ମୌଦୁଗୁରି: ନାଇଜେରିଆରର ମୌଦୁଗୁରିରେ ଆତଙ୍କବାଦୀଙ୍କ ନରସଂହାର । ଅତି ନିର୍ମମ ଭାବେ 110 ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ । ନାଇଜେରିଆର ବୋକୋ ହାରାମ ଗୋଷ୍ଠୀ ଘଟାଇଛନ୍ତି ଏହି ଲୋମହର୍ଷଣକାରୀ କାଣ୍ଡ । ଏନେଇ ସୂଚନା ଦେଇଛନ୍ତି ମିଳିତ ଜାତିସଂଘର ମାନବିକ ସଂଯୋଜକ ଏଡୱାର୍ଡ କଲୋନ୍ ।
ସେ କହିଛନ୍ତି, ପ୍ରଥମେ 43 ଜଣଙ୍କୁ ହତ୍ୟା କରାଯାଇଥିଲା ପରେ ଆଉ 70 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୌଦୁଗୁରିର କୋଶୋବେ ଗାଁରେ ଘଟିଛି ଏହି ଘଟଣା । ଶ୍ରମିକ ମାନେ କ୍ଷେତରେ କାମ କରୁଥିବା ବେଳେ ତାଙ୍କ ଉପରେ ବୋକୋ ହାରାମ ଗୋଷ୍ଠୀର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସେମାନେ ଶ୍ରମିକଙ୍କ ବେକ କାଟି ଦେଇଥିବା ଜଣାପଡିଛି । କେବଳ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ତାହା ନୁହେଁ ମହିଳା ମାନଙ୍କୁ ମଧ୍ୟ ଉଠାଇନେଇଛନ୍ତି ଏହି ଆତଙ୍କୀ ।
ସୂଚନା ଅନୁସାରେ, ଏହି ଶ୍ରମିକ ମାନେ କାମ ଉଦ୍ଦେଶ୍ୟରେ ଦକ୍ଷିଣ-ପଶ୍ଚିମ ନାଇଜେରିଆରୁ ଆସିଥିଲେ । ନାଇଜେରିଆ ରାଷ୍ଟ୍ରପତି ମହମ୍ମଦୁ ବୁଖାରି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହି ଘଟଣା ସମଗ୍ର ଦେଶକୁ ମର୍ମାହତ କରିଥିବା ସେ କହିଛନ୍ତି ।