ETV Bharat / entertainment

Leo Bo Collection: ବକ୍ସ ଅଫିସ୍‌ରେ ଥାଲାପତି ବିଜୟଙ୍କ ଫିଲ୍ମ କ୍ରେଜ୍‌, ୧୨ ଦିନରେ ଏତିକି କଲେକ୍ସନ

author img

By ETV Bharat Odisha Team

Published : Oct 30, 2023, 12:22 PM IST

ଅକ୍ଟୋବର 19 ରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଥାଲାପତି ବିଜୟଙ୍କ 'ଲିଓ' ବକ୍ସ ଅଫିସରେ ଭଳ ପ୍ରଦର୍ଶନ କରୁଛି । ୧୨ ଦିନ ମଧ୍ୟରେ ଫିଲ୍ମ ଭାରତରେ ୩୦୦କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ବେଳେ ସାରା ବିଶ୍ବରେ ୫୦୦କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି । ଅଧିକ ପଢନ୍ତୁ

ମନ ଜିତୁଛି ଥାଲାପତି ବିଜୟଙ୍କ ଫିଲ୍ମ, ୧୨ ଦିନରେ ଏତିକି କଲା କଲେକ୍ସନ

ହାଇଦ୍ରାବାଦ: ଥାଲପତି ବିଜୟ ଏବଂ ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ 'ଲିଓ' ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ଧମାକା କରୁଛି । ୧୨ ଦିନରେ ଫିଲ୍ମ ୩୦୦ କୋଟିରୁ ଅଧିକ ଆୟ କରି ଅନେକ ରେକର୍ଡ ଭାଙ୍ଗିଛି । କେବଳ ଏତିକି ନୁହଁ ସାରା ବିଶ୍ବରେ ଫିଲ୍ମ ୫୦୦ କୋଟି କ୍ଲବରେ ସାମିଲ ହୋଇଛି । ତେବେ ଏନେଇ ନିକଟରେ ଲୋକେଶ କନକରାଜ ପ୍ରକାଶ କରିଛନ୍ତି ଯେ ନିର୍ମାତାମାନେ ଖୁବଶୀଘ୍ର ଫିଲ୍ମ ପାଇଁ ଏକ ସକ୍ସେସ୍‌ ପାର୍ଟି ଆୟୋଜନ କରିବାକୁ ଯାଉଛି ।

  • " class="align-text-top noRightClick twitterSection" data="">

ରିପୋର୍ଟ ଅନୁସାରେ, ଫିଲ୍ମର ପୁରା ଟିମ୍‌ ୧ ନଭେମ୍ବର ନେହେରୁ ଇଣ୍ଡୋର୍‌ ଷ୍ଟାଡିୟମରେ ଫିଲ୍ମର ସଫଳତାକୁ ନେଇ ସେଲିବ୍ରେଟ୍‌ କରିବାକୁ ଯୋଜନା କରିଛି । କାର୍ଯ୍ୟକ୍ରମର ଅନୁମତି ପାଇଁ ନିର୍ମାତା ସେଭେନ୍‌ ସ୍କ୍ରିନ୍‌ ଷ୍ଟୁଡିଓ ତାମିଲନାଡୁ ପୋଲିସକୁ ଯୋଗାଯୋଗ କରିଥିବା ଜଣାପଡ଼ିଛି । ଏଥିରେ ଥାଲାପତି ବିଜୟ ସାମିଲ ହେବାର ଯୋଜନା ରହିଛି । ଫଳରେ ଭିଡ଼କୁ ଦୃଷ୍ଟିରେ ରଖି ନିର୍ମାତା ତାମିଲନାଡୁ ପୋଲିସର ସହଯୋଗ ଲୋଡ଼ିଛନ୍ତି ।

