ETV Bharat / international

ସେନା କାର୍ଯ୍ୟାନୁଷ୍ଠାନରେ ଗଡିଲା 20 ଆତଙ୍କୀ ମୁଣ୍ଡ - lagos

ଆଫ୍ରିକା ମହାଦେଶର ମଧ୍ୟ ଭାଗରେ ଅବସ୍ଥିତ ଦେଶରେ ମଲ୍ଟିନେସନାଲ ଜଏଣ୍ଟ ଟାସ୍କଫୋର୍ସ(ଏମଏନଜେଟିଏଫ) ପକ୍ଷରୁ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ 20 ଆଇଏସ ଆତଙ୍କବାଦୀ ନିହତ ହୋଇଛନ୍ତି।

ପ୍ରତୀକାତ୍ମକ ଫଟୋ
author img

By

Published : Jun 4, 2019, 2:32 PM IST

ଲାଗୋସ: ଆଫ୍ରିକୀୟ ଦେଶ ନାଇଜେରିଆରେ ସେନାବାହିନୀ ପକ୍ଷରୁ କରାଯାଇଥିବା ଆତଙ୍କବାଦୀ ବିରୋଧି ଅଭିଯାନରେ ମିଳିଛି ଜବରଦସ୍ତ ସଫଳତା । ଏଠାକାର ମଲ୍ଟିନେସନାଲ ଜଏଣ୍ଟ ଟାସ୍କଫୋର୍ସ(ଏମଏନଜେଟିଏଫ) ପକ୍ଷରୁ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ 20 ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅଭିଯାନରେ 4 ସୁରକ୍ଷାକର୍ମୀ ଆହତ ହୋଇଥିବାର ଖବର ମିଳିଛି।

ସୋମବାର ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ନାଇଜେରିଆ ସେନାବାହିନୀର ମୁଖପାତ୍ର ଟିମୋଥି ଆଣ୍ଟିଘା କହିଛନ୍ତି ଦେଶର ଚାଦ୍ ହ୍ରଦ ନିକଟବର୍ତ୍ତୀ ଆରେଗା, ମାଲକୋନୋରି ଏବଂ ଟୁମବୁମ୍ ରେଗୋ ଅଞ୍ଚଳରେ ଏମଏନଜେଟିଏଫ ପକ୍ଷରୁ ଆଇଏସ ଆତଙ୍କବାଦ ବିରୋଧି ଅଭିଯାନ କରାଯାଇଥିଲା । ଏହି ଅପରେସନ ଚାଲିଥିବା ସମୟରେ 4 ସୁରକ୍ଷାକର୍ମୀ ଆହତ ହେବାରୁ ସେମାନଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା ।

ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା ଆତଙ୍କବାଦୀ ସଙ୍ଗଠନ ଆଇଏସ ମଧ୍ୟ ଆଫ୍ରିକାରେ ଅବସ୍ଥିତ ଥିବା ରାଷ୍ଟ୍ରରେ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଛି। ସେମାନଙ୍କୁ ନାଇଜେରିଆ, ନାଇଜର, ଚାଦ, କ୍ୟାମେରୁନ ପ୍ରଭୂତି ଦେଶର ସେନାବାହିନୀ ମଲ୍ଟିନେସନାଲ ଜଏଣ୍ଟ ଟାସ୍କଫୋର୍ସ(ଏମଏନଜେଟିଏଫ) ଏକ ମିଳିତ ସେନା ଗଠନ କରିଛନ୍ତି ।

ବେଶ କିଛି ବର୍ଷ ଧରି ଉତ୍ତର, ପୂର୍ବ ଏବଂ ମଧ୍ୟ ଆଫ୍ରିକାରେ ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧି ପାଇଛି। ଏହାର ମୁକାବିଲା କରିବାକୁ ଯାଇ ଅନେକ ଆଫ୍ରିକୀୟ ରାଷ୍ଟ୍ର ଆତଙ୍କବାଦୀ ବିରୋଧି ଅଭିଯାନକୁ ଜୋରଦାର କରିଛନ୍ତି। ଏପରି ପଦକ୍ଷେପକୁ ମିଳିତ ଜାତିସଂଘ ସମେତ ଅନେକ ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି।

