ETV Bharat / entertainment

Tiger 3: ଆଡଭାନ୍ସ ବୁକିଂରେ ୧୨ କୋଟି କଲାଣି ଆୟ, ପ୍ରଥମ ସପ୍ତାହରେ କରିପାରେ ବମ୍ପର କଲେକ୍ସନ - Salman Khan Katrina Kaif

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ଟାଇଗର ୩ ପ୍ରଥମ ସପ୍ତାହରେ କେତେ କୋଟି ଟଙ୍କା ସଂଗ୍ରହ କରିବାକୁ ଯାଉଛି ଏବଂ ଫିଲ୍ମ ଏପର୍ଯ୍ୟନ୍ତ କେତେ ଟିକେଟ ବିକ୍ରି ହୋଇଛି ଏବଂ ଫିଲ୍ମ ରିଲିଜ ଦିନ କେତେ କଲେକ୍ସ କରିବ । ଜାଣିବା ପାଇଁ ଅଧିକ ପଢନ୍ତୁ

ଆଡଭାନ୍ସ ବୁକିଂରେ ୧୨ କୋଟି କଲାଣି ଆୟ, ପ୍ରଥମ ସପ୍ତାହରେ କରିପାରେ ବମ୍ପର କଲେକ୍ସନ

author img

By ETV Bharat Odisha Team

Published : Nov 10, 2023, 5:26 PM IST

ହାଇଦ୍ରାବାଦ: ଦୀପାବଳି ଅର୍ଥାତ ନଭେମ୍ବର ୧୨ରେ ରିଲିଜ ହେବ ବଲିଉଡ 'ଦବଙ୍ଗ' ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସ୍ପାଇ- ଆକ୍ସନ୍ ଫିଲ୍ମ 'ଟାଇଗର ୩' । ଗତ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ' ଫ୍ଲପ ହେବା ପରେ ସଲମାନ ଖାନଙ୍କ 'ଟାଇଗର ୩' ନେଇ ବେଶ ଆଶାବାଦୀ ରହିଛନ୍ତି । ଏହାରି ମଧ୍ୟରେ ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ଜାରି ରହିଛି । ୫ ଦିନ ମଧ୍ୟରେ ଫିଲ୍ମ ୧୨ କୋଟି ଆୟ କରିସାରିଲାଣି । ଏହାକୁ ଦୃଷ୍ଟିରେ ରଖି 'ଟାଇଗର 3' ବିଷୟରେ କଳ୍ପନାଜଳ୍ପନା ହେଉଛି ଯେ ଏହା ଓପନିଂ ଦିନରେ ୧୦୦ କୋଟି ଟଙ୍କାର ବମ୍ପର ବ୍ୟବସାୟ କରିବ । ଏଥିସହ ଏହି ଫିଲ୍ମ ଗୋଟିଏ ସପ୍ତାହରେ 300 କୋଟିରୁ ଅଧିକ ଆୟ କରିବ ବୋଲି ଆଶା କରାଯାଉଛି ।

ପ୍ରଥମ ସପ୍ତାହ ସଂଗ୍ରହ: ଟ୍ରେଡ ଆନାଲିଷ୍ଟ ସୁମିତ କଡେଲ ତାଙ୍କର ଏକ ରିପୋର୍ଟରେ କହିଛନ୍ତି ଯେ ଫିଲ୍ମ ଟାଇଗର 3 ପ୍ରଥମ ସପ୍ତାହରେ ବମ୍ପର ସଂଗ୍ରହ କରିବାକୁ ଯାଉଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଫିଲ୍ମ ପ୍ରଥମ ସପ୍ତାହରେ 330 କୋଟି ଟଙ୍କା ସଂଗ୍ରହ କରିବ । ସୂଚନାଯୋଗ୍ୟ ଯେ ଭାଇଜାନଙ୍କ ଏହି ଚଳଚ୍ଚିତ୍ର ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ରହିଛି । ତେବେ ଆଡଭାନ୍ସ ବୁକିଂର ପାଞ୍ଚ ଦିନ ମଧ୍ୟରେ 3 ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି କରି 12.43 କୋଟି ଟଙ୍କାର ବ୍ୟବସାୟ କରିଛି ।

  • Advance booking for #Tiger3 is Escalating BIG TIME

    Film is set for a bumper opening on Diwali Day & MONSTROUS WEEK 1 ( 8 Days ).

    I am expecting 8 Days Biz of #Tiger3 in the vicinity of ₹ 330-360 cr nett ( If WOM is Positive) #SalmanKhan BACK IN BEAST MODE AT THE BOX OFFICE… pic.twitter.com/lPIjs1oMjo

    — Sumit Kadel (@SumitkadeI) November 9, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଚଳଚ୍ଚିତ୍ର 'ଟାଇଗର 3' ସାରା ବିଶ୍ୱରେ ପ୍ରାୟ 10 ହଜାର ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମର ପ୍ରଥମ ସୋ' ସକାଳ 7 ଟାରୁ ଆରମ୍ଭ ହେବ । ଏଥିସହିତ ନଭେମ୍ବର 5ରୁ ଫିଲ୍ମର ଆଡଭାନ୍ସ ବୁକିଂ ଖୋଲା ହୋଇଥିବା ବେଳେ ଟିକେଟ୍ ବିକ୍ରି ପ୍ରକ୍ରିୟା ଆଉ ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ । ସେପଟେ YRF ସ୍ପାଏ ୟୁନିଭର୍ସ ଚଳଚ୍ଚିତ୍ରର ଅତ୍ୟଧିକ ଚାହିଦା ହେତୁ ଟାଇଗର 3 ପ୍ରେକ୍ଷାଳୟରେ ଦିନକୁ 24 ଘଣ୍ଟା, ସପ୍ତାହରେ ସାତ ଦିନ ପ୍ରଦର୍ଶିତ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ: ଆଡଭାନ୍ସ ବୁକିଂରେ ରେକର୍ଡ, ୩ଦିନରେ ୮କୋଟି ଉପରେ କଲାଣି ଆୟ

ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ଟାଇଗର ୩ ରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଯୋଡିକୁ ପୁଣି ଥରେ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ । ଏଥର 'ସିରିଏଲ କିଲର' ଅର୍ଥାତ୍ ଖଳନାୟକ ଭାବେ ଇମ୍ରାନ ହାଶମୀଙ୍କୁ ଏଥିରେ ଦେଖିବାକୁ ମିଳିବ । ଏଥିସହ ଶାହାରୁଖ ଖାନ ଏବଂ ହ୍ରିତିକ ରୋଶନଙ୍କ ଦମଦାର କ୍ୟାମିଓ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ । ଏହା YRF ସ୍ପାଏ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର । ଟାଇଗର ଫ୍ରାଞ୍ଚାଇଜର ଏହା ହେଉଛି ତୃତୀୟ ଭାଗ । ଫିଲ୍ମଟି ଦୀପାବଳି ଅବସରରେ ନଭେମ୍ବର ୧୨ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ରିଲିଜ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.