ETV Bharat / entertainment

ଶେହନାଜଙ୍କ ସହ ଡେଟିଂ ରୁମର୍ ନେଇ ମୁହଁ ଖୋଲିଲେ ରାଘବ, କହିଲେ...

author img

By

Published : Apr 18, 2023, 3:39 PM IST

ନିକଟରେ କିସି କା ଭାଇ କିସି କି ଜାନ ଟ୍ରେଲର ଲଞ୍ଚ ହୋଇଥିଲା। ଯେଉଁଥିରେ ସଲମାନ ଶେହନାଜଙ୍କୁ 'ଆଗକୁ ବଢିବାକୁ' କହିବା ପରେ ରାଘବ ଜୁୟାଲ ଏବଂ ଶେହନାଜ ଗିଲଙ୍କ ଡେଟିଂ ବିଷୟରେ ରୁମର ପ୍ରଚାର ହେବାରେ ଲାଗିଲା । ବର୍ତ୍ତମାନ ଏହି ରୁମର ନେଇ ମୁହଁ ଖୋଲିଛନ୍ତି ରାଘବ । କଣ କହିଛନ୍ତି ଜାଣନ୍ତୁ

ଶେହନାଜ ଗିଲଙ୍କ ସହ ଡେଟିଂ ରୁମର୍ ନେଇ ମୁହଁ ଖୋଲିଲେ ରାଘବ ଜୁୟାଲ

ହାଇଦ୍ରାବାଦ: ଡ୍ୟାନ୍ସର ତଥା ଅଭିନେତା ରାଘବ ଜୁୟାଲ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ କିସି କା ଭାଇ କିସି କି ଜାନକୁ ପ୍ରମୋଟ୍ କରିବାରେ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ବିଗ ବସ୍ ଫେମ୍‌ ତଥା ସହ ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ତାଙ୍କ ଡେଟିଂ ରୁମର୍ ବିଷୟ ଶିରୋନାମାରେ ରହିଛି । ତେବେ ଉଭୟଙ୍କ ଏହି ଡେଟିଂ ଚର୍ଚ୍ଚାକୁ ନେଇ ବର୍ତ୍ତମାନ ପ୍ରତିକ୍ରିୟା ରଖିଛନ୍ତି ରାଘବ ଜୁୟାଲ । ଏହି ସମସ୍ତ କଥା ଗୁଜବ । ମୋ ପାଖରେ ଏସବୁ ପାଇଁ ସମୟ ନାହିଁ । ମୁଁ ବର୍ତ୍ତମାନ ମୋ କ୍ୟାରିୟର ଉପରେ ଧ୍ୟାନ ଦେଉଛି ବୋଲି କହିଛନ୍ତି ରାଘବ ।

କିସି କା ଭାଇ କିସି କି ଜାନ ଫିଲ୍ମରେ ପ୍ରଥମ ଥର ପାଇଁ ସେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି ରାଘବ। ଏଥିସହ ଏହି ଫିଲ୍ମରେ ବିଗ୍‌ବସ୍ ଫେମ ଶେହନାଜ ଗିଲଙ୍କ ସହ ଅଭିନୟ କରିଛନ୍ତି ରାଘବ । ତେବେ ଉଭୟଙ୍କ ଲଭ୍ କେମେଷ୍ଟ୍ରି ଦେଖିବାକୁ ମିଳିବ । ତେବେ ନିକଟରେ ଫିଲ୍ମ ଟ୍ରେଲର ଲଞ୍ଚ ହୋଇଥିଲା । ଏହି ସମୟରେ ସଲମାନ୍‌ ଖାନ୍‌ ଶେହନାଜଙ୍କୁ ଜୀବନରେ ଆଗକୁ ବଢିବାକୁ ପରାମର୍ଶ ଦେବାପରେ ରାଘବ ଏବଂ ଶେହନାଜଙ୍କ ମଧ୍ୟରେ ଡେଟିଂ ରୁମର୍ ଚର୍ଚ୍ଚାର ବିଷୟ ହୋଇଥିଲା । ଯାହାକୁ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ରାଘବ ଜୁୟାଲ । ଏହି ଚର୍ଚ୍ଚାକୁ ଗୁଜବ କହିଛନ୍ତି ରାଘବ ।

