ETV Bharat / entertainment

ZHZB Collection Day 4: ବିକି-ସାରାଙ୍କ ଫିଲ୍ମର ବଢୁଛି କ୍ରେଜ, 4ଦିନରେ କଲାଣି ଏତିକି ଆୟ

author img

By

Published : Jun 6, 2023, 11:08 AM IST

ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ 'ଜରା ହଟକେ ଜରା ବଚକେ' ଫିଲ୍ମର କ୍ରେଜ୍‌ ଦିନକୁ ଦିନ ବଢିବାରେ ଲାଗିଛି । ରିଲିଜର 4ର୍ଥ ଦିନ ମଧ୍ୟରେ 25କୋଟିରୁ ଅଧିକ ଆୟ କରିବା ସହ ଦର୍ଶକଙ୍କ ମନ ଜିତିବାରେ ସଫଳ ହେଉଛି । ଅଧିକ ପଢନ୍ତୁ

ବିକି-ସାରାଙ୍କ ଫିଲ୍ମର ବଢୁଛି କ୍ରେଜ, 4ଦିନରେ 25କୋଟିରୁ ଅଧିକ ଆୟ

ମୁମ୍ବାଇ: ବିକି କୌଶଲ ଏବଂ ସାରା ଅଲି ଖାନଙ୍କର ନୂତନ ରିଲିଜ୍ ଫିଲ୍ମ 'ଜରା ହଟକେ ଜରା ବଚକେ'ରେ ଉଭୟଙ୍କ ଲଭ କେମେଷ୍ଟ୍ରି ଦର୍ଶକଙ୍କ ମନ ଜିତିବାରେ ଲାଗିଛି । ଫିଲ୍ମ ରିଲିଜ ହେବାର 4 ଦିନ ବିତିଗଲାଣି । ଦିନକୁ ଦିନ ଫିଲ୍ମ ଭଲ ରୋଜଗାର କରୁଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଫିଲ୍ମର କ୍ରେଜ୍‌ ଦେଖିବାକୁ ମିଳୁଛି । 5.50 କୋଟି ଟଙ୍କାରେ ଓପେନିଂ ହୋଇଥିବା ଏହି ଫିଲ୍ମ 4ର୍ଥ ଦିନ ମଧ୍ୟରେ ମୋଟ 26 କୋଟିରୁ ଅଧିକ ବ୍ୟବସାୟ କରି ସଫଳତା ହାସଲ କରିବାରେ ଲାଗିଛି ।

'ଦ କେରଳ ଷ୍ଟୋରୀ' ଏବଂ 'ସ୍ପାଇଡର୍-ମ୍ୟାନ୍: ଦି ସ୍ପାଇଡର୍-ଭର୍ସ' ସହ ପ୍ରତିଯୋଗିତା ସତ୍ତ୍ବେ ବିକି-ସାରାଙ୍କ ଫିଲ୍ମ ଥିଏଟରରେ ତାର ଯାଦୁ ଚଲାଇବାରେ ଲାଗିଛି । ଚତୁର୍ଥ ଦିନରେ ଫିଲ୍ମଟି ମାତ୍ର 3.80 କୋଟି ସଂଗ୍ରହ କରିଛି । ଏହାପରେ ଫିଲ୍ମର ଡୋମେଷ୍ଟିକ୍‌ କଲେକ୍ସନ 26.39 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଚତୁର୍ଥ ଦିନରେ ଥିଏଟରରେ ଦର୍ଶକଙ୍କ ସ୍ଥାନ 13.50 ପ୍ରତିଶତ ଥିଲା । ଏଥିସହିତ ଫିଲ୍ମ ଜରା ହଟକେ ଜରା ବଚକେ 'ଉରି-ଦ ସର୍ଜିକାଲ ଷ୍ଟ୍ରାଇକ' ପରେ ବିକି କୌଶଲଙ୍କ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ସାବ୍ୟସ୍ତ ହୋଇଛି ।

ଜରା ହଟକେ ଜରା ବଚକେ: ବକ୍ସ ଅଫିସ କଲେକ୍ସନ

ଜୁନ୍ 2 (ପ୍ରଥମ ଦିନ) 5.50 କୋଟି

ଜୁନ୍ 3 (ଦ୍ୱିତୀୟ ଦିନ) 7.25କୋଟି

ଜୁନ୍ 4 (ତୃତୀୟ ଦିନ) 9.90 କୋଟି

ଜୁନ୍ 5 (ଚତୁର୍ଥ ଦିନ) 3.80 କୋଟି

ଫିଲ୍ମର ମୋଟ ଆୟ 26.39 କୋଟି ଟଙ୍କାକୁ ବୃଦ୍ଧି ପାଇଛି

ସୂଚନା ଥାଉ କି, 'ମିମି' ଫିଲ୍ମର ଖ୍ୟାତିନାମା ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶିତ ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ଜରା ହଟକେ ଜରା ବଚକେ ଏକ ପାରିବାରିକ କମେଡି ଡ୍ରାମା ଫିଲ୍ମ । ବିକି କୌଶଲ(କପିଲ) ଏବଂ ସାରା ଅଲି ଖାନ (ସୌମ୍ୟା) କଲେଜ ପ୍ରେମୀ, ଯେଉଁମାନେ ପରେ ବିବାହ କରି ଖୁସିରେ ବସବାସ କରନ୍ତି । ହେଲେ ଜଏଣ୍ଟ ଫ୍ୟାମିଲି (ମିଳିତ ପରିବାର)ରେ ରହି ଉଭୟ ଖୋଲାଖୋଲି ଭାବେ ସମୟ ଉପଭୋଗ କରିପାରୁନାହାନ୍ତି । ଫଳରେ ଉଭୟ ପରିବାରଠାରୁ ଦୂରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ନିଜର ଏକ ଘର କରିବାକୁ ଚେଷ୍ଟା କରନ୍ତି । ଏପରିକି ଛାଡ଼ପତ୍ରର ନାଟକ ମଧ୍ୟ କରନ୍ତି । ଯାହା ପରେ କାହାଣୀରେ ଟ୍ବିଷ୍ଟ ଆସେ ଯାହା ଫିଲ୍ମରେ ସୁନ୍ଦର ଭାବେ ଦର୍ଶାଯାଇଛି ।

ବିକି କୌଶଲ ଏବଂ ସାରା ଅଲି ଖାନ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିଛନ୍ତି । ବିକି, ସାରାଙ୍କ ବ୍ୟତୀତ ଇନାମୁଲହକ୍, ନୀରଜ ସୁଦ, ରାକେଶ ବେଦୀ, ଶରିବ ହାଶ୍ମୀ, ସୁସ୍ମିତା ମୁଖାର୍ଜୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ନିଜର ବଳିଷ୍ଠ ଭୂମିକାରେ ଅଭିନୟ ସହ ଦର୍ଶକଙ୍କ ହୃଦୟ ଜିତିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.