ETV Bharat / entertainment

Nushrratt Bharuccha: ଡ୍ରିମ ଗାର୍ଲ-2ରେ କାଷ୍ଟ ନହେବା ନେଇ ତାତିଲେ ନୁସରତ, ଦେଲେ ଏଭଳି ପ୍ରିତିକ୍ରିୟା

author img

By

Published : Aug 17, 2023, 7:45 PM IST

ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେ ଅଭିନୀତ 'ଡ୍ରିମ୍ ଗାର୍ଲ 2' ଅଗଷ୍ଟ 25 ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି 2019 ଚଳଚ୍ଚିତ୍ର 'ଡ୍ରିମ୍ ଗାର୍ଲ'ର ଏକ ସିକ୍ୱେଲ୍ ଯେଉଁଥିରେ ନୁସରତ ଆୟୁଷ୍ମାନଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ନୁସରତ ଦ୍ବିତୀୟ ଭାଗରେ କାଷ୍ଟ ନ ହେବା ନେଇ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ଡ୍ରିମ ଗାର୍ଲ 2 ରେ କାଷ୍ଟ ନହେବା ନେଇ ତାତିଲେ ନୁସରତ, ଦେଲେ ଏଭଳି ପ୍ରିତିକ୍ରିୟା

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ସହ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚ୍ଚା ଡ୍ରିମ ଗାର୍ଲରେ ଅଭିନୟ କରିଥିଲେ। କିନ୍ତୁ ଏହାର ସିକ୍ୱେଲରେ ନିର୍ମାତା ଅନନ୍ୟା ପାଣ୍ଡେଙ୍କୁ କାଷ୍ଟ କରିଛନ୍ତି। ଯାହା 25 ଅଗଷ୍ଟରେ ରିଲିଜ୍ ହେବାକୁ ଯାଉଛି। ଯେଉଁଥିରେ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଯୋଡି ନଜର ଆସିବ। ବର୍ତ୍ତମାନ ନୁସରତ ଦ୍ବିତୀୟ ଭାଗରେ କାଷ୍ଟ ନ ହେବା ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୋତେ ଏହା ବହୁତ ଆଘାତ ଦେଇଛି।

ଏକ ସାକ୍ଷାତକାରରେ ନୁସରତ କହିଛନ୍ତି, "ମୁଁ ଫିଲ୍ମର ପ୍ରଥମ ଭାଗରେ ଟିମ୍‌ ସହିତ କାମ କରିବା ସହ ଏହାକୁ ଉପଭୋଗ କରିଥିଲି । ତେବେ ମୁଁ ଜାଣିନି କାହିଁକି ମୋତେ ଦ୍ବିତୀୟ ଭାଗରେ କାଷ୍ଟ କରାଯାଇ ନାହିଁ ।" ms ଏହା ମଧ୍ୟ କହିଛନ୍ତି,"ମୁଁ ଜଣେ ମଣିଷ, ତେଣୁ ଏହା କଷ୍ଟଦାୟକ ଏବଂ ଏହା ଅନ୍ୟାୟ ଭଳି ମନେହୁଏ । ନିର୍ମାତାମାନେ ହିଁ ଚାହିଁଥାନ୍ତି ସେମାନେ ଏହି ଫିଲ୍ମରେ କାହାକୁ କାଷ୍ଟ କରିବେ । କେବଳ ଡ୍ରିମ୍ ଗାର୍ଲ-2ର ନିର୍ମାତାମାନେ ହିଁ ମୋତେ କାହିଁକି ବଦଳାଇଲେ ତାହା କହିପାରିବେ ।"

2019 ମସିହାରେ, ଡ୍ରିମ୍ ଗାର୍ଲରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ନୁସରତ ଭରୁଚ୍ଚା ନଜର ଆସିଥିଲେ। ତାଙ୍କ ସହ ଅନ୍ନୁ କପୁର, ବିଜୟ ରାଜ ଏବଂ ଅଭିଷେକ ବାନାର୍ଜୀ ନିଜ ହାସ୍ୟ ଅଭିନୟରେ ଲୋକଙ୍କୁ ହସାଇଥିଲେ। ଏଥର ଡ୍ରିମ୍ ଗାର୍ଲ-2ରେ ଷ୍ଟାର୍ କିଡ୍ ଅନନ୍ୟା ପାଣ୍ଡେ ଆୟୁଷ୍ମାନ୍ ଖୁରାନାଙ୍କ ସହ ଲିଡ୍ ରୋଲରେ ନଜର ଆସିବେ। ପ୍ରଥମ ଥର ପାଇଁ ଦର୍ଶକମାନେ ବଡ଼ ପରଦାରେ ଉଭୟଙ୍କ ଯୋଡ଼ି ଦେଖିବାକୁ ପାଇବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜ ଶାଣ୍ଡିଲ୍ୟ । ଏଥର ପୁଣି ଅନ୍ନୁ କପୁର, ବିଜୟ ରାଜ, ପରେଶ ରାୱଲ ଏବଂ ରାଜପାଲ ଯାଦବ ମଧ୍ୟ ଦର୍ଶକଙ୍କୁ ହସାଇବାକୁ ଯାଉଛନ୍ତି । ଏହି ଫିଲ୍ମ ଅଗଷ୍ଟ 25 ରେ ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ: ଆସିଲା ଦମଦାର ଟ୍ରାକ ‘ନାଚ୍‌’, ଠୁମକା ଲଗାଇଲେ ଆୟୁଷ୍ମାନ ଓ ଅନନ୍ୟା

ସେପଟେ ନୁସରତଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଡ୍ରିମ୍ ଗାର୍ଲ-2 ସହିତ ନୁସରତ ଭରୁଚ୍ଚାଙ୍କ ଫିଲ୍ମ ଅକେଲି ମଧ୍ୟ ମୁକ୍ତିଲାଭ କରୁଛି । ପ୍ରତିଯୋଗିତା ପାଇଁ ଉଭୟ ଚଳଚ୍ଚିତ୍ର ଅଗଷ୍ଟ 25ରେ ପ୍ରେକ୍ଷାଳୟକୁ ଆସିବ । ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ, ତାଙ୍କ ଚଳଚ୍ଚିତ୍ର ପୂର୍ବରୁ ଅଗଷ୍ଟ 18ରେ ରିଲିଜ୍ ହେବାର ଥିଲା, କିନ୍ତୁ ସେନ୍ସର ବୋର୍ଡ ଅନୁମତି ବିଳମ୍ବ ହେତୁ ରିଲିଜ୍ ତାରିଖ ଆଗକୁ ବଢା ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.