ସେପଟେ ଟ୍ରେଡ୍‌ ଆନାଲିଷ୍ଟ ବିଜୟ ମନୋବାଲାନଙ୍କ ଅନୁଯାୟୀ, ଫିଲ୍ମଟି ଦର୍ଶକଙ୍କୁ ମନ ଜିତିବାରେ ସଫଳ ହେଉଛି । ଏଥିସହ ଅନେକ ବଲିଉଡ୍‌ ଏବଂ ସାଉଥ୍‌ ଫିଲ୍ମକୁ ଫଛରେ ପକାଇଛି । ତେବେ ରିଲିଜର ପ୍ରଥମ ଦିନଠାରୁ ଭଲ ପ୍ରଦର୍ଶନ ସହ ରୋଜଗାର କରୁଥିବା ବେଳେ ଭାରତରେ ମୋଟ ୩୦୩.୪୦କୋଟି ଆୟ କରିଛି । ସେପଟେ ବିଶ୍ବରେ ୫୦୦ କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି ।

ଲିଓ: ବକ୍ସ ଅଫିସ କଲେକ୍ସନ

ଅକ୍ଟୋବର ୧୯ (ପ୍ରଥମ ଦିନ)- ୬୪.୮ କୋଟି

ଅକ୍ଟୋବର ୨୦ (୨ୟ ଦିନ)- ୩୪.୨୫ କୋଟି

ଅକ୍ଟୋବର ୨୧ (୩ୟ ଦିନ)- ୩୮.୩ କୋଟି

ଅକ୍ଟୋବର ୨୨ (୪ର୍ଥ ଦିନ)- ୩୯.୮ କୋଟି

ଅକ୍ଟୋବର ୨୩ (୫ମ ଦିନ)- ୩୪.୧ କୋଟି

ଅକ୍ଟୋବର ୨୪ (୬ଷ୍ଠ ଦିନ)- ୩୦.୭ କୋଟି

ଅକ୍ଟୋବର ୨୫ (୭ମ ଦିନ)- ୧୩.୪ କୋଟି

ଅକ୍ଟୋବର ୨୬ (୮ମ ଦିନ)- 8.୯ କୋଟି

ଅକ୍ଟୋବର ୨୭ (୯ମ ଦିନ)- 7.୬୫ କୋଟି

ଅକ୍ଟୋବର ୨୮ (୧୦ମ ଦିନ)- ୧୫ କୋଟି

ଅକ୍ଟୋବର ୨୯ (୧୧ତମ ଦିନ)- ୧୬.୫୦ କୋଟି

ଫିଲ୍ମର ମୋଟ କଲେକ୍ସନ ୩୦୩.୪୦ କୋଟି ହୋଇଛି

ଏହା ମଧ୍ୟ ପଢନ୍ତୁ: ନିୟମ ଭାଙ୍ଗିଲେ ଥାଲାପତି ବିଜୟ, ଭରିବେ ଜରିମାନା

'ମାଷ୍ଟର' ପରେ ଥାଲାପତି ବିଜୟଙ୍କ ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ସହ 'ଲିଓ' ହେଉଛି ଦ୍ୱିତୀୟ ଫିଲ୍ମ । ଏହି ଚଳଚ୍ଚିତ୍ରର ସଂଳାପ ଲୋକେଶ, ରତ୍ନା କୁମାର ଏବଂ ଧୀରଜ ବିଦ୍ୟା ଲେଖିଛନ୍ତି । ବିଜୟ, ତ୍ରିଶା, ସଞ୍ଜୟ ଦତ୍ତ, ଅର୍ଜୁନ ସରଜା, ମିସ୍କିନ୍, ସ୍ୟାଣ୍ଡି ଏବଂ ଗୌତମ ମେନନଙ୍କ ସମେତ ଅନେକ କଳାକାର ଏହି ଆକ୍ସନ୍ ଫିଲ୍ମରେ ନଜର ଆସିଛନ୍ତି । ମାଥ୍ୟୁ ଥୋମାସ୍, ମନସୁର ଅଲି ଖାନ, ପ୍ରିୟା ଆନନ୍ଦଙ୍କ ଭଳି ତାରକାମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.