ETV Bharat / headlines

ଦୁଷ୍କର୍ମ ଅଭିଯୁକ୍ତଙ୍କ ସମେତ ଅମୃତସର ସେଣ୍ଟ୍ରାଲ ଜେଲରୁ 3 କଏଦୀ ଫେରାର

କଡା ସୁରକ୍ଷା ବଳୟକୁ ଚକମା ଦେଇ ବିଳମ୍ବିତ ରାତ୍ରୀରେ ଅମୃତସର ସେଣ୍ଟ୍ରାଲ ଜେଲର 3 ଜଣ କଏଦୀ ମୁଖ୍ୟ କାରାଗାରରୁ ଚମ୍ପଟ ମାରିଛନ୍ତି । ଏହି ଘଟଣା ପରେ ଜେଲ୍‌ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି। ଫେରାର କଏଦୀଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ ମାମଲାରେ ଓ ଅନ୍ୟ ଦୁଇଜଣ ଚୋରି ଅଭିଯୋଗରେ ସଜା କାଟୁଥିଲା ।

author img

By

Published : Feb 2, 2020, 12:52 PM IST

ଡିଡାଇନ ଫଟୋ
ଡିଡାଇନ ଫଟୋ

ଅମୃତସର: ସେଣ୍ଟ୍ରାଲ ଜେଲରୁ 3 ସଜା କାଟୁଥିବା ବନ୍ଦୀ ଫେରାର । କଡା ସୁରକ୍ଷା ବଳୟକୁ ଚକମା ଦେଇ ବିଳମ୍ବିତ ରାତ୍ରୀରେ ଅମୃତସର ସେଣ୍ଟ୍ରାଲ ଜେଲର ତିନି ଜଣ କଏଦୀ ମୁଖ୍ୟ କାରାଗାରରୁ ଚମ୍ପଟ ମାରିଛନ୍ତି । ଏହି ଘଟଣା ପରେ ଜେଲ୍‌ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି । ଫେରାର କଏଦୀଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ ମାମଲାରେ ଓ ଅନ୍ୟ ଦୁଇଜଣ ଚୋରି ଅଭିଯୋଗରେ ସଜା କାଟୁଥିଲା । ପାଚେରୀ ଭାଙ୍ଗି ଜେଲରୁ ଫେରାର ହୋଇଛନ୍ତି ସେମାନେ ।

କଏଦୀ ଚମ୍ପଟ ମାରିବା ଖବର ରବିବାର ସକାଳେ ଜଣାପଡିଥିଲା । ଜେଲ୍‌ ରୁଟିନ ଅନୁସାରେ ସକାଳେ କଏଦୀଙ୍କ ଗଣିତ ସମୟରେ ତିନି କଏଦୀ କମ୍‌ ଥିବା ଜଣାପଡିଥିଲା । ଏହାପରେ ପୋଲିସ ଫେରାର କଏଦୀଙ୍କ ସନ୍ଧାନରେ ଏକ ବଡ ଧରଣର ଅପରେସନ ଜାରି ରଖିଛି ।

ଦୁଷ୍କର୍ମ ଅଭିଯୁକ୍ତଙ୍କ ସମେତ ଅମୃତସର ସେଣ୍ଟ୍ରାଲ ଜେଲରୁ ତିନି କଏଦୀ ଫେରାର

ଜେଲରୁ ଛୁ ମାରିଥିବା କଏଦୀ ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ ଗୁରପ୍ରୀତ ସିଂହ, ଜରନୈଲ ସିଂହ ଓ ବିଶାଳ ଶର୍ମା । ଗୁରପ୍ରୀତ ଓ ଜରନୈଲ ଚୋରି ମାମଲାରେ ଜେଲରେ ବନ୍ଦ ଥିବା ବେଳେ ବିଶାଳ ଦୁଷ୍କର୍ମ ମାମଲାରେ ସଜା କାଟୁଥିଲା ।

ପ୍ରାଥମିକ ତଦନ୍ତରୁ ଏହି ତିନି କଏଦୀ ଜେଲ ପାଚେରୀ ଭାଙ୍ଗି ଫେରାର ହେବାରେ ସଫଳ ହୋଇଥିଲେ ବୋଲି ଜଣାପଡିଛି । ଏହି ଘଟଣା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ କାନ୍ଧରେ ତଦନ୍ତ ଭାର ରହିଛି ।

Intro:Body:

3 prisoners escaped from AMRITSAR central jail

अमृतसर की केंद्रीय जेल की दीवार तोड़ कर 3 हवालाती हुए फरार। रात करीब डेढ़ बजे की बताई जा रही है घटना। भागने वालो की पहचान दो सगे भाई गुरप्रीत सिंह गोपी और जरनैल सिंह के अलावा विशाल शर्मा के रूप में हुई है। 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.