ETV Bharat / entertainment

ପୂଜାଙ୍କ ପ୍ରେମରେ ପଡିଛନ୍ତି କି ସଲମାନ, ମୁହଁ ଖୋଲିଲେ ଅଭିନେତ୍ରୀ

author img

By

Published : Apr 14, 2023, 12:30 PM IST

ଫିଲ୍ମ 'କିସି କା ଭାଇ କିସି କି ଜାନ'ରେ ପ୍ରଥମ ଥର ପାଇଁ ସଲମାନ ଖାନଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ସାଉଥ ଅଭିନେତ୍ରୀ ପୂଜା ହେଗଡେ । ବର୍ତ୍ତମାନ ସଲମାନଙ୍କ ସହ ଡେଟିଂ କରୁଥିବା ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ । ଏହି ରୁମର ନେଇ ମୁହଁ ଖୋଲିଛନ୍ତି ପୂଜା । ଅଧିକ ପଢନ୍ତୁ

ସଲମାନଙ୍କ ସହ ଡେଟିଂ ରୁମର୍ ଉପରେ ମୁହଁ ଖୋଲିଲେ ପୂଜା ହେଗଡେ

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପୂଜା ହେଗଡେ ଆଜିକାଲି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' ପାଇଁ ଶିରୋନାମାରେ ରହିଛନ୍ତି । ଏହି ଫିଲ୍ମରେ ସେ ସଲମାନଙ୍କ ବିପକ୍ଷରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଛନ୍ତି । ତେବେ ଫିଲ୍ମକୁ ନେଇ ସଲମାନ ଖାନଙ୍କ ସହ ଫିଲ୍ମର ପୁରା ଟିମ୍ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ତେବେ ଫିଲ୍ମର ସୁଟିଂ ସମୟରେ ସଲମାନ ଏବଂ ପୂଜା ପରସ୍ପରକୁ ଡେଟିଂ କରୁଥିବା ନେଇ ଚର୍ଚ୍ଚା ହୋଇଛି । ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ପୂଜା ହେଗଡେ ।

ନିକଟରେ ଏକ ସାକ୍ଷାତକାରରେ ସଲମାନଙ୍କ ସହ ତାଙ୍କ ଡେଟିଂ ରୁମର ନେଇ ମୁହଁ ଖୋଲିଛନ୍ତି ପୂଜା ହେଗଡେ । ଏହି ସବୁକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଅଭିନେତ୍ରୀ ଏବଂ ଏହା କେବଳ ରୁମର ବୋଲି କହିଛନ୍ତି । ପୂଜା ଆହୁରି ମଧ୍ୟ କହିଛନ୍ତି ଯେ, ''ମୁଁ ଏହା ଉପରେ କ’ଣ କହିପାରିବି । ସୋସିଆଲ ମିଡିଆରେ ମୋ ବିଷୟରେ ଅନେକ କିଛି କୁହାଯାଉଛି । କିନ୍ତୁ ମୁଁ କହୁଛି, ମୁଁ ସିଙ୍ଗଲ ଅଛି ଏବଂ ମୋତେ ଏକୁଟିଆ ରହିବାକୁ ଭଲ ଲାଗୁଛି । ମୁଁ ବର୍ତ୍ତମାନ ମୋର କ୍ୟାରିୟର ଉପରେ ଧ୍ୟାନ ଦେଉଛି । କାମ ପାଇଁ ମୁଁ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବାକୁ ପଡୁଛି । ଏଣୁ ମୁଁ ଏହି ରୁମର ପ୍ରତି ଧ୍ୟାନ ଦେବାକୁ ଚାହୁଁନାହିଁ ।''

ସୂଚନା ଥାଉ କି, ଫିଲ୍ମ 'କିସି କା ଭାଇ କିସି କି ଜାନ'ର ସୁଟିଂ ସମୟରେ ସଲମାନ-ପୂଜାଙ୍କ ଡେଟିଂ ନେଇ ଆଲୋଚନା ଆରମ୍ଭ ହୋଇଥିଲା । ଅନ୍ୟପକ୍ଷରେ, ଚଳିତ ବର୍ଷ ଯେତେବେଳେ ସଲମାନ ଖାନ ପୂଜା ହେଗଡେଙ୍କ ଭାଇଙ୍କ ବିବାହ ପାଇଁ ମାଙ୍ଗଲୋର ଯାଇଥିଲେ । ସେତେବେଳେ ସେମାନଙ୍କ ଡେଟିଂ ରୁମର ନେଇ ଚର୍ଚ୍ଚା ଜୋର ଧରିଥିଲା । ସେହି ସମୟରେ ଉଭୟ ଏହି ରୁମର ଉପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

ତେବେ ଫିଲ୍ମ 'କିସି କା ଭାଇ କିସି କି ଜାନ' ଆକ୍ସନ ଏବଂ ରୋମାଣ୍ଟିକ ଡ୍ରାମା ଉପରେ ଆଧାରିତ । ଏହି ଫିଲ୍ମ ଏପ୍ରିଲ 21ରେ(ଇଦରେ) ଦେଶ ତଥା ଦେଶ ବାହାର ସିନେମାହଲରେ ରିଲିଜ ହେବ । ଏହି ଫିଲ୍ମରେ ସଲମାନ ଏବଂ ଅଭିନେତ୍ରୀ ପୂଜା ହେଗଡେଙ୍କ ବ୍ୟତୀତ ସାଉଥ ଅଭିନେତା ଭେଙ୍କଟେଶ ଡଗୁବତୀ, ଜଗପତି ବାବୁ, ଭୂମିକା ଚାୱଲା, ବିଜୟନ୍ଦର ସିଂ, ଅଭିମନ୍ୟୁ ସିଂ, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ, ଜେସି ଗିଲ, ଶେହନାଜ ଗିଲ, ପଲକ ତିୱାରୀ ଏବଂ ଭୀନାଲି ଭଟ୍ନାଗର ମଧ୍ୟ ଅଭିନୟ କରିଛନ୍ତି । ତେବେ ଫିଲ୍ମଟି ବକ୍ସ ଅଫିସରେ ବଡ ଧମାଲ କରିବ ବୋଲି ଆଶା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.