ETV Bharat / entertainment

PS 2 Collection Day 5: ପଛରେ ପଡ଼ିଲା ସଲମାନଙ୍କ KKBKKJ, 200 କୋଟି କ୍ଲବ୍‌ରେ ଐଶ୍ୱର୍ଯ୍ୟାଙ୍କ ଫିଲ୍ମ

author img

By

Published : May 3, 2023, 3:45 PM IST

Updated : May 3, 2023, 4:35 PM IST

ବକ୍ସ ଅଫିସରେ ଧୁମ ମଚାଉଛି ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ଫିଲ୍ମ 'ପୋନିୟାନ ସେଲଭାନ 2'ର ଯାଦୁ। ଫିଲ୍ମ ରିଲିଜର ପାଞ୍ଚ ଦିନ ମଧ୍ୟରେ ଭାରତରେ ମୋଟ 100ରୁ ଅଧିକ ଏବଂ ସାରା ବିଶ୍ୱରେ 200 କୋଟି ଟଙ୍କା ଆୟ କରିଛି । ଅଧିକ ପଢନ୍ତୁ

ସଲମାନଙ୍କ ଫିଲ୍ମ KKBKKJକୁ ପଛରେ ପକାଇ 200 କୋଟି ଅତିକ୍ରମ କରିଛି ଐଶ୍ୱର୍ଯ୍ୟାଙ୍କ ଫିଲ୍ମ

ହାଇଦ୍ରାବାଦ: ଦର୍ଶକଙ୍କ ମନ ଜିତୁଛି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ୍ ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ପୋନିୟିନ୍ ସେଲଭାନ୍ ପାର୍ଟ-୨ । ଏପ୍ରିଲ୍ 28ରେ ବିଶ୍ବ ସ୍ତରରେ ରିଲିଜ ହୋଇଥିବା ଏହି ଫିଲ୍ମ ବର୍ତ୍ତମାନ ବକ୍ସ ଅଫିସରେ ଧମାକା କରୁଛି । ରିଲିଜର 5 ଦିନ ମଧ୍ୟରେ ଏହି ଫିଲ୍ମ ସାରା ବିଶ୍ୱରେ 200 କୋଟି ଟଙ୍କାର ଆୟ କରିଛି । ଫିଲ୍ମର କଲେକ୍ସନ ଦୌଡ଼ରେ ଏହି ଫିଲ୍ମ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ ଫିଲ୍ମଙ୍କୁ ପଛରେ ପକାଇ ଦେଇଛି । କିସି କା ଭାଇ କିସି କି ଜାନ ଏପ୍ରିଲ 21ରେ ଇଦ୍ ଅବସରରେ ରିଲିଜ କରିଥିବା ଫିଲ୍ମ ବକ୍ସ ଅଫିସରେ କମାଲ କରିବାରେ ବିଫଳ ହୋଇଛି । ବର୍ତ୍ତମାନ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ଫିଲ୍ମ, ସଲମାନ ଖାନ୍‌ଙ୍କ ଫିଲ୍ମକୁ ପଛରେ ପକାଇ ବେଶ ଲୋକପ୍ରିୟତା ସହ ସଫଳତା ହାସଲ କରିଛି ।

ଫିଲ୍ମଟି ଆମେରିକାର ବକ୍ସ ଅଫିସରେ ଭଲ ଆୟ କରୁଛି ଏନେଇ ଧନ୍ୟବାଦ ଜଣାଇ ଲାଇକା ପ୍ରଡକ୍ସନ୍ସ ଟ୍ୱିଟରରେ ଲେଖିଛି, "ପ୍ରଥମ ସପ୍ତାହରେ 3.5 ମିଲିୟନ୍ ଡଲାରରୁ ଅଧିକ ଆୟ ହୋଇଛି । ଫିଲ୍ମକୁ ଭଲପାଇବା ଦେଇଥିବାରୁ ଧନ୍ୟବାଦ। PS2 ଆମେରିକାର ସାପ୍ତାହିକ ବକ୍ସ ଅଫିସରେ 8 ନମ୍ବରରେ ନିଜର ମାର୍କ ରଖିଛି।" ସେହିପରି ଏହି ଫିଲ୍ମଟି ତାମିଲ ଭାଷାଭାଷୀ ଅଞ୍ଚଳରେ 33.20% ସ୍କ୍ରିନ୍‌ ଅକ୍ତିଆର କରିଛି । ଫିଲ୍ମ କ୍ରିଟିକ୍‌ ରାଜାଶେଖର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, ପୋନିୟିନ୍ ସେଲଭାନ୍ 2- ବକ୍ସ ଅଫିସରେ ସପ୍ତାହିକ ଆୟ ବହୁତ ଭଲ ରହିଛି।ପଞ୍ଚମ ଦିନରେ ତାମିଲନାଡୁ ଏବଂ କେରଳରେ ଫିଲ୍ମ ଭଲ ପ୍ରଦର୍ଶନ କରିଛି ।

ଏହି ଫିଲ୍ମ ବକ୍ସ ଅଫିସରେ 38 କୋଟି ଟଙ୍କାରେ ଓପନିଂ କରିଥିବା ବେଳେ ଦିନକୁ ଦିନ ଏହାର ଆୟ ବୃଦ୍ଧି ପାଇବାରେ ଲାଗିଛି । ବିଗତ 5 ଦିନ ଧରି ସିନେମାହଲକୁ ଦର୍ଶକଙ୍କୁ ଟାଣିବାରେ ସଫଳ ହୋଇଛି । ଏହି ଫିଲ୍ମ ବିଶ୍ୱ ସ୍ତରରେ 250 କୋଟି ଟଙ୍କା ଆୟ କରିବ । ଏହି ସପ୍ତାହ ଶେଷ ସୁଦ୍ଧା ଏହି ମାଇଲଖୁଣ୍ଟ ହାସଲ କରିବାର ସମ୍ଭାବନା ରହିଛି । ସେହିପରି ବଲିଉଡ ବକ୍ସ ଅଫିସ୍‌ରେ PS2 ମୋଟ 114.75 କୋଟି ଟଙ୍କା ରୋଜଗାର କରିଛି ।

ବଲିଉଡରେ କମାଲ କରୁଥିବା ଏହି ଫିଲ୍ମରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ, ବିକ୍ରମଙ୍କ ସମେତ ତ୍ରିଶା, କାର୍ତ୍ତି ଏବଂ ଜୟମ ରବି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । 28 ଏପ୍ରିଲରେ ରିଲିଜ କରିଥିବା ଏହି ଫିଲ୍ମ 38 କୋଟି ଟଙ୍କାରେ ଓପନିଂ କରିଥିବା ବେଳେ ସଲମାନଙ୍କ ଅଭିନୀତ ଫିଲ୍ମ କିସି କା ଭାଇ କିସି କି ଜାନ ବକ୍ସ ଅଫିସ୍ 15.81 କୋଟିରେ ଓପନିଂ କରିଥିଲା । KKBKKJ 11ତମ ଦିନରେ 2.50 କୋଟି ଏବଂ ଦ୍ୱାଦଶ ଦିନରେ 1.50 କୋଟି ଟଙ୍କା ବ୍ୟବସାୟ କରିଛି ଏବଂ ଫିଲ୍ମର ଘରୋଇ ବକ୍ସ ଅଫିସରେ ମୋଟ 104 କୋଟି ଟଙ୍କା ଏବଂ ସାରା ବିଶ୍ୱରେ 164 କୋଟି ଟଙ୍କା ଆୟ କରିଛି ।

Last Updated : May 3, 2023, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.