ETV Bharat / entertainment

Happy BirthDay A R Rahman: ବଲିଉଡକୁ ରେହମାନ ଦେଇଛନ୍ତି ଏଭରଗ୍ରୀନ ଗୀତ ଭେଟି

author img

By

Published : Jan 6, 2023, 4:29 PM IST

ବଲିଉଡର ବରିଷ୍ଠ ସଙ୍ଗୀତକାର ତଥା ନାମିଦାମୀ ଗୀତିକାର ଏ ଆର୍‌ ରେହମାନଙ୍କ ଆଜି 56 ଜନ୍ମଦିନ । ତେବେ ଆସନ୍ତୁ ତାଙ୍କ ଜନ୍ମଦିନରେ ସଙ୍ଗୀତ ଦୁନିଆ ସହ ଜଡିତ କିଛି ଅଜଣା କଥା ବିଷୟରେ ଜାଣିବା । ଅଧିକ ପଢ଼ନ୍ତୁ

Happy BirthDay A R Rahman
Happy BirthDay A R Rahman

ହାଇଦ୍ରାବାଦ: ବିଲଉଡ ଇଣ୍ଡଷ୍ଟ୍ରିର ମ୍ୟୁଜିକ ଲିଜେଣ୍ଡ ଏ ଆର୍‌ ରେହମାନ । ଦେଶ ତଥା ବିଦେଶରେ ରେହମାନ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରଛନ୍ତି । ସ୍ବରର ଯାଦୁରେ ସଭିଙ୍କ ହୃଦୟରେ ରାଜ କରୁଛନ୍ତି ରେହମାନ । ବିଶ୍ବର କୋଣଅନୁକୋଣରେ ତାଙ୍କର କୋଟିକୋଟି ଫ୍ୟାନ୍ସ ତାଙ୍କ ଆଲବମ ଆଧୁନିକ ସଙ୍ଗୀତ ଦୁନିଆକୁ ଏକ ନୂତନ ସ୍ତରକୁ ନେଇଯାଇଛି । ତେଣୁ ତାଙ୍କୁ ସଙ୍ଗୀତ ଜଗତର ବାଦଶାହ ଅର୍ଥାତ "The Mozart of Madras' ବୋଲି କୁହାଯାଏ । ଏ ଆର୍ ରେହମାନଙ୍କ ଆଜି 56ତମ ଜନ୍ମଦିନ । ତେବେ ଆଜିର ଦିନରେ ରେହମାନଙ୍କ ଏଭରଗ୍ରୀନ ଗୀତ ଉପରେ ଆସନ୍ତୁ ନଜର ପକାଇବା ।

  • " class="align-text-top noRightClick twitterSection" data="">

ରୋଜା ଫିଲ୍ମର ଛୋଟିସି ଆଶା (1992): ରୋଜା ଗୀତ ରେହମାନଙ୍କ ଏକ ଅଦ୍ଭୁତପୂର୍ବ ତଥା ଲୋକପ୍ରିୟ ଆଲବମ ମଧ୍ୟରୁ ଅନ୍ୟତମ । ଏହି ଗୀତ ସଙ୍ଗୀତ ଦୁନିଆରେ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା । ମେଲୋଡିରୁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ସଙ୍ଗୀତର ଶୈଳୀ ଏବଂ କଣ୍ଠ ଦର୍ଶକଙ୍କ ମନକୁ କାବୁ କରିଥିଲା ।

କିଜାକ୍କୁ ଚେମାୟାଇଲେ ରୁ ଆଥାଙ୍ଗାରେ ମାରାମେ (1993): ଏହି ଗୀତ ମାଧ୍ୟମରେ ରେହମାନ ପୁରତାନ ଗୀତକୁ ଫ୍ଯୁଜନ କରିଥିଲେ । ଆଧୁନିକ ଗୀତରେ ବଂଶୀ ଏବଂ ଷ୍ଟ୍ରମର ବ୍ୟବହାର କରି ଗୀତ ପ୍ରସ୍ତୁତ କରୁଥିଲେ । ଏହି ଗୀତ ଶେଷ ପଦରେ ସେ ବଂଶୀ ଏବଂ ବାଦ୍ୟର ବ୍ୟାପକ ବ୍ୟବହାର କରିଥିଲେ । ଯାହା ଦର୍ଶକଙ୍କୁ ମନକୁ ବେଶ ଛୁଇଁଥିଲା ।