ରାଘବ ଆହୁରି ମଧ୍ୟ କହିଛନ୍ତି ଯେ, "ପ୍ରେମ ପାଇଁ ମୋର ସମୟ ନାହିଁ। ଏହି ଇଣ୍ଟରନେଟ୍ ଗୁଜବ ପାଇଁ ବି ମୋ ପାଖରେ ପହଞ୍ଚି ନାହିଁ । ମୁଁ ନିଶ୍ଚିତ ନୁହେଁ ଯେ ଏଗୁଡ଼ିକ ସତ କି ମିଥ୍ୟା, ଏବଂ ମୁଁ ନିଜେ ଏହା ନ ଦେଖିବା ପର୍ଯ୍ୟନ୍ତ ଏବଂ ନ ଶୁଣିବା ପର୍ଯ୍ୟନ୍ତ ମୁଁ ଏହାକୁ ବିଶ୍ବାସ କରିବି ନାହିଁ ।" ରାଘବ ଆହୁରି କହିଛନ୍ତି, ''ମୁଁ ଚାହୁଁଛି ଯେ ଲୋକେ ମୋତେ ଜଣେ ଅଭିନେତା, ଡ୍ୟାନ୍ସର ଏବଂ ଉପସ୍ଥାପକ ଭାବେ ଦେଖନ୍ତୁ । ବାସ୍, ମୋର କାମ କଥା କହୁ । ବାକି ଏସବୁ କଥା ପାଇଁ ମୋ ପାଖରେ ସମୟ ନାହିଁ । କାମ ବ୍ୟତୀତ, ରିଲେସନ ପରି ଅନ୍ୟ ଜିନିଷଗୁଡ଼ିକ ପାଇଁ ମୋର ସମୟ ନାହିଁ । ମୁଁ ଡବଲ୍ ସିଫ୍ଟ କାମ କରୁଛି ଏବଂ ମୋ କ୍ୟାରିଅରର ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସମୟ ।"

ସୂଚନା ଥାଉ କି, ଟ୍ରେଲର ଲଞ୍ଚ୍‌ ଇଭେଣ୍ଟରେ ସଲମାନ ଶେହନାଜଙ୍କୁ କହିଥିଲେ ଯେ, ମୁଭ୍‌ ଅନ୍‌ । ଏହା ଉପରେ ଶେହନାଜ ଜବାବ ଦେଇ କହିଥିଲେ, କରି ସାରିଲି (କର ଗୟି) । ଏନେଇ ଅନୁମାନ କରାଯାଉଥିଲା ଯେ ଶେହନାଜ ରାଘବଙ୍କୁ ଡେଟ୍ କରୁଛନ୍ତି । ସଲମାନ ସେମାନଙ୍କ ସମ୍ପର୍କ ବିଷୟରେ ସୂଚିତ କରିଛନ୍ତି । ତେବେ ରାଘବଙ୍କ ସହ ଡେଟିଂ ରୁମର ନେଇ ଶେହନାଜ ଏପର୍ଯ୍ୟନ୍ତ କିଛି କହିନାହାଁନ୍ତି । ଫରହାଦ୍ ସମଜୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ତାରକା ପୂଜା ହେଗଡେ, ଶେହନାଜ ଗିଲ, ପଲକ ତିୱାରୀ, ଜସି ଗିଲ, ସିଦ୍ଧାର୍ଥ ନିଗମ, ଭୂମିକା ଚାୱଲା, ଜଗପଥି ବାବୁ, ଏବଂ ଭେଙ୍କଟେଶ ଡଗଗୁବତୀ ଅଭିନୟ କରିଛନ୍ତି । ଯାହା ଏପ୍ରିଲ 21ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.