ଚେନ୍ନାଇ: ଜଣାଶୁଣା କଣ୍ଠଶିଳ୍ପୀ, ସଙ୍ଗୀତଜ୍ଞ ତଥା ଓସ୍କାର ବିଜେତା ଏ ଆର୍ ରହମାନଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ଏକ ଇଭେଣ୍ଟର ଅଟେ । ଯେଉଁଥିରେ ଏ ଆର୍ ରହମାନ ତାଙ୍କ ପତ୍ନୀ ସାଇରା ବାନୁଙ୍କୁ ହିନ୍ଦୀରେ ନ କହି ତାମିଲରେ କଥା ହେବାକୁ କହିଛନ୍ତି । ପତ୍ନୀ ସାଇରା ଏ ଆର୍ ରହମାନଙ୍କଠାରୁ ଏହା ଶୁଣିବା ପରେ ଚକିତ ହେବା ସହ ଅସହଜ ହୋଇପଡନ୍ତି । ଫଳରେ ଉପସ୍ଥିତ ଦର୍ଶକ ଖୁବ ଜୋରରେ ହସିବାକୁ ଲାଗନ୍ତି । ତେବେ ସୋସିଆଲ ମିଡିଆରେ ଉଭୟଙ୍କ ଏହି ମଜାଳିଆ ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ କରିଛନ୍ତି । କାରଣ ସାଇରା ଭଲ ଭାବରେ ତାମିଲ ଭାଷା କହି ପାରନ୍ତି ନାହିଁ ।
-
கேப்புல பெர்பாமென்ஸ் பண்ணிடாப்ள பெரிய பாய்
— black cat (@Cat__offi) April 25, 2023 " class="align-text-top noRightClick twitterSection" data="
ஹிந்தில பேசாதீங்க தமிழ்ல பேசுங்க ப்ளீஸ் 😁 pic.twitter.com/Mji93XjjID
">கேப்புல பெர்பாமென்ஸ் பண்ணிடாப்ள பெரிய பாய்
— black cat (@Cat__offi) April 25, 2023
ஹிந்தில பேசாதீங்க தமிழ்ல பேசுங்க ப்ளீஸ் 😁 pic.twitter.com/Mji93XjjIDகேப்புல பெர்பாமென்ஸ் பண்ணிடாப்ள பெரிய பாய்
— black cat (@Cat__offi) April 25, 2023
ஹிந்தில பேசாதீங்க தமிழ்ல பேசுங்க ப்ளீஸ் 😁 pic.twitter.com/Mji93XjjID
ନିକଟରେ ଏକ ଇଭେଣ୍ଟରେ ପତ୍ନୀ ସାଇରା ବାନୁଙ୍କ ସହ ଯୋଗ ଦେଇଥିଲେ ଏ ଆର୍ ରେହମାନ । କାର୍ଯ୍ୟକ୍ରମରେ 'ପୋନିୟିନ୍ ସେଲଭାନ୍-୨'ର ସଂଗୀତ ନିର୍ଦ୍ଦେଶନା ପାଇଁ ପୁରସ୍କାର ପାଇଥିଲେ ଏ ଆର୍ ରେହମାନ । ଏହି ସମୟରେ ପୁରସ୍କାର ପାଇଁ ମଞ୍ଚରେ ପତ୍ନୀ ସାଇରା ବାନୁଙ୍କ ସହ ପହଞ୍ଚିଥିଲେ ଏ ଆର୍ ରେହମାନ । ଯେଉଁଠାରେ ରେହମାନ ତାମିଲରେ କିଛି କହିବା ପରେ ତାଙ୍କ ପତ୍ନୀ ସାଇରା ବାନୁଙ୍କୁ କିଛି କହିବାକୁ କୁହାଯାଇଥିଲା। ସେହି ସମୟରେ ରେହମାନ ସାଇରାଙ୍କୁ ହିନ୍ଦୀ ଭାଷା ପରିବର୍ତ୍ତେ ତାମିଲ ଭାଷାରେ କଥା ହେବାକୁ କହିଥିଲେ । ହେଲେ ସାଇରାଙ୍କ ତାମିଲ ଭାଷାର ଏତେ ଭଲ ଜାଣିନଥିବାରୁ ସେ ଏହା ଶୁଣି ଅସହଜ ହୋଇପଡିଥିଲେ । ପରେ ସେ ଇଂରାଜୀରେ କହିଥିଲେ ।
ସାଇରା ଏହି ସମୟରେ ଇଂରାଜୀରେ କହିବା ଆରମ୍ଭ କରିଥିଲେ। ଏବଂ ସେ କହିଥିଲେ, "ସମସ୍ତଙ୍କୁ ଶୁଭ ସନ୍ଧ୍ୟା । ତାମିଲ ଭାଷାକୁ କିପରି ସଠିକ୍ ଭାବରେ କହିବା ମୁଁ ଜାଣେ ନାହିଁ। ତେଣୁ ଦୟାକରି ମୋତେ କ୍ଷମା କରନ୍ତୁ । ଏ ଆର୍ ରେହମାନଙ୍କ ସ୍ବର ମୋର ପ୍ରିୟ ଅଟେ । ମୁଁ ତାଙ୍କ ସ୍ବର ଶୁଣି ହିଁ ତାଙ୍କୁ ଭଲପାଇଥିଲି । ଏହି ଭିଡିଓ ଏବେ ବେଶ ଭାଇରାଲ ହେଉଛି । ଏହି ଭାଇରାଲ ଭିଡିଓକୁ ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟ କରିଛନ୍ତି ।"
ସୂଚନା ଥାଉ କି, ଏ ଆର୍ ରେହମାନ ଏବଂ ସାଇରା ବାନୁ 1995 ମସିହାରେ ବିବାହ କରିଥିଲେ। ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି, ଯାହାଙ୍କ ନାମ ଖାତିଜା, ରହୀମା ଏବଂ ଆମିନ । ଏ ଆର୍ ରେହମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିଭିନ୍ନ ଭାଷାରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । 2010ରେ ରହମାନଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ରେହମାନଙ୍କୁ ୬ଟି ଜାତୀୟ ପୁରସ୍କାର, ଦୁଇଟି ଏକାଡେମୀ ପୁରସ୍କାର, ଦୁଇଟି ଗ୍ରାମୀ ପୁରସ୍କାର, ଗୋଟିଏ BAFTA ପୁରସ୍କାର, ଗୋଟିଏ ଗୋଲଡେନ୍ ଗ୍ଲୋବ ପୁରସ୍କାର, ୧୫ଟି ଫିଲ୍ମଫେୟାର ଆୱାର୍ଡ ଏବଂ ୧୭ଟି ଫିଲ୍ମଫେୟାର ଆୱାର୍ଡ(ସାଉଥ) ମିଳିଛି ।