ମିନସାରା କାନାଭୁ ଆଲବମ (1997): ଏ ଆର୍‌ ରେହମାନ ଏହି ଆଲବମ ପାଇଁ ଜାତୀୟ ପୁରସ୍କାର ଜିତିଥିଲେ । ଯାହା ତାଙ୍କୁ ଲୋକପ୍ରିୟ କରାଇଥିଲା । ଏହି ଆଲବମରେ ଶାସ୍ତ୍ରୀୟଠାରୁ ଆରମ୍ଭ କରି ରୋମାଣ୍ଟିକ ଗୀତ ରହିଛି । ଯାହାକୁ ଫ୍ୟାନ୍ସମାନେ ବେଶ୍‌ ପସନ୍ଦ କରିଥିଲେ ।

ଛୟା ଛୟାରୁ ଦିଲ୍‌ ସେ (1998): ଦୁଇଟି ଗୀତ ବହୁତ ଲୋକପ୍ରିୟ ହୋଇଥିଲା । ଆଜି ମଧ୍ୟ ଏଭରଗ୍ରୀନ ହୋଇ ପ୍ରତ୍ୟେକଙ୍କ ମନରେ ଜୀବନ୍ତ ରହିଛି । ଛୟା ଛୟା ଏକ ଆନନ୍ଦଦାୟକ ଓ ଏଣ୍ଟରଟେନ ଗୀତ । ଯାହା ପ୍ରତ୍ୟେକ ଶ୍ରୋତା ବେଶ ପସନ୍ଦ କରନ୍ତି । ସେହିପରି ଦିଲ୍ ସେ ଏକ ରୋମାଣ୍ଟକ ଗୀତ ।

ରଙ୍ଗଦେ ବସନ୍ତି ଆଲବମ (2006): ଆଜି ପର୍ଯ୍ୟନ୍ତ ଏହି ଗୀତଟି ପ୍ରତ୍ୟେକ ଶ୍ରୋତାଙ୍କ ମନରେ ରହିଛି । ଗୀତଟି ଦେଶାତ୍ମବୋଧ ଭାବନା ସୃଷ୍ଟି କରେ । ଭାରତ ମାତା ଓ ବୀର ଯବାନଙ୍କୁ ସମର୍ପିତ କରି ରେହମାନ ଏହି ଗୀତ ଗାଇଥିଲେ ।

ରକଷ୍ଟାର ଫିଲ୍ମର କୁନ ଫାୟା କୁନ (2011): ଏହି ଗୀତଟୁ ସୁଫି ଏବଂ ପପର ଫ୍ୟୁଜନ ଅଟେ । ଏଥିରେ ଗିଟାରର ବ୍ୟବହାର ହୋଇଛି । ଦର୍ଶକଙ୍କୁ ମଧ୍ୟ ଏହି ଗୀତଟୁ ବେଶ ପସନ୍ଦ ଆସିଥିଲା । ବଲିଉଡ ଦୁନିଆକୁ ଗୋଟିଏ ପରେ ଗୋଟିଏ ଗୀତ ଦେଇ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି ରେହମାନ । ରେହମାନ ହେଉଛନ୍ତି ପ୍ରଥମ ଏସୀୟ ଯିଏକି 'Slumdog Millionaire' ପାଇଁ ଗୋଟିଏ ବର୍ଷରେ 2ଟି ଓସ୍କାର ଜିତିଥିଲେ । ପଦ୍ମଭୂଷଣ ଓ ପଦ୍ମଶ୍ରୀ ସହ ସେ 4ଟି ପୁରସ୍କାର ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.