ETV Bharat / entertainment

SRK Birthday: ୫୮ ବର୍ଷରେ ପାଦ ଥାପିଲେ କିଙ୍ଗଖାନ, ମନ୍ନତ ଆଗରେ ଜମିଲା ଫ୍ୟାନ୍ସଙ୍କ ମେଳି

author img

By ETV Bharat Odisha Team

Published : Nov 2, 2023, 12:42 PM IST

ଆଜି ୫୮ ବର୍ଷରେ ପାଦ ଥାପିରେ କିଙ୍ଗଖାନ ଶାହାରୁଖ ଖାନ । ଏହି ଅବସରରେ ମଧ୍ୟରାତ୍ରରେ ଅଭିନେତାଙ୍କ ଜନ୍ମଦିନ ପାଳନ କରିବାକୁ ତାଙ୍କ ଘର ମନ୍ନତ ଆଗରେ ହଜାର ହଜାର ଫ୍ୟାନ୍‌ ଭିଡ଼ ଲଗାଇଥିଲେ । କିଙ୍ଗ୍‌ ଖାନ ମଧ୍ୟ ଫ୍ୟାନ୍ସଙ୍କୁ ସିଗନ୍ଚେର ଷ୍ଚାଇଲ୍‌ରେ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

୫୮ ବର୍ଷରେ ପାଦ ଥାପିରେ କିଙ୍ଗଖାନ, ମଧ୍ୟରାତ୍ରରେ ମନ୍ନତ ଆଗରେ ଜମିଲା ଫ୍ୟାନ୍ସଙ୍କ ମେଳି

ମୁମ୍ବାଇ: ଆଜି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ୫୮ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ବୁଧବାର ବିଳମ୍ବିତ ରାତିରେ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଶାହାରୁଖ ଖାନଙ୍କ ବାସଭବନ 'ମନ୍ନତ' ବାହାରେ ଏକତ୍ରିତ ହୋଇ ଶୁଭେଚ୍ଛା ଜଣାଇଛନ୍ତି ହଜାର ହଜାର ପ୍ରଶଂସକ । ଏହି ସମୟରେ ଶାହାରୁଖ ଖାନ ମଧ୍ୟ ନିଜ ବାଲକୋନିକୁ ଆସି ଫ୍ୟାନ୍ସଙ୍କୁ ସିଗନ୍ଚେର ଷ୍ଚାଇଲରେ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ସମସ୍ତ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

  • It’s unbelievable that so many of u come & wish me late at night. I am but a mere actor. Nothing makes me happier, than, the fact that I can entertain u a bit. I live in a dream of your love. Thank u for allowing me to entertain you all. C u in the morning…on the screen & off it

    — Shah Rukh Khan (@iamsrk) November 1, 2023 " class="align-text-top noRightClick twitterSection" data=" ">

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଶାହାରୁଖ ମନ୍ନତର ବାଲକୋନିରେ ଠିଆ ହୋଇଥିବାର ନଜର ଆସିଛନ୍ତି । ସେ ନିଜ ଫ୍ୟାନ୍ସଙ୍କୁ ଅଭିବାଦନ କରୁଥିବା ଦେଖିବାକୁ ମିଳିଛି । ଏଥିସହ କିଙ୍ଗ୍‌ଖାନ ନିଜ ସିଗ୍ନେଚର୍‌ ଷ୍ଟାଇଲରେ ମଧ୍ୟ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ଶାହାରୁଖ ଖାନ ଏକ୍ସ ଆକାଉଣ୍ଟରେ ଫ୍ୟାନ୍ସଙ୍କ ପାଇଁ ଏକ ପୋଷ୍ଟ ସେୟାର କରି ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ସେ ଲେଖିଛନ୍ତି, ଏହା ବହୁତ ଆଶ୍ଚର୍ଯ୍ୟଜନକ । ମଧ୍ୟରାତ୍ରୀରେ ଏତେ ସଂଖ୍ୟକ ଫ୍ୟାନ୍ସ ମୋତେ ଶୁଭକାମନା ଦେବାକୁ ଆସିଛନ୍ତି । ମୁଁ ମାତ୍ର ଏକ ଅଭିନେତା । ସତ କହିବାକୁ ଗଲେ, ମୁଁ ଏହି କଥା ଭାବି ଖୁସି ଯେ ମୁଁ ଆପଣମାନଙ୍କୁ କିଛିମାତ୍ରାରେ ମନୋରଞ୍ଜନ କରାଇପାରିଛି । ଆପଣଙ୍କ ଭଲପାଇବା ମୋ ପାଇଁ ମୂଲ୍ୟବାନ ଅଟେ । ଆପଣମାନେ ମୋତେ ଏହା ଭାବୁଥିବାରୁ ବହୁତ ବହୁତ ଧନ୍ୟବାଦ ।

ଶାହାରୁଖ ଖାନ ଚଳିତ ବର୍ଷ ପଠାନ ସହ ପରଦାକୁ ଫେରିଥିଲେ । ଏହି ଫିଲ୍ମ ହିଟ୍ ହୋଇଥିଲା । ଏହାପରେ ଜବାନ ମଧ୍ୟ ବକ୍ସ ଅଫିସରେ ବେଶ୍‌ ସଫଳତା ହାସଲ କଲା । ବର୍ତ୍ତମାନ ଶାହାରୁଖ ଖାନ ଡଙ୍କି ସହ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମ ଦେଖିବାକୁ ମଧ୍ୟ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଡଙ୍କି' ଆସନ୍ତା ମାସ 21 ଡିସେମ୍ବରରେ ବଡ଼ ପରଦାରେ ରିଲିଜ୍‌ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ: ଶାହାରୁଖ ଖାନଙ୍କ ଜନ୍ମଦିନରେ ରିଲିଜ ହେବ ଡଙ୍କିର ଟିଜର, ଫ୍ୟାନ୍ସଙ୍କ ସହ ଦେଖିବେ କିଙ୍ଗଖାନ୍

ଏହି ଫିଲ୍ମ ରାଜକୁମାର ହିରାନୀଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିବା ବେଳେ ଶାହାରୁଖଙ୍କ ସହ ତାପସୀ ପନ୍ନୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରଛନ୍ତି । ରାଜକୁମାର ହିରାନୀ ଏବଂ ତାପସୀଙ୍କ ସହ ଶାହାରୁଖ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି । ଏଥିସହ ବିକି କୌଶଲ ଏବଂ ଧର୍ମେନ୍ଦ୍ର ମଧ୍ୟ ଏହି ଫିଲ୍ମରେ କେମିଓ ରୋଲରେ ନଜର ଆସିପାରନ୍ତି ବୋଲି ଆଲୋଚନା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.