷରେ ଚାରି ଜଣ ପୁରୁଷ, ଗୋଟିଏ ଶିଶୁ ନେଇ ଅନୁମାନ କରାଯାଉଛି ।

ଘଟଣା ପରେ କ୍ୟାମେରୁନର ସ୍ୱାସ୍ଥ୍ୟମନ୍ତ୍ରୀ ମାନୋଦା ମାଲାଚି ହସ୍ପିଟାଲ ଯାଇ ଆହତଙ୍କୁ ଭେଟିବା ସହ କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା, ତା’ର ତଦନ୍ତ କରାଯିବ ବୋଲି କହିଛନ୍ତି । ସେ ଏକ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ, ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇଦେବା ସହିତ ସମସ୍ତ ପ୍ରକାର ସହଯୋଗ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.