ETV Bharat / entertainment

Ayesha Shroff: 58 ଲକ୍ଷ ଠକାମିର ଶିକାର ଟାଇଗର ଶ୍ରଫଙ୍କ ମା' ଆୟେଶା - ଠକାମିର ଶିକାର ହେଲେ ଆୟଶା ଶ୍ରଫ

ଟାଇଗର ଶ୍ରଫଙ୍କ ମା' ଆୟେଶା ଶ୍ରଫ୍‌ 58 ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛନ୍ତି । ଏନେଇ ଅଭିନେତାଙ୍କ ମା' ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

58 ଲକ୍ଷ ଠକାମିର ଶିକାର ହେଲେ ଟାଇଗର ଶ୍ରଫଙ୍କ ମା' ଆୟଶା ଶ୍ରଫ

author img

By

Published : Jun 9, 2023, 5:21 PM IST

ମୁମ୍ବାଇ: ବଲିଉଡ ବର୍ଷିୟାନ ଅଭିନେତା ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ଶ୍ରଫ 58 ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଏହି ମାମଲାରେ ସେ ମୁମ୍ବାଇର ସାଣ୍ଟାକ୍ରୁଜ ପୋଲିସ ଷ୍ଟେସନରେ ଠକେଇ ମାମଲା ରୁଜୁ କରିଛନ୍ତି। ଆଲାନ୍ ଫର୍ଣ୍ଣାଣ୍ଡିସ୍ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଆୟେଶା ମାମଲା କରିଛନ୍ତି । ଏହି ମାମଲାରେ ପୋଲିସ ଆଇପିସି ଧାରା 420, 408, 465, 467 ଏବଂ 468 ଅନୁଯାୟୀ ଆଲାନ ଫର୍ଣ୍ଣାଣ୍ଡିସ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ମୁମ୍ବାଇ ପୋଲିସ କହିଛି ଯେ ଏହି ଘଟଣାର ତଦନ୍ତ କରାଯାଉଛି ।

  • Ayesha Shroff, wife of Bollywood actor Jackie Shroff has filed a case of cheating at Mumbai’s Santacruz Police station. A case has been registered against accused Alan Fernandes, under IPC sections 420, 408, 465, 467 and 468 and fraud of Rs 58 lakhs. Probe underway: Mumbai Police

    — ANI (@ANI) June 9, 2023 " class="align-text-top noRightClick twitterSection" data=" ">

ମିଡିଆ ରିପୋର୍ଟ ଅନୁଯାୟୀ, ଆଲାନ୍ 2018ରେ MMA ମ୍ୟାଟ୍ରିକ୍ସ କମ୍ପାନୀରେ ଅପରେସନ୍ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ । MMA ମ୍ୟାଟ୍ରିକ୍ସ ଜିମ୍ ଟାଇଗର ଶ୍ରଫ୍ ଏବଂ ତାଙ୍କ ମା' ଆୟେଶାଙ୍କର ଅଟେ । ଟାଇଗର ଏବଂ ତାଙ୍କ ମା' ଏହି କମ୍ପାନୀର ଯୁଗ୍ମ ମାଲିକ । ହେଲେ ଟାଇଗର ତାଙ୍କ ସୁଟିଂରେ ବ୍ୟସ୍ତ ଥିବାରୁ ସେ କମ୍ପାନୀର କାମରୁ ଦୂରେଇ ରହିଥିଲେ । ଏହାର ସୁଯୋଗ ନେଇ ଆଲାନ ଫର୍ଣ୍ଣାଣ୍ଡିସ କମ୍ପାନୀ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଦେଶ ତଥା ବାହାରେ 11ଟି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନାଁରେ ଅଭିଯୁକ୍ତ କମ୍ପାନୀକୁ ଚୁନା ଲଗାଇଥିବା ଆୟେଶା ଅଭିଯୋଗ କରିଛନ୍ତି ।

ଭାରତ ତଥା ଭାରତ ବାହାରେ 11ଟି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅଭିଯୁକ୍ତ କମ୍ପାନୀରୁ ବହୁ ଟଙ୍କା ନେଇଥିଲେ । ଡିସେମ୍ବର 2018ରୁ ଜାନୁଆରୀ 2023 ପର୍ଯ୍ୟନ୍ତ ଫି' ଭାବରେ କମ୍ପାନୀର ବ୍ୟାଙ୍କ୍‌ ଆକାଉଣ୍ଟରେ 58,53,591 ଟଙ୍କା ଜମା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏପର୍ଯ୍ୟନ୍ତ ଆୟେଶା ଶ୍ରଫଙ୍କ ପକ୍ଷରୁ ଏ ବିଷୟରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏହା ପ୍ରଥମ ଘଟଣା ନୁହେଁ ଯେ ଆୟେଶା ପୂର୍ବରୁ ମଧ୍ୟ ଠକେଇ ମାମଲା ଦାଖଲ କରିଛନ୍ତି। 2015 ମସିହାରେ 2015 ମସିହାରେ ଆୟେଶା ଶ୍ରଫ ସାହିଲ ଖାନଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆଣି ମାମଲା ଦାଖଲ କରିଥିଲେ । ପରେ ଏହି ମାମଲା ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇଥିଲା ଏବଂ ମାମଲା ବନ୍ଦ କରାଯାଇଥିଲା।

ସୂଚନା ଅନୁସାରେ, ଆୟେଶା ଶ୍ରଫ ତାଙ୍କ ଟାଇମ୍‌ରେ ଜଣେ ଅଭିନେତ୍ରୀ ଏବଂ ମଡେଲ ରହି ଆସିଛନ୍ତି । ଅଳ୍ପ ବୟସରେ ସେ ଜ୍ୟାକି ଶ୍ରଫଙ୍କୁ ଭଲ ପାଇବସିଥିଲେ ଏବଂ ପରେ ଉଭୟ ବିବାହ କରିଥିଲେ । ବିବାହ ପରେ ଆୟେଶା ବଡ଼ ପରଦାରୁ ଦୂରରେ ରହିଥିଲେ । ପରେ ଆୟେଶା ଫିଲ୍ମ ନିର୍ମାତା ଭାବରେ କାମ କରିଥିଲେ ଏବଂ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏଥିସହ ଆୟେଶା ତାଙ୍କ ପରିବାର ସହ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି । ସୋସିଆଲ ମିଡିଆରେ ତାଙ୍କର କାର୍ଯ୍ୟ ବାବାଦରେ ଅପଡେଟ୍ ଦେବା ସହ ପାରିବାରିକ ଫଟୋ ସେୟାର କରିଥାଆନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.