ETV Bharat / entertainment

ଫ୍ୟାନ୍ସଙ୍କ ସହ ଇଦ୍‌ ସେଲିବ୍ରେସନ କରିବେ ଭାଇଜାନ, ଜାଣନ୍ତୁ କେଉଁଠି ଏବଂ କେବେ ?

author img

By

Published : Apr 16, 2023, 7:50 PM IST

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ସଲମାନ ଖୁବ୍‌ଶୀଘ୍ର ପ୍ରଶଂସକଙ୍କୁ ଭେଟିବାକୁ ଯାଉଛନ୍ତି । ଜାଣନ୍ତୁ କେଉଁଠି ଏବଂ କେବେ ଅଭିନେତାଙ୍କୁ ଭେଟିପାରିବେ

ଫ୍ୟାନ୍ସଙ୍କ ସହ ଇଦ ସେଲିବ୍ରେସନ କରିବେ ସଲମାନ ଖାନ

ମୁମ୍ବାଇ: ସଲମାନ ଖାନ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଯେତିକି ଉତ୍ସାହିତ ଅଛନ୍ତି ତାଙ୍କ ଫ୍ୟାନ୍ସ ମଧ୍ୟ ସେତିକି ଉତ୍ସାହିତ ଅଛନ୍ତି । ଏହି ସମୟରେ ଅଭିନେତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ରହିଛି । ଚଳିତବର୍ଷ ନିଜ ପ୍ରଶଂସକଙ୍କ ସହ ଇଦ୍‌ ସେଲିବ୍ରେସନ କରିବେ ସଲମାନ ଖାନ । ସୋସିଆଲ ମିଡିଆରେ ଭାଇଜାନ ଏକ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି ।

ଖୁବ୍‌ଶୀଘ୍ର ପ୍ରଶଂସକଙ୍କୁ ଭେଟିବାକୁ ଯାଉଛନ୍ତି ସଲମାନ ଖାନ । ଦୁବାଇର ଫ୍ଲୋଟ୍ କ୍ଲବରେ ନିଜ ଫ୍ୟାନ୍ସଙ୍କ ସହ ପାର୍ଟି କରିବାକୁ ଯାଉଛନ୍ତି ଅଭିନେତା । ଏନେଇ ନିଜ ଇନ୍‌ଷ୍ଟାଗ୍ରାମରେ ସଲମାନ ଏକ ପୋଷ୍ଟର ସେୟାର କରିଛନ୍ତି । ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଏପ୍ରିଲ 24ରେ ଦୁବାଇରେ ଦେଖାହେବା । ତେବେ ସେୟାର ହୋଇଥିବା ପୋଷ୍ଟରେ ଲେଖାଯାଇଛି ଯେ, ସଲମାନ ଖାନ 14 ଏପ୍ରିଲରେ ଲାଇଭ ଆସିବେ । ଏକ ପୋଷ୍ଟରରେ ସାଧାରଣ ଟିକେଟ୍, ଟେବୁଲ୍ ବୁକିଂ ଇତ୍ୟାଦି ପାଇଁ ଯୋଗାଯୋଗ ନମ୍ବର ମଧ୍ୟ ଦିଆଯାଇଛି । ଏହି ପୋଷ୍ଟ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟାରେ ଅନେକ ଫ୍ୟାନ୍ସ ହାର୍ଟ ଇମୋଜି ସେୟାର କରି ଭାଇଜାନଙ୍କ ପ୍ରତି ଭଲପାଇବା ଦେଖାଇଛନ୍ତି ।

ଏପ୍ରିଲ 21 ଇଦରେ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'କିସି କା ଭାଇ କିସି କି ଜାନ' ରିଲିଜ ହେବ । ୟୁଏଇର ସିନେମାହଲରେ ମଧ୍ୟ ଫିଲ୍ମ 'କିସି କା ଭାଇ କିସି କା ଜାନ'ର ରିଲିଜ ହେବ । ତେବେ ଦୁବାଇର ଏହି ପାର୍ଟି ସଲମାନଙ୍କୁ ନିଜ ଫିଲ୍ମ ପ୍ରମୋଶନରେ ସାହାଯ୍ୟ କରିବ ବୋଲି କୁହାଯାଉଛି । ଏହି ଫିଲ୍ମରେ ସାଉଥର ତଡକା ମଧ୍ୟ ଦେଖିବାକୁ ମିଳିଛି ।

ନିକଟରେ ଆକ୍ସନ ଏବଂ ରୋମାଣ୍ଟିକ ଡ୍ରାମା ଉପରେ ଆଧାରିତ ସଲ୍‌ମାନଙ୍କ ଫିଲ୍ମର ଟ୍ରେଲରକୁ ପ୍ରଶଂସକ ବେଶ ପସନ୍ଦ କରିଛନ୍ତି । ଫିଲ୍ମର ଟ୍ରେଲରକୁ ୟୁଟ୍ୟୁବରେ 30 ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି । ଅନ୍ୟ ସମସ୍ତ ଭିଡିଓ ପ୍ଲାଟଫର୍ମକୁ ମିଶାଇ ଫିଲ୍ମର ଟ୍ରେଲର 50 ମିଲିୟନରୁ ଅଧିକ ଭିୟୁ ଯାଇଛି । ସେହିପରି ଫିଲ୍ମ ରିଲିଜ ପରେ ବକ୍ସ ଅଫିସରେ ଧମାକା କରିବ ବୋଲି କୁହାଯାଉଛି ।

ଫରହାଦ ସାମଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ ଅଭିନେତ୍ରୀ ପୂଜା ହେଗଡେ, ସାଉଥ ଅଭିନେତା ଭେଙ୍କଟେଶ ଡଗୁବତୀ, ଜଗପତି ବାବୁ, ଭୂମିକା ଚାୱଲା, ବିଜୟନ୍ଦର ସିଂ, ଅଭିମନ୍ୟୁ ସିଂ, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ, ଜେସି ଗିଲ, ଶେହନାଜ ଗିଲ, ପଲକ ତିୱାରୀ ଏବଂ ଭୀନାଲି ଭଟ୍ନାଗର ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମଟି ବକ୍ସ ଅଫିସରେ ବଡ ଧମାଲ କରିବ ବୋଲି ଆଶା ରହିଛି । ସେପଟେ ସଲମାନ ଆଗାମୀ ଫିଲ୍ମ 'ଏକ ଥା ଟାଇଗର 3'ପାଇଁ ମଧ୍ୟ କ୍ୟାଟ୍ରିନା କୈଫଙ୍କ ସହ କାମ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.