ETV Bharat / entertainment

ଅଫେରା ରାଇଜରେ Qubool Haiର ଅଭିନେତ୍ରୀ ନିଶୀ ସିଂ

ହିନ୍ଦୀ ଟେଲି ଅଭିନେତ୍ରୀ ନିଶୀ ସିଂଙ୍କର ପରଲୋକ (Nishi Singh Passes away at 50)। ରବିବାର ୫୦ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ

୫୦ ବର୍ଷ ବୟସରେ ଟେଲି ଅଭିନେତ୍ରୀ ନିଶୀ ସିଂହଙ୍କର ପରଲୋକ

author img

By

Published : Sep 19, 2022, 1:59 PM IST

ହାଇଦ୍ରାବାଦ: ହିନ୍ଦୀ ଟେଲି ଅଭିନେତ୍ରୀ ନିଶୀ ସିଂଙ୍କର ଦେହାନ୍ତ(Nishi Singh Passes away at 50) । ମାତ୍ର ୫୦ ବର୍ଷ ବୟସରେ ରବିବାର ନିଶୀଙ୍କ ମୃତ୍ୟୁ ହୋଇଛି । ଏକାଧିକ ହିନ୍ଦୀ ସିରିଏଲରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ ସେ । ବିଶେଷ କରି କୁବୁଲ ହୈରେ ଦର୍ଶକଙ୍କ ମନ ଜିଣିପାରିଥିଲେ ନିଶୀ । ଗତ କିଛି ବର୍ଷ ମଧ୍ୟରେ ନିଶୀଙ୍କୁ ୩ଥର ପାରାଲିସିସ୍‌ ଆସିଥିଲା । ଧାରାବାହିକ କୁବୁଲ ହୈ ଏବଂ ଇସ୍କ ଜାଦେରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ ।

ନିଶୀଙ୍କର ସ୍ବାମୀ ସଞ୍ଜୟ ସିଂହ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ," ରବିବାର ଅପରାହ୍ନ ୩ଟାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ନିକଟରେ ସେ ତାଙ୍କର 50 ତମ ଜନ୍ମଦିନ ପାଳନ କରିଥିଲେ । ଚଳିତ ବର୍ଷ ମେ ମାସରେ ତୃତୀୟଥର ପାରାଲିସିସ ହେବା ଫଳରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହା ବ୍ୟତୀତ ସେ ଅନେକ ରୋଗ ସହ ମଧ୍ୟ ସଂଗ୍ରାମ କରୁଥିଲେ । ନିଶୀଙ୍କ ମୃତ୍ୟୁ ହେତୁ ଟେଲି ଜଗତରେ ଶୋକର ଲହରୀ ଖେଳିଯାଇଛି ।"

ଏହା ମଧ୍ୟ ପଢନ୍ତୁ: ସିନେ ଜଗତକୁ ଝଟ୍‌କା, ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କ ପରଲୋକ

ସୂଚନାଅନୁସାରେ, ସେପ୍ଟେମ୍ବର ୧୬ ତାରିଖ ଦିନ 50 ତମ ଜନ୍ମଦିନ ପାଳନ କରିଥିଲେ ନିଶୀ । ନିଶୀଙ୍କ ସ୍ବାମୀଙ୍କ କହିବା ଅନୁସାରେ ନିଶୀ ସେଦିନ ବହୁତ ଖୁସୀ ହେବା ସହ ଧୁମଧାମରେ ଜନ୍ମଦିନ ପାଳନ କରିଥିଲେ । ସେଦିନ ସ୍ବାମୀଙ୍କ ଠାରୁ ଲଡୁ ଖାଇବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ସଞ୍ଜୟ ସିଂ ନିଜେ ଲଡୁ ବନାଇ ଦେଇଥିଲେ ।

ନିଶୀଙ୍କ ଦେହାନ୍ତ ପରେ ତାଙ୍କ ସ୍ବାମୀ ସଞ୍ଜୟ ସିଂ ଅତ୍ୟନ୍ତ ଦୁଃଖର ସହ କହିଛନ୍ତି ଯେ, "ନିଶୀ ମୋ ସହ 32 ବର୍ଷ ଧରି ରହିଥିଲେ । ଦେହ ଖରାପ ସତ୍ତ୍ବେ ମଧ୍ୟ ସେ କେବେ ଅବହେଳା କରିନାହାନ୍ତି । କିନ୍ତୁ ଏବେ ମୋର ଦୁଇ ଛୁଆଙ୍କୁ ଛାଡି ଦେଲେ ଆଉ କେହି ନାହାନ୍ତି । ନିଜ ମାଆଙ୍କର ଚିକିତ୍ସା ପାଇଁ ମୋ ଝିଅ ଅଧାରୁ ପାଠପଢା ଛାଡି ଦେଇଥିଲା । ମାଆଙ୍କ ସେବା ପାଇଁ ବୋର୍ଡ ପରୀକ୍ଷା ମଧ୍ୟ ଦେଇନଥିଲା । ମୋର ଏହି ଦୁଃଖ ପରିସ୍ଥିତିରେ ତୌରାନୀ, ସୁରବି ଚନ୍ଦନ, ସିଣ୍ଟା ସନ୍ଥା ତାଙ୍କୁ ସାହାଯ୍ୟ କରିଛନ୍ତି । ନିଶୀ ସିଂଙ୍କ ଅସୁସ୍ଥତା ପାଇଁ ଚଳିତ ବର୍ଷ ମାର୍ଚ୍ଚରେ ନିଜ ଘର ଏବଂ କାର ବିକ୍ରି କରିଥିଲି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.