ETV Bharat / headlines

୧୬ରୁ ଖୋଲିବ ବାଲେଶ୍ବର AIIMS - ୧୬ରୁ ଖୋଲିବ ବାଲେଶ୍ବର ଏମ୍ସ ଓପିଡି

କୋରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ବାଲେଶ୍ବର ଏମ୍ସ ସାଟେଲାଇଟ ବହି ର୍ବିଭାଗ (ଓପିଡି) ଆସନ୍ତା ୧୬ରୁ ପୁଣି ଖୋଲିବ । ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସପ୍ତାହର ପ୍ରତି ଶନିବାର କେବଳ ଓପିଡି ଖୋଲିବ । ଅଧିକ ପଢନ୍ତୁ

୧୬ ରୁ ଖୋଲିବ ବାଲେଶ୍ବର AIIMS
୧୬ ରୁ ଖୋଲିବ ବାଲେଶ୍ବର AIIMS
author img

By

Published : Apr 14, 2022, 1:21 PM IST

ଭୁବନେଶ୍ବର: ବାଲେଶ୍ବର ଏମ୍ସ ଓପିଡିରେ ଆରମ୍ଭ ହେବ ସେବା । କୋରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ବାଲେଶ୍ବର ଏମ୍ସ ସାଟେଲାଇଟ ବହି ର୍ବିଭାଗ (ଓପିଡି) ଆସନ୍ତା ୧୬ରୁ ପୁଣି ଖୋଲିବ । ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସପ୍ତାହର କେବଳ ପ୍ରତି ଶନିବାର ଓପିଡି ଖୋଲିବ ।

ଦୁଇବର୍ଷ ପରେ ପୁଣି ସ୍ବାଭାବିକ ହେବ ଓପିଡି ସେବା । କୋରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ଏମ୍ସ ବାଲେଶ୍ବର ସାଟେଲାଇଟ ବହିର୍ବିଭାଗ (ଓପିଡି) ଆସନ୍ତା ୧୬ରୁ ପୁଣି ଖୋଲିବ। ସପ୍ତାହର କେବେଳ ଗୋଟିଏ ଦିନ ପ୍ରତି ଶନିବାର ଓପିଡି ଖୋଲିବ । ପରବର୍ତ୍ତୀ ଶନିବାର ଆଉ ତିନୋଟି ଲେଖାଏଁ ବିଭାଗରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ । ପ୍ରଥମ ଶନିବାର ଶଲ୍ୟ, ଅନ୍ତଃସ୍ରାବ ଏବଂ ଚର୍ମ ବିଭାଗ ରୋଗ ଉପରେ ରୋଗୀଙ୍କୁ ଚିକିତ୍ସା କରାଯିବ। ଏମ୍ସ ଭୁବନେଶ୍ବରରୁ ଡାକ୍ତର ବାଲେଶ୍ଵର ସାଟେଲାଇଟକୁ ଆସି ରୋଗୀ ଚିକିତ୍ସା କରିବେ।

ଲୋକମାନଙ୍କର ଆବଶ୍ୟକତା ଏବଂ ଚାହିଦାକୁ ଦୃଷ୍ଟିରେ ରଖି ସୁପର-ସ୍ପେସିଆଲିଟି ସେବା ମଧ୍ୟ ପ୍ରତି ମାସରେ କିମ୍ବା ଦୁଇ ମାସରେ ଥରେ ଯୋଗାଇ ଦିଆଯିବ। ଆସନ୍ତା 16 ତାରିଖ ରୁ ବାଲେଶ୍ୱର ସାଟେଲାଇଟ୍ ସେଣ୍ଟରର ନୂତନ ବିଲ୍ଡିଂରେ ସପ୍ତାହିକ OPD ସେବା ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟାନ୍ୟ ଆନୁଷଙ୍ଗିକ ସେବା ମଧ୍ୟ ସପ୍ତାହକ ମଧ୍ୟରେ ଉକ୍ତ ପରିସରରେ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ବୋଲି ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.