ସ୍ଲଗ -  ଅନିଶ୍ଚିତତା ମଧ୍ୟରେ ବଲାଗିଂର ବାୟପାସ, ପୁଣି ଚତୁର୍ଥ ଥର ପାଇଁ ହେଲା ନୁଆ ବ୍ୟୟବରାଦ 
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୦୭-୦୫-୧୯
ଫରମାଟ -ପେକେଜ
ଏଙ୍କର-
ବଲାଗିଂରରେ ବାୟପାସ ଦାବୀ ଦିର୍ଘ ଦିନରୁ ହୋଇ ଆସୁଥିବା ବେଲେ ଏବେ ଏହାକୁ ନେଇ ପୁଣି ଅନିଶ୍ଚିତତା ଶୃଷ୍ଟି ହୋଇଛି । ବଲାଗିଂର ସହର ଦେଇ ବରଗଡ ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ଓ ବଲାଗିଂର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜ ପଥ ଯାଇଛି । ଫଳରେ ସହର ଦେଇ ଯାଇଥିବା ଦୁଇ ଦୁଇଟି ଜାତୀୟ ରାଜ ପଥ ଏବେ ସହର ପାଇଁ ଅନେକ ସମସ୍ୟା ଶୃଷ୍ଠି କରିଛି । ଟ୍ରାଫିକ ସମସ୍ୟା ଏଠି ବର୍ତ୍ତମାନ ଜଟିଲ ହୋଇଥିବା ବେଲେ ଦୁର୍ଘଟଣା ଦୈନନ୍ଦିନ ବୃଦ୍ଧି ପାଇଛି । ତେବେ ଏହାର ସମାଧାନ ପାଇଁ ବାୟପାସ ଦାବୀ ହୋଇ ଆସୁଥିବା ବେଲେ ବ୍ୟୟ ବରାଦରେ ତୃଟି ଯୋଗୁଁ ତିନି ଥର କେନ୍ଦ୍ର ସରକାର ଏହାକୁ କାଟ କରିଛନ୍ତି । ସେପଟେ ଏବେ ପୁଣି ଚତୁର୍ଥ ଥର ପାଇଁ ନୁଆ ବ୍ୟୟବରାଦ କରା ଯାଇଥିବା ବେଲେ ଏହାକୁ ନେଇ ମଧ୍ୟ ପୁଣି ଉଠିଛି ପ୍ରଶ୍ନ । 
ଭି ଓ ୧ 
ବଲାଗିଂରରେ ବାୟପାସ ଦାବୀ ଦିର୍ଘ ଦିନରୁ ହୋଇ ଆସୁଥିବା ବେଲେ ଏବେ ଏହାକୁ ନେଇ ପୁଣି ଅନିଶ୍ଚିତତା ଶୃଷ୍ଟି ହୋଇଛି । କେତ ବେଲେ ଜମି ଚଞ୍ଚକତା ତ କେତେ ବେଲେ ଅଧିକ ବ୍ୟୟ ବରାଦର କାରଣ ଦର୍ଶାଇ କେନ୍ଦ୍ର ଜାତୀୟ ମାର୍ଗ ଓ ପରିବହନ ମନ୍ତଣାଳୟ ଏହାକୁ କାଟ କରି ସାରିଛି । ଏବଂ ପୁନଃ ବ୍ୟୟବରାଦ ତଥା ବିଚାର ପାଇଁ ରାଜ୍ୟ ସରକାରଙ୍କୁ କହିଛି । ତେବେ ବଲାଗିଂର ସହର ଦେଇ ବରଗଡ ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ଓ ବଲାଗିଂର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜ ପଥ ଯାଇଛି । ଫଳରେ ସହର ଦେଇ ଯାଇଥିବା ଦୁଇ ଦୁଇଟି ଜାତୀୟ ରାଜ ପଥ ଏବେ ସହର ପାଇଁ ଅନେକ ସମସ୍ୟା ଶୃଷ୍ଠି କରିଛି । ଟ୍ରାଫିକ ସମସ୍ୟା ଏଠି ବର୍ତ୍ତମାନ ଜଟିଲ ହୋଇଥିବା ବେଲେ ଦୁର୍ଘଟଣା ଦୈନନ୍ଦିନ ବୃଦ୍ଧି ପାଇଛି । ତେବେ ଏହାର ସମାଧାନ ପାଇଁ ଲୋକେ ବାୟପାସ ଦାବୀ କରି ଆସୁଛନ୍ତି । ଏବଂ ଦାବୀ ଅନୁସାରେ ଏହାକୁ ନେଇ ୨୦୦୧ରେ ପ୍ରଥମେ ଜିଲ୍ଲା ପ୍ରଶାସନ ୪୧ କୋଟିର ବ୍ୟୟବରାଦ କରି କେନ୍ଦ୍ର ସରକାରଙ୍କ ନିକଟରେ ରଖିଥିଲା । ଯାହାପରେ ଏହା ବିଭିନ୍ନ କାରଣରୁ ବିଳମ୍ବ ହେବା ପରେ ଏହାକୁ ନେଇ ପୁନଶ୍ଚ ନୁଆ ବ୍ୟୟବରାଦ ୨୦୧୭,୧୮ରେ ୨୪୧ କୋଟି ଟଙ୍କା କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କେନ୍ଦ୍ର ଆଗରେ ଉପସ୍ଥାପିତ କରିଥିଲା । ହେଲେ କେନ୍ଦ୍ରର ସିଇସି କମିଟି ଏହାକୁ କାଟ କରିବା ସହ ଜମି ମୁଳ୍ୟରେ ୨୦୦ଗୁଣ ବୃଦ୍ଧିକୁ ନେଇ ଆପତ୍ତି ଉଠାଇଥିଲେ । ସେହିପରି ଏହି ଆପତ୍ତି ପରେ ଏଯାବତ ଜିଲ୍ଲା ପ୍ରଶାସନ ଆଉ ତିନି ତିନି ଥର ନୁଆ ଏଷ୍ଟିମେଟ କରି କେନ୍ଦ୍ରକୁ ପଠାଇ ହଟହଟା ହେଲେଣି । ଯେଉଁଥିରେ ୨୪୧ କୋଟି ଟଙ୍କାର ପ୍ରକଳ୍ପ କାଟ ଖାଇବା ପରେ ପରବର୍ତ୍ତୀ ସମୟରେ ଏହା ୧୯୦ କୋଟି, ୧୩୩କୋଟି ଓ ବର୍ତ୍ତମାନ ନୁଆ ଏଷ୍ଟିମେଟ ୧୧୮ କୋଟି ଟଙ୍କା କରା ଯାଇଛି । ଯାହାକୁ କେନ୍ଦ୍ର ସରକାର ମଞ୍ଜୁରି ଦେଉଛନ୍ତି କି ନାହିଁ ତାହା ଏବେବି ପ୍ରଶ୍ନ ବାଚୀ ଥିବା ବେଲେ ସାଧାରଣରେ କିନ୍ତୁ ଏହି ପ୍ରକ୍ରୀୟାକୁ ଘୋର ନିନ୍ଦା କରା ଯାଇଛି । ଏବଂ କେନ୍ଦ୍ର ତଥା ରାଜ୍ୟ ସରକାର ପ୍ରକୃତରେ ବାୟପାସ ଚାହୁଁନଥିବା ହେତୁ ଏପରି ଖାମ ଖିଆଲି ନିତୀ ଅବଲମ୍ବନ କରୁ ଥିବାର ଲୋକେ ଅଭିଯୋଗ କରିଛନ୍ତି ।
ବାଇଟ- ଗୋପାଲଜୀ ପାଣି ଗ୍ରାହୀ- ବଲାଗିଂର ବାସିନ୍ଦା
ଏଫ ଭି ଓ 
୪୧କୋଟି ଟଙ୍କାର ପ୍ରକଳ୍ପ ପରବର୍ତ୍ତୀ ଅବସ୍ଥାରେ ୨୪୧ କୋଟି ହେବା ଓ ତାରି ଉପରେ କେନ୍ଦ୍ର ପ୍ରଶ୍ନ କରିବାରୁ ତାହା ପୁଣି ପରବର୍ତ୍ତୀ ସମୟରେ ୨୪୧ରୁ ୧୯୦ କୋଟି ଟଙ୍କା ପୁଣି ୧୯୦ରୁ ୧୩୩ କୋଟି ଟଙ୍କା ଏବଂ ୧୩୩ କୋଟିରୁ ପୁଣି ୧୧୮ କୋଟି ଟଙ୍କା ବ୍ୟୟବରାଦ ହେବା ଏବଂ ଏହି କୋଟି କୋଟି ଟଙ୍କାର ପାର୍ଥ୍ୟକ କାହିଁକି ହେଉଛି ବୋଲି ସବୁଠି ଏବେ ପ୍ରଶ୍ନ କରା ଯାଇଛି । 
visual by